ଭାରତରେ ଚିହ୍ନଟ ହୋଇଥିବା ସର୍ବପ୍ରଥମ ଷ୍ଟ୍ରେନ ‘ଡେଲ୍ଟା’ : କୋଭିଡ ଭାରିଏଣ୍ଟର ନାମ ଦେଲା WHO

ଅଦୃଶ୍ୟ ଭାଇରସର ନାମକରଣ କଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ଭାରତରେ ଚିହ୍ନଟ ହୋଇଥିବା ପ୍ରଥମ କରୋନା ଭାରିଏଣ୍ଟର ନାମ ଡେଲ୍ଟା’ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ସୋମବାର ଏହି ନାମ ରଖାଯାଇଛି । କରୋନା ଭାଇରସର ଉତ୍ପତ୍ତି ସ୍ଥଳକୁ ନେଇ ବିବାଦ ଜାରି ରହିଥିବା ବେଳେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କରୋନାର ମୁଖ୍ୟ ଭାରିଏଣ୍ଟ ଗୁଡ଼ିକୁ ଏକ ନିର୍ଦ୍ଦିଷ୍ଟ ନାମରେ ଜାଣିବା ପାଇଁ ସହଜ ନାମକରଣ ପ୍ରକ୍ରିୟା ଆରମ୍ଭ କରିଛି । ଗ୍ରୀକ୍ ଆଲଫାବେଟ୍ ବ୍ୟବହାର କରି କରୋନା ଭାଇରସର ନାମକରଣ କରାଯାଇଛି ।

କରୋନା ଭାରିଏଣ୍ଟର ନାମକରଣ ପାଇଁ World Health Organization ସମଗ୍ର ବିଶ୍ୱରେ ବିଶେଷଜ୍ଞ ଗୋଷ୍ଠୀଙ୍କୁ ନିର୍ଦ୍ଦେଶ ଦେଇଥିଲା । ବ୍ୟାପକ ପରାମର୍ଶ ଏବଂ ସମୀକ୍ଷା ପରେ ଏହି ନାମଗୁଡିକ ସ୍ଥିର କରାଯାଇଛି । ନେମିଙ୍ଗ ସିଷ୍ଟମରେ ବିଶେଷଜ୍ଞ ଥିବା ବ୍ୟକ୍ତି, ଭାଇରସ୍ ଟକ୍ସିକୋନୋମିକ୍ ବିଶେଷଜ୍ଞ, ଅନୁସନ୍ଧାନକାରୀ ଏବଂ ଜାତୀୟ କର୍ତ୍ତୃପକ୍ଷ ମଧ୍ୟ ଏଥିରେ ସାମିଲ ହୋଇଥିଲେ।

ଭାରତରେ ୨୦୨୦ ଅକ୍ଟୋବର ୨୦ରେ ମିଳିଥିବା B.1.617.2  G/452R.V3 ଭାରିଏଣ୍ଟର ନାମ ଡେଲ୍ଟା ଭାରିଏଣ୍ଟ ରଖାଯାଇଛି ।  ଭାତରେ ଚିହ୍ନଟ ହୋଇଥିବା ଦ୍ୱିତୀୟ ଷ୍ଟେନ(B.1.617.1)ର ନାମ କପ୍ପା ରଖାଯାଇଛି ।  ବ୍ରିଟେନରେ ୨୦୨୦ ସେପ୍ଟେମ୍ବର ମାସରେ ଚିହ୍ନଟ ହୋଇଥିବା ଭାରିଏଣ୍ଟର ନାମ ଆଲଫା ରଖାଯାଇଥିବା ବେଳେ ସାଉଥ୍ ଆଫ୍ରିକାରେ ମିଳିଥିବା ଭାରିଏଣ୍ଟକୁ ବିଟା କୁହାଯାଉଛି । ସେହିପରି ବ୍ରାଜିଲରେ ଗତ ବର୍ଷ ନଭେମ୍ବର ମାସରେ ଯେଉ ଷ୍ଟ୍ରେନ୍ ମିଳିଥିଲା ତାହାର ନାମ ଦିଆଯାଇଛି ଗାମା ଓ ୟୁଏସରେ ମିଳଥିବା ଷ୍ଟ୍ରେନର ନାମର ରଖାଗଲା ଏପ୍ସିପ୍ଲାନ୍ । ଅନ୍ୟପଟେ ଫିଲିପାଇନ୍ସରେ ଚଳିତ ବର୍ଷ ଜାନୁୟାରୀରେ ଚିହ୍ନଟ ହୋଇଥିବା ଷ୍ଟ୍ରେନର ନାମ ଥିଟା ରଖାଯାଇଛି ।

ଭାରତରେ ଚିହ୍ନଟ ହୋଇଥିବା ଭାରିଏଣ୍ଟକୁ ନେଇ ହୋଇଥିଲା ବିବାଦ
ସୂଚନାଯୋଗ୍ୟ ଭାରତରେ ଚିହ୍ନଟ ହୋଇଥିବା କରୋନା ଭାରିଏଣ୍ଟକୁ ନେଇ ବିବାଦ ଆରମ୍ଭ ହୋଇଥିଲା । ଆଉ ସେଥିପାଇଁ ନିକଟରେ ମୋଦି ସରକାର କରୋନା ଭାରିଏଣ୍ଟକୁ ଭାରତର ସହ ଯୋଡ଼ି ଲେଖାଯାଇଥିବା ସମସ୍ତ କଣେ୍‌ଟଣ୍ଟ୍ ହରାଇବା ପାଇଁ ସୋସିଆଲ ମିଡିଆ କମ୍ପାନୀକୁ ନିର୍ଦ୍ଦେଶ ଦେଇଥିଲେ ।

You might also like