କରୋନା ଭ୍ୟାକ୍ସିନ୍ ’ଚାଡାକ୍ସ ୱାନ’: ଆଉ ଅଳ୍ପ ଦିନର ଅପେକ୍ଷା

ବ୍ରିଟେନ: ମହାମାରୀ କରୋନା ଭାଇରସ ଯୋଗୁ ଲକ୍ଷ ଲକ୍ଷ ଲୋକ ମୃତ୍ୟୁବରଣ କରୁଛନ୍ତି। କରୋନା କେବେ ଶେଷ ହେବ ଓ ମୃତ୍ୟୁ ସଂଖ୍ୟା କିପରି ବନ୍ଦ ହେବ ସେନେଇ ସମଗ୍ର ବିଶ୍ୱ ଚିନ୍ତାପ୍ରକଟ କରୁଛି। ଏପରି ସମୟରେ ବ୍ରିଟେନର ବୈଜ୍ଞାନିକମାନେ ଲୋକଙ୍କ ମଧ୍ୟରେ ଭରସା ସୃଷ୍ଟି କରିଛନ୍ତି।

କରୋନାକୁ ସମ୍ପୂର୍ଣ୍ଣ ଭାବେ ନିପାତ କରିବା ପାଇଁ  ଭ୍ୟାକ୍ସିନ୍‌ ପ୍ରସ୍ତୁତ ହୋଇସାରିଛି ଏବଂ ଏହି ଭ୍ୟାକ୍ସିନ୍‌ର ପରୀକ୍ଷା ଆଜିଠାରୁ ଲୋକଙ୍କ ଉପରେ କରାଗଲାଣି। ବିଶେଷଜ୍ଞଙ୍କ କହିବା ଅନୁଯାୟୀ ଭ୍ୟାକ୍ସିନ୍‌ଟି ପ୍ରାୟ ପ୍ରସ୍ତୁତ ହୋଇଗଲାଣି।

ଏଭଳି ଚମତ୍କାର କରିବାରେ ସଫଳ ହୋଇଛନ୍ତି ଲଣ୍ଡନର ଅକ୍ସଫୋର୍ଡ ୟୁନିଭରସିଟିର ବୈଜ୍ଞାନିକମାନେ। ଭ୍ୟାକ୍ସିନ୍‌ ପରୀକ୍ଷଣର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟ ହେଉଛି ଲୋକଙ୍କ ଉପରେ ପରୀକ୍ଷା କରିବା। ଏହା ଉପରେ ହିଁ ଯେ କୌଣସି ଇଞ୍ଜେକ୍ସନର ସଫଳତା ନିର୍ଭର କରିଥାଏ।  କରୋନା ସହିତ ଲଢ଼ିବାକୁ ପ୍ରସ୍ତୁତ ହୋଇଥିବା ଭ୍ୟାକ୍ସିନ୍‌ର ନାଁ‘ଚାଡକ୍ସ ୱାନ୍’।

ସୂଚନା ଅନୁଯାୟୀ, ପ୍ରଥମ ପର୍ଯ୍ୟାୟରେ ୫୧୦ ସ୍ୱେଚ୍ଛାସେବୀଙ୍କ ଉପରେ ଏହି ଟିକା ପରୀକ୍ଷା କରାଯିବ। ଦ୍ୱିତୀୟ ପର୍ଯ୍ୟାୟରେ ଏହା ବରିଷ୍ଠ ନାଗରିକଙ୍କ ଉପରେ ବ୍ୟବହୃତ ହେବ। ତୃତୀୟ ପର୍ଯ୍ୟାୟରେ ଏହାର ପ୍ରଭାବ ୫୦୦୦ ସ୍ୱେଚ୍ଛାସେବୀ ଉପରେ ଦେଖାଯିବ। ଯଦି ଏହା ସଫଳ ହୁଏ, ତେବେ ସେପ୍ଟେମ୍ବର  ସୁଦ୍ଧା ୧୦ ଲକ୍ଷ ଟିକା ବ୍ୟବହାର ପାଇଁ ଯୋଗାଇ ଦିଆଯାଇ ପାରିବ।

ଅକ୍ସଫୋର୍ଡ ୟୁନିଭରସିଟିର ପ୍ରଫେସର ସାରା ଗିଲବର୍ଟ କହିଛନ୍ତି, ମୋ ଟିମ୍‌ ଅଜଣା ରୋଗମାନଙ୍କ ଉପରେ କାର୍ଯ୍ୟ କରୁଛନ୍ତି। ଆମେ ଏହାର ନାଁ ଡିଜିଜ୍‌ ଏକ୍ସ(Disease X) ଭାବରେ ନାମିତ କରିଛୁ .. ଯଦି ଭବିଷ୍ୟତରେ ଅନ୍ୟକିଛି ମହାମାରୀ ହୁଏ, ତେବେ ଆମେ ଏହାର ମୁକାବିଲା କରିପାରିବା। ଆମେମାନେ ଆଶା କରିନଥିଲୁ ଯେ ଏତେ ଶୀଘ୍ର ଆବଶ୍ୟକ ପଡିବ। ବିଭିନ୍ନ ରୋଗ ଉପରେ ଏହି କୌଶଳକୁ ପରୀକ୍ଷା କରାଯାଇଛି। ଅନ୍ୟ ରୋଗ ଉପରେ ୧୨ଟି କ୍ଲିନିକାଲ୍ ପରୀକ୍ଷା କରିଛୁ। ଭଲ ପ୍ରତିକ୍ରିୟା ମଧ୍ୟ ପାଇଛୁ। ଏହାର ଗୋଟିଏ ଡୋଜ୍‌ରେ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ।

କୁହାଯାଉଥିଲା, କରୋନା ଭ୍ୟାକ୍ସିନ ପ୍ରସ୍ତୁତ କରିବା ପାଇଁ ୧୨ରୁ ୧୮ ମାସ ଲାଗିବ । କିନ୍ତୁ ବ୍ରିଟେନ ଏଥିରେ ଏକପ୍ରକାର ବାଜି ମାରିନେଇଛି। ଏହା ଉପରେ ଗବେଷଣା କରୁଥିବା ବୈଜ୍ଞାନିକମାନଙ୍କର ନିଜ ସଫଳତା ଉପରେ ଏତେ ବିଶ୍ୱାସ ରହିଛି ଯେ, ଇଞ୍ଜେକ୍ସନର ପରୀକ୍ଷା ସହ ବିଶ୍ୱର ୭ଟି ସେଣ୍ଟରରେ ଏହାର ପ୍ରଡକ୍‌ସନ ଆରମ୍ଭ କରି ଦେଇଛି। ଭାରତରେ ମଧ୍ୟ ଏହାର ଏକ ସେଣ୍ଟର ରହିଛି। ଏହି ବିଶ୍ୱବିଦ୍ୟାଳୟର ପ୍ରଫେସର ଏଡ୍ରିୟନ ହିଲଙ୍କ କହିବା ଅନୁଯାୟୀ, ଇଞ୍ଜେକ୍ସନ ପ୍ରସ୍ତୁତ କରିବା ଆମ ପାଇଁ ବହୁତ ବଡ ରିସ୍କ। ତଥାପି  ୟୁକେରେ ୩,  ୟୁରୋପରେ ୨ ଏବଂ ଚୀନ ଓ ଭାରତରେ ଜଣେ ଲେଖାଏ ଉତ୍ପାଦକ ନେଟୱର୍କ  ଆମକୁ ଏଥିରେ ସହଯୋଗ କରୁଛନ୍ତି ।

ଆହୁରି ପଢ଼ନ୍ତୁ

ଆଜି ପୁଣି ସୁସ୍ଥ ସଂଖ୍ୟା ୪ହଜାର ଟପିଲା

‘କରୋନାରୁ ଆରୋଗ୍ୟ ପରେ ବି ହୋଇପାରେ ସଂକ୍ରମଣ’

କରୋନା ଆରୋଗ୍ୟ ହାର: ଆମେରିକାକୁ ପଛରେ ପକାଇ ଭାରତ ଆଗରେ

ରାଜଧାନୀରେ ଦିନକରେ ୩୪୨ କରୋନା ପଜିଟିଭ୍ ଚିହ୍ନଟ

COVID-19କୁ ନେଇ ବଢ଼ିଲା ଚିନ୍ତା; ରୂପ ବଦଳାଇ ସୁସ୍ଥ ହୋଇଥିବା ରୋଗୀଙ୍କ ଶରୀରରେ ପୁଣି ସଂକ୍ରମିତ ହେଉଛିି

୨୪ ଘଣ୍ଟାରେ ୯୩, ୩୩୭ କରୋନା ଆକ୍ରାନ୍ତ ଚିହ୍ନଟ

ଓଡ଼ିଶାରେ କରୋନା ସ୍ଥିତି: ଦିନକରେ ୯ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

Corona Update In Odisha: ୨୪ ଘଣ୍ଟାରେ ୪,୨୦୯ ପଜିଟିଭ୍‌ ଚିହ୍ନଟ

କରୋନା ଭ୍ୟାକ୍‌ସିନ୍‌ ପରେ ଔଷଧ ତିଆରି କଲା ଋଷ

ଭୁବନେଶ୍ୱରରେ ୪୧ ଦୋକାନ ସିଲ୍‌, ୨୮୩୩ ଜଣଙ୍କୁ ଫାଇନ୍‌; କଟକରେ ବି ଆକ୍ସନ ମୋଡ୍‌ରେ ପୋଲିସ୍

ନା ଥିଲା ମାସ୍କ ନା ଥିଲା ସାମାଜିକ ଦୂରତା: କରୋନା କଟକଣାକୁ ଫୁ’ କରି ଧୁମ୍‌ଧାମ୍‌ରେ ଚାଲିଥିଲା ବିଶ୍ୱକର୍ମା ଭସାଣ

ତାଗିଦ ନାଁରେ ବ୍ୟବସାୟ ଉପରେ ଛାଟ !

You might also like