କେଉଁ ଦେଶରେ କେତେ ହେଲା କରୋନା ସଂକ୍ରମିତଙ୍କ ସଂଖ୍ୟା ଜାଣନ୍ତୁ
ନୂଆଦିଲ୍ଲୀ: ସାରା ବିଶ୍ୱରେ ଅନେକ ଦେଶରେ କରୋନା ଟିକାକରଣ ଚାଲିଥିବା ବେଳେ କରୋନା ସଂକ୍ରମିତ କିନ୍ତୁ ନିୟମିତ ଚିହ୍ନଟ ହେଉଛନ୍ତି। ଯଦିଓ ଧୀରେ ଧୀରେ ଆକ୍ରାନ୍ତଙ୍କ ସଂଖ୍ୟା କମୁଛି ତେବେ ଟିକାକରଣ ହେଲେ କରୋନା ପଜିଟିଭ୍ ସଂଖ୍ୟାରେ ଧୀରେ ଧୀରେ ହ୍ରାସ ପାଇବ ବୋଲି ଆଶା କରାଯାଉଛି।
ଖବର ଲେଖାଯିବା ସୁଦ୍ଧା ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୨୦ ଲକ୍ଷ ପାର କରିଛି। ମୋଟ ମୃତ୍ୟୁ ସଂଖ୍ୟା ୨୦ ଲକ୍ଷ ୬୩ ହଜାର ୯୨୧କୁ ହୋଇଥିବା ବେଳେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯ କୋଟି ୬୫ ଲକ୍ଷ ୯୬ ହଜାର ୧୬୧ ହୋଇଛି। ସେହିପରି ୬ କୋଟି ୯୨ ଲକ୍ଷ ୫୧ ହଜାର ୬୮୦ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି।
ଏବେ ଦେଖନ୍ତୁ କେଉଁ ଦେଶରେ କେତେ ପଜିଟିଭ୍, ସୁସ୍ଥ, ଓ ମୃତ୍ୟୁ ହୋଇଛି।
ଆମେରିକା- କରୋନାରେ ସର୍ବାଧିକ ଯଦି କେଉଁ ରାଷ୍ଟ୍ର ପ୍ରଭାବିତ ହୋଇଛି ତେବେ ସେ ହେଲା ବିଶ୍ୱର ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ର ଭାବେ ପରିଗଣିତ ଆମେରିକା। ସରକାରୀ ଉଦାସିନତା ଓ ସଚେତନତା ଅଭାବରୁ ଆମେରିକାର ହୁହୁ ହୋଇ କରୋନା ସଂଖ୍ୟା ବଢ଼ିବାରେ ଦେଖାଇଯାଇଛି। ଏଠାରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨,୪୮,୦୪,୭୩୯ ହୋଇଥିବା ବେଳେ ୧,୪୭,୮୫,୬୭୭ ସୁସ୍ଥ ହୋଇଛନ୍ତି। ସେହିପରି ମୃତ୍ୟୁ ସଂଖ୍ୟା ୪,୧୧,୪୪୦ ହୋଇଛି।
ଭାରତ- ସେହିପରି ଦ୍ୱିତୀୟ ସର୍ବାଧିକ କରୋନା ପ୍ରଭାବିତ ରାଷ୍ଟ୍ର ହେଉଛି ଭାରତ। ତେବେ ଅନ୍ୟ ଦେଶଗୁଡ଼ିକ ତୁଳନାରେ ଭାରତରେ କରୋନା ବିଳମ୍ବର ଚିହ୍ନଟ ହୋଇଥିଲା। ଭାରତ ସରକାରଙ୍କର ଆଗୁଆ ପଦକ୍ଷେପ ଯୋଗୁ ସଂଖ୍ୟା କମ୍ ଥିଲା। କିନ୍ତୁ ତଥାପି ପରିଚାଳନାରେ ତ୍ରୁଟି ଯୋଗୁ ତବଲିଗୀ ଜମାତରୁ ଆରମ୍ଭ କରି ଲକ୍ଡାଉନ୍ ଶଟ୍ଡାଉନ୍ରେ ଲୋକମାନଙ୍କର ଇତସ୍ତତ ଯାଆସ, ପାଇଁ ଏହି ସଂଖ୍ୟା ବଢ଼ି ଉତ୍କଟ ରୂପା ଧାରଣ କରିଥିଲା। ଗୋଟେ ସମୟରେ ଅମେରିକାଠାରୁ ଭାରତରେ ଅଧିକ ପଜିଟିଭ୍ ଚିହ୍ନଟ ହୋଇଥିଲା। କିନ୍ତୁ ପର୍ଯ୍ୟାୟ କ୍ରମେ ଏହି ସଂଖ୍ୟାରେ ହ୍ରାସ ହୋଇଛି। ବର୍ତ୍ତମାନ ସୁଧା ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୦୫,୮୧,୮୩୭ ହୋଇଥିବା ବେଳେ ସୁସ୍ଥ ହୋଇଛନ୍ତି ୧,୦୨,୨୮,୭୫୨ ଓ ମୃତ୍ୟୁ ସଂଖ୍ୟା ୧,୫୨,୫୫୬ ହୋଇଛି।
ବ୍ରାଜିଲ୍ ମଧ୍ୟ ଭୟଙ୍କର ଭାବେ କରୋନାରେ ପ୍ରଭାବିତ ହୋଇଛି। ଏଠାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୫,୭୫,୭୪୨ ସୁସ୍ଥ ସଂଖ୍ୟା ୭୫,୧୮,୮୪୬ ଓ ମୃତ୍ୟୁ ୨,୧୧,୫୧୧ ହୋଇଛି। ସେହିପରି ଋଷିଆରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୬,୧୨,୮୦୦, ସୁସ୍ଥ ୩୦,୦୨,୦୨୬ ଓ ମୃତ୍ୟୁ ୫୫,୬୨୩ ହୋଇଛି। ବ୍ରିଟେନ୍ରେ ମୋଟ ଆକ୍ରାନ୍ତ ୩୪,୬୬,୮୪୯—ସୁସ୍ଥ ୧୫,୫୮,୫୦୩, ମୃତ୍ୟୁ ୯୧,୪୭୦ ହୋଇଛି।
ସେହିପରି ଫ୍ରାନ୍ସରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୯,୩୮,୩୩୩, ସୁସ୍ଥ ୨,୧୧,୮୧୬—ମୃତ୍ୟୁ ୨,୧୧,୮୧୬ ହୋଇଛି। ଇଟାଲୀରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୪,୦୦,୫୯୮, ସୁସ୍ଥ ୨୪,୦୦,୫୯୮ମୃତ୍ୟୁ ୮୩,୧୫୭। ତୁର୍କୀ-ମୋଟ ଆକ୍ରାନ୍ତ ୨୩,୯୯,୭୮୧, ସୁସ୍ଥ ୨୨,୭୭,୯୮୭ ଓ ମୃତ୍ୟୁ ୨୪,୩୨୮ ହୋଇଛି। ସେହିପରି ଜର୍ମାନୀରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୦,୭୧,୪୭୩ ଓ ସୁସ୍ଥ ୧୭,୧୬,୨୦୦ ହୋଇଥିବା ୪୯,୨୪୪ ଜଣଙ୍କର ମୃତ୍ୟୁ ହୋଇଛି। ପାକିସ୍ତାନରେ ମଧ୍ୟ କରୋନା କରାଳ ରୂପା ଦେଖାଇଛି। ଏଠାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫,୨୩,୦୧୧ ହୋଇଥିବା ବେଳେ ୪,୭୬,,୪୭୧ ସୁସ୍ଥ ହୋଇଛନ୍ତି। ସେହିଭଳି ମୃତ୍ୟୁ ସଂଖ୍ୟା ୧୧,୦୫୫ ହୋଇଛି।