କରୋନା ଭାଇରସ୍ ଆତଙ୍କ: ଚୀନ୍‌ରେ ଥିବା ଭାରତୀୟଙ୍କୁ ଆଣିବାକୁ ଯିବ ସ୍ୱତନ୍ତ୍ର ବିମାନ

ନୂଆଦିଲ୍ଲୀ: ଭୟଙ୍କର କରୋନା ଭାଇରସ୍‌ରୁ ଦେଶର ନାଗରିକଙ୍କୁ ରକ୍ଷା କରିବା ପାଇଁ ଚୀନରେ ଥିବା ଭାରତୀୟଙ୍କୁ ସ୍ୱଦେଶ ଫେରାଇ ଅଣାଯିବ। ଏଥିପାଇଁ ଏୟାର ଇଣ୍ଡିଆ ପକ୍ଷରୁ ଏକ ସ୍ୱତନ୍ତ୍ର ବିମାନ ଯିବ ଚୀନର ଉହାନ୍‌କୁ ଯାତ୍ରା କରିବ। ସେଠାରେ ଥିବା ଭାରତୀୟଙ୍କୁ ନୂଆଦିଲ୍ଲୀକୁ ଫେରାଇ ଆଣାଯିବ। ଏହାପରେ ଦିଲ୍ଲୀରୁ ବିମାନ ଯୋଗେ ମୁମ୍ବାଇ ଓ ଅନ୍ୟ ଅଞ୍ଚଳକୁ ସ୍ଥାନାନ୍ତର କରାଯିବ।

ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୪୦୦ ଜଣଙ୍କୁ ଉହାନ୍‌ରୁ ଅଣାଯିବ। ଯେଉଁଥିରେ ଉହାନ୍ ବିଶ୍ୱବିଦ୍ୟାଳୟରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ଅଧିକ ଥିବା ଜଣାପଡ଼ିଛି। ଆଜି ଅପରାହ୍ନ ୧୨ଟା ବେଳେ ନୂଆଦିଲ୍ଲୀରୁ ବିମାନ ଉହାନ୍ ଯିବ ଏବଂ ଆସନ୍ତାକାଲି ରାତି ୨ଟା ବେଳେ ଉହାନ୍‌ରୁ ନୂଆଦିଲ୍ଲୀ ଅଭିମୁଖେ ଯାତ୍ରା କରିବ ବିମାନ।

ନୂଆଦିଲ୍ଲୀକୁ ଅଣାଯିବା ପରେ ଏମାନଙ୍କୁ ସ୍ୱତନ୍ତ୍ର ଭାବେ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ। କରୋନା ଭୂତାଣୁରେ ସଂକ୍ରମିତ ନା ନାହିଁ ସେ ନେଇ ଯାଞ୍ଚ ପରେ ପରବର୍ତ୍ତି ପଦକ୍ଷେପ ନିଆଯିବ ବୋଲି ଜଣାପଡ଼ିଛି। ଚୀନରେ ଥିବା ଭାରତୀୟଙ୍କୁ ଆଣିବା ପାଇଁ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଚୀନ ସରକାରଙ୍କୁ ନିବେଦନ କରାଯାଇଥିଲା।

You might also like