ମଣିଷ ଚର୍ମରେ କେତେ ସମୟ ଯାଏ ଆକ୍ଟିଭ୍‌ ରହିଥାଏ କରୋନା ଭାଇରସ୍‌ ? ସାମ୍ନାକୁ ଆସିଲା ତଥ୍ୟ

ଟୋକିଓ: ସାରା ବିଶ୍ୱରେ ମହାମାରୀ କରୋନା ଏହାର କାୟା ବିସ୍ତାର କରିସାରିଛି। କରୋନାର ମୁକାବିଲା କରିବା ଲାଗି ଅନେକ ଦେଶ  ଭ୍ୟାକ୍‌ସିନ୍‌ ବାହାର କରିବାରେ ମଧ୍ୟ ଲାଗି ପଡ଼ିଛନ୍ତି। ଏସବୁ ଭିତରେ ଗୋଟିଏ ପରେ ଗୋଟିଏ ତଥ୍ୟ ସାମ୍ନାକୁ ଆସୁଛି। ଯେଉଁଥିରେ କରୋନା ଭାଇରସ୍‌ ସମ୍ପର୍କରେ ନୂଆ ନୂଆ ତଥ୍ୟ ଜଣାପଡ଼ୁଛି।

ଏକ ଷ୍ଟଡିରେ ଖୁଲାସା ହୋଇଛି ଯେ, କରୋନା ଭାଇରସ୍‌ ମଣିଷ ଚର୍ମରେ ୯ ଘଣ୍ଟା ପର୍ଯ୍ୟନ୍ତ ଆକ୍ଟିଭ୍‌ ରହିଥାଏ।  କରୋନା ଭାଇରସ୍‌କୁ ନେଇ ଜାପାନର ରିସର୍ଚ୍ଚରମାନେ ଷ୍ଟଡି କରି ଏଭଳି କିଛି ତଥ୍ୟ ଜାଣିବାକୁ ପାଇଛନ୍ତି। ତେଣୁ ଏଥିରୁ ବର୍ତ୍ତିବା ପାଇଁ ବାରମ୍ବାର ହାତ ଧୋଇବା ପାଇଁ ପରାମର୍ଶ ଦେଇଛନ୍ତି।

Clinical Infectious Diseases ଜର୍ଣ୍ଣାଲ୍‌ରେ ପ୍ରକାଶିତ ଷ୍ଟଡି ଅନୁସାରେ, କରୋନା ଭାଇରସ୍‌ ତୁଳନାରେ ଫ୍ଲ୍ୟୁ ଭାଇରସ୍‌ ମଣିଷ ଚର୍ମରେ ପାଖାପାଖି ୧.୮ ଘଣ୍ଟା ପର୍ଯ୍ୟନ୍ତ ଆକ୍ଟିଭ୍‌ ରହିଥାଏ।

ଷ୍ଟଡିରେ ଆହୁରି ମଧ୍ୟ କୁହାଯାଇଛି ଯେ, ଇନ୍‌ଫ୍ଲ୍ୟୁଏଞ୍ଜା ଏ ଭାଇରସ୍ (‌Influenza A virus) ତୁଳନାରେ SARS-CoV-2 ମଣିଷ ଚର୍ମରେ ୯ ଘଣ୍ଟା ପର୍ଯ୍ୟନ୍ତ ଆକ୍ଟିଭ୍‌ ରହିବା ଯୋଗୁ କଣ୍ଟାକ୍ଟ୍‌ ଟ୍ରାନ୍ସମିଶନ୍‌ର ବିପଦ ବଢ଼ିବାର ଆଶଙ୍କା ରହିଛି। ଫଳରେ କରୋନା ସଂକ୍ରମଣ ବଢ଼ିବାର ଆଶଙ୍କା ରହିଛି। ଷ୍ଟଡି ଅନୁସାରେ, ethanol ପ୍ରୟୋଗ କରିବାର ୧୫ ସେକେଣ୍ଡ ମଧ୍ୟରେ ଉଭୟ କରୋନା ଭାଇରସ୍‌ ଓ ଫ୍ଲ୍ୟୁ ଭାଇରସ୍‌ ନିଷ୍କ୍ରିୟ ହୋଇଯାଇଥାଏ। ହ୍ୟାଣ୍ଡ୍‌ ସାନିଟାଇଜରରେ ethanolର ବ୍ୟବହାର ହୋଇଥାଏ।

ଷ୍ଟଡିରେ ଆହୁରି ମଧ୍ୟ କୁହାଯାଇଛି ଯେ, ଯେହେତୁ SARS-CoV-2 ଚର୍ମରେ ଅଧିକ ସମୟ ସକ୍ରିୟ ରହିବା ଯୋଗୁ କଣ୍ଟାକ୍ଟ ଟ୍ରାନ୍ସମିଶନ୍‌ ମାଧ୍ୟମରେ ସଂକ୍ରମଣ ବଢ଼ିବାର ଆଶଙ୍କା ସୃଷ୍ଟି ହୋଇଥାଏ ତେଣୁ ସବୁବେଳେ ହାତକୁ ସଫାସୁତୁରା ରଖିଲେ ଏହି ସଂକ୍ରମଣର ବିପଦକୁ ଏଡ଼ାଇ ଦିଆଯାଇପାରେ।

ଆହୁରି ପଢ଼ନ୍ତୁ

ସ୍ୱେଚ୍ଛାସେବୀଙ୍କ ବିରୋଧରେ ୧୦୦ କୋଟିର ମାନହାନି ମୋକଦ୍ଦମା କଲା ସେରମ୍‌

କରୋନା ମୃତ୍ୟୁ ସଂଖ୍ୟା କମିଲା; ୫ ରୋଗୀ ଆଖି ବୁଜିଲେ

ରାଜ୍ୟରେ ୫୦୦ ତଳକୁ ଖସିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଦେଶରେ ଏବେ ବି ଗମ୍ଭୀର କରୋନା ସ୍ଥିତି

ଓଡ଼ିଶାରେ କମୁଛି କରୋନା ମୃତ୍ୟୁ ସଂଖ୍ୟା, ଦିନକରେ ୪ ଆକ୍ରାନ୍ତଙ୍କ ମୃତ୍ୟୁ

ରାଜ୍ୟର ମୋଟ ସୁସ୍ଥ ସଂଖ୍ୟା ୩୧୦୫୪୯କୁ ବୃଦ୍ଧି

ଖସିଲା କରୋନା ଗ୍ରାଫ; ଚିହ୍ନଟ ହେଲେ ୫୫୦, ଆଖି ବୁଜିଲେ ୧୨

ବୈଜୟନ୍ତ ପଣ୍ଡାଙ୍କୁ କରୋନା

୨୪ ଘଣ୍ଟାରେ ଓଡ଼ିଶାରେ କରୋନା ଆକ୍ରାନ୍ତରେ ୧୪ ଜଣଙ୍କ ମୃତ୍ୟୁ

ରାଜ୍ୟରେ କମୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା; ଆଜି ଚିହ୍ନଟ ହେଲେ ୫୯୪

କୋଭିଡ୍‌ ହସ୍ପିଟାଲ୍‌ରେ ଭୟାବହ ଅଗ୍ନିକାଣ୍ଡ, ଚାଲିଗଲା ୫ କରୋନା ଆକ୍ରାନ୍ତଙ୍କ ଜୀବନ

ରାଜ୍ୟରେ କମୁନି କରୋନା ମୃତ୍ୟୁ ସଂଖ୍ୟା; ପୁଣି ଆଖି ବୁଜିଲେ ୧୭

You might also like