ହୋମ୍‌ କ୍ୱାରେଣ୍ଟିନ୍‌କୁ ଗଲେ ୭୬ ଜଣ ନେତା

ଲକ୍ଷ୍ନୌ: ଉତ୍ତରପ୍ରଦେଶର ମେରଠ ଠାରେ ଭାରତୀୟ ଜନତା ପାର୍ଟି (ବିଜେପି) ନେତାଙ୍କୁ ହୋମ୍‌ କ୍ୱାରେଣ୍ଟିନ୍‌ରେ ରହିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନୋଟିସ ଜାରି କରାଯାଇଛି। ବର୍ତ୍ତମାନର କାଉନ୍‌ସିଲର, ପୂର୍ବତନ କାଉନ୍‌ସିଲରଙ୍କ ସମେତ ୭୬ ଜଣ ନେତାଙ୍କୁ ହୋମ୍‌ କ୍ୱାରେଣ୍ଟିନ୍‌ରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଖବର ଅନୁଯାୟୀ, ଜଣେ ବିଜେପି ନେତାଙ୍କର ପିତା ଓ ଭାଇ କରୋନା ଭାଇରସରେ ଆକ୍ରାନ୍ତ ହୋଇଥିବା ଜଣାପଡିଥିଲା। ପରେ ତାଙ୍କ ସଂସ୍ପର୍ଶରେ ଆସିଥିବା ନେତାମାନଙ୍କୁ ହୋମ୍‌ କ୍ୱାରେଣ୍ଟିନ୍‌ରେ ରଖାଯିବା ପାଇଁ ନୋଟିସ୍‌ ଜାରି କରାଯାଇଥିଲା।

ଉତ୍ତରପ୍ରଦେଶରେ ସର୍ବାଧିକ ସଂଖ୍ୟକ କରୋନା ରୋଗୀ ଆଗ୍ରାରେ ଚିହ୍ନଟ କରାଯାଇଛି। ଗତ ଗୁରୁବାର ଦିନ ତାଜନଗରୀରେ ୨୨ ଟି ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି। କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୫୫କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୧୪ ଜଣଙ୍କର ମୃତ୍ୟୁ ଘଟିଛି। ଖୁସିର କଥା ଯେ ୯୮ ଜଣ ରୋଗୀ ସୁସ୍ଥହୋଇ ଘରକୁ ଫେରିଛନ୍ତି। ଏନେଇ ସ୍ୱାସ୍ଥ୍ୟବିଭାଗ ସୂଚନା ଦେଇଛି।

ଆହୁରି ପଢ଼ନ୍ତୁ

୨୪ ଘଣ୍ଟାରେ ୯୩, ୩୩୭ କରୋନା ଆକ୍ରାନ୍ତ ଚିହ୍ନଟ

ଓଡ଼ିଶାରେ କରୋନା ସ୍ଥିତି: ଦିନକରେ ୯ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

Corona Update In Odisha: ୨୪ ଘଣ୍ଟାରେ ୪,୨୦୯ ପଜିଟିଭ୍‌ ଚିହ୍ନଟ

କରୋନା ଭ୍ୟାକ୍‌ସିନ୍‌ ପରେ ଔଷଧ ତିଆରି କଲା ଋଷ

ଭୁବନେଶ୍ୱରରେ ୪୧ ଦୋକାନ ସିଲ୍‌, ୨୮୩୩ ଜଣଙ୍କୁ ଫାଇନ୍‌; କଟକରେ ବି ଆକ୍ସନ ମୋଡ୍‌ରେ ପୋଲିସ୍

ନା ଥିଲା ମାସ୍କ ନା ଥିଲା ସାମାଜିକ ଦୂରତା: କରୋନା କଟକଣାକୁ ଫୁ’ କରି ଧୁମ୍‌ଧାମ୍‌ରେ ଚାଲିଥିଲା ବିଶ୍ୱକର୍ମା ଭସାଣ

ତାଗିଦ ନାଁରେ ବ୍ୟବସାୟ ଉପରେ ଛାଟ !

୨୪ ଘଣ୍ଟାରେ ସୁସ୍ଥ ହେଲେ ୪୧୦୧ କରୋନା ଆକ୍ରାନ୍ତ

ହ୍ୱାଟ୍ସଆପ୍‌ ଜରିଆରେ ଲୋକଙ୍କୁ ମିଳିବ କରୋନା ପରାମର୍ଶ

Bhubaneswar Corona News: ୩୦୫ କରୋନା ପଜିଟିଭ ଚିହ୍ନଟ, ୨୧୫ ଲୋକାଲ୍‌ କେସ

ଦେଶରେ ଦିନକରେ ୯୬ହଜାର ୪୨୪ କରୋନା ଆକ୍ରାନ୍ତ ଚିହ୍ନଟ

Corona Deaths in Odisha: ୨୪ ଘଣ୍ଟାରେ ଆଖି ବୁଜିଲେ ୧୩ କରୋନା ଆକ୍ରାନ୍ତ

You might also like