୭୦ ହଜାର ଟପିଲା କରୋନା ପଜିଟିଭ୍‌ ସଂଖ୍ୟା

ନୂଆଦିଲ୍ଲୀ: ଦେଶରେ ୭୦ ହଜାର ଟପିଲା କରୋନା ପଜିଟିଭ୍‌ ସଂଖ୍ୟା। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଅନୁଯାୟୀ ଦେଶରେ କରୋନାରେ ଏଯାଏ ୭୦ ହଜାର  ୭୫୬ ଆକ୍ରାନ୍ତ ହୋଇଛନ୍ତି। ସେହିଭଳି ମୃତ୍ୟୁ ସଂଖ୍ୟା ୨୨ ଶହ ୯୩ରେ ପହଞ୍ଚିଛି।

ବର୍ତ୍ତମାନ ପ୍ରାୟ ୪୬ ହଜାର ଜଣଙ୍କ ଚିକିତ୍ସା ଚାଲିଥିବାବେଳେ ୨୨ ହଜାର ୪୫୪ ଜଣ ଆରୋଗ୍ୟ ଲାଭ କଲେଣି। ତେବେ ମହାରାଷ୍ଟ୍ରକୁ ନେଇ ଉଦ୍‌ବେଗ ବଢ଼ୁଛି। ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୨୩ ହଜାର ପାର କରିଥିବାବେଳେ, ୮୬୮ ଜଣଙ୍କ ମୃତ୍ୟୁ ହୋଇଛି।

ସେପଟେ କରୋନା ମୁକାବିଲାରେ ଭାରତର ମୃତ୍ୟୁହାର କମ୍‌ ରହିଛି ବୋଲି କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ।

ସାରା ବିଶ୍ୱରେ ଏହି ମୃତ୍ୟୁହାର ୭ ପ୍ରତିଶତରୁ ୭.୫ ପ୍ରତିଶତ ରହିଥିବାବେଳେ ଭାରତରେ ଏହି ହାର ୩.୨ ପ୍ରତିଶତ ରହିଛି। ସେହିଭଳି କରୋନା ଆକ୍ରାନ୍ତଙ୍କ ଆରୋଗ୍ୟ ହାର ୩୧. ୭ ପ୍ରତିଶତକୁ ବୃଦ୍ଧି ପାଇଥିବା ସେ ସୂଚନା ଦେଇଛନ୍ତି।

You might also like