ସାରା ବିଶ୍ୱରେ କରୋନା ନେଲା ୫୦ ହଜାରରୁ ଅଧିକ ଜୀବନ

ନୂଆଦିଲ୍ଲୀ: ବିଶ୍ୱରେ କରୋନା ସ୍ଥିତି ଜଟିଳ ହେବାରେ ଲାଗିଛି। ମହାମାରୀ କରୋନା ପୃଥିବୀର ୨୦୪ଟି ଦେଶ ଓ ଭୂଖଣ୍ଡକୁ କାବୁ କରିସାରିଥିବା ବେଳେ, ମୋଟ ୧୦ ଲକ୍ଷ ୧୬ ହଜାର ୧୫୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଓ ୫୩ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ସେହିପରି ୨ ଲକ୍ଷ ୧୨ ହଜାର ୯୯୫ ଜଣ ଆରୋଗ୍ୟ ଲାଭ କରିଛନ୍ତି।

  • ସର୍ବାଧିକ କରୋନା ଆକ୍ରାନ୍ତ ଆମେରିକାରେ ଚିହ୍ନଟ ହୋଇଛନ୍ତିି। ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୪୦ ହଜାର ଟପିଛି।
  • କରୋନା ଆକ୍ରାନ୍ତରେ ଆମେରିକାରେ ୬ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଲେଣି।
  • ଇଟାଲି ଓ ସ୍ପେନରେ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସର୍ବାଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି।
  • ଇଟାଲିରେ ୧୩ ହଜାର ୯୧୫ ଜଣ ପ୍ରାଣ ହରାଇଥିବା ବେଳେ ସ୍ପେନରେ ୧୦ ହଜାରରୁ ଅଧିକ ଲୋକଙ୍କ ମୃତ୍ଯୁ ଘଟିଛି।
  • ସ୍ପେନରେ ଗତକାଲି ଗୋଟିଏ ଦିନରେ ସର୍ବାଧିକ ୯୫୦ ଜଣଙ୍କ ଜୀବନ ନେଇଛି କରୋନା।
  • ଏସବୁ ଦେଶ ବାଦ୍ ଜର୍ମାନୀ, ଫ୍ରାନ୍ସ, ଇରାନ ଓ ୟୁକେରେ ଆକ୍ରନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ି ଚାଲିଛି ।
You might also like