କରୋନା ଅପ୍‌ଡେଟ୍: ପ୍ରତି ଘଣ୍ଟାରେ ଯାଉଛି ୧୧ରୁ ଅଧିକ ଜୀବନ

ନୂଆଦିଲ୍ଲୀ: ୨୪ ଘଣ୍ଟା ଭିତରେ ଦେଶରେ ୨୭୩ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଅର୍ଥାତ ପ୍ରତି ଘଣ୍ଟାରେ କରୋନାରେ ଯାଉଛି ୧୧ରୁ ଅଧିକ ଜୀବନ। ଆଜି ଗୋଟିଏ ଦିନରେ ଭାରତରେ ସର୍ବାଧିକ ୯ ହଜାର ୮୫୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୨୬ ହଜାର ୭୭୦କୁ ବୃଦ୍ଧିପାଇଛି।

ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ଆକ୍ଟିଭ୍‌ କେସ୍ ୧ ଲକ୍ଷ ୧୦ ହଜାର ୯୬୦ ରହିଛି। ସେହିଭଳି ଦେଶରେ କରୋନା ମୃତ୍ୟୁ ୬ ହଜାର ୩୪୮କୁ ବୃଦ୍ଧି ପାଇଥିବାବେଳେ ସୁସ୍ଥ ହେଲେଣି ୧ ଲକ୍ଷ ୯ ହଜାରରୁ ଅଧିକ।

ମହାରାଷ୍ଟ୍ରରେ ସର୍ବାଧିକ ୭୭ ହଜାର ୭୯୩ ଆକ୍ରାନ୍ତ ଥିବାବେଳେ ୨ ହଜାର ୯ ପାର୍ କଲାଣି ମୃତ୍ୟୁସଂଖ୍ୟା। ଗୁଜରାଟରେ ୧୧ ଶହରୁ ଅଧିକ, ଦିଲ୍ଲୀରେ ୬୫୦, ମଧ୍ୟପ୍ରଦେଶରେ ୩୭୭ ଓ ପଶ୍ଚିମବଙ୍ଗରେ ୩୫୫ ଜଣଙ୍କ ମୃତ୍ୟୁ ହୋଇଥିବା ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛି।

 

You might also like