ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୨୫୦୦ ଟପିଲା

ନୂଆଦିଲ୍ଲୀ: ଦେଶରେ କ୍ରମାଗତ ଭାବେ ବୃଦ୍ଧି ପାଇ ଚାଲଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା।  ଗତ ୨୪ ଘଣ୍ଟାରେ ଦେଶରେ କୋଭିଡ-୧୯ରେ ୧୩୪ ଜଣଙ୍କର ମୃତ୍ୟୁ ଘଟିଛି। ଦିନକରେ ୩ ହଜାର ୭୨୨ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।  ଏହା ସହ ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୨୫ଶହ ୪୯ ଛୁଇଁଥିବାବେଳେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ ୭୮, ୦୦୩ରେ ପହଞ୍ଚିଛି।

ତେବେ ୨୬ ହଜାର ୨୩୪ ଜଣ କରୋନା ଆକ୍ରାନ୍ତ ବର୍ତ୍ତମାନ ସୁଦ୍ଧା ସୁସ୍ଥ ହୋଇ ଘରକୁ ଫେରିଛନ୍ତି।  ବର୍ତ୍ତମାନସୁଦ୍ଧା ଦେଶରେ ଆକ୍ଟିଭ କେସ୍ ରହିଛି ୪୯ ହଜାର ୨୧୯।  ମହାରାଷ୍ଟ୍ରରେ ସର୍ବାଧିକ ୯୭୫ଜଣଙ୍କ ମୃତ୍ୟୁ ହୋଇଛି।  ଆକ୍ରାନ୍ତଙ୍କ ସଂଖ୍ୟା ୨୫ ହଜାର ୯୨୨ ପାର୍ କରିଛି ।
ସେହିପରି ଗୁଜରାଟରେ ୫୬୬ ଜଣଙ୍କ ଜୀବନ ଯାଇଛି। ଆକ୍ରାନ୍ତଙ୍କ ସଂଖ୍ୟା ରହିଛି ୯ ହଜାର ୨୬୭ । ମଧ୍ୟପ୍ରଦେଶରେ ମୃତ୍ୟୁ ସଂଖ୍ୟା ୨୩୨ ଛୁଇଁଛି । ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୪ ହଜାର ୧୭୩ ରହିଛି।  ରାଜସ୍ଥାନରେ ମଧ୍ୟ ୧୨୧ ପାର୍ କରିଛି କରୋନା ମୃତ୍ୟୁ ସଂଖ୍ୟା । ଏଠାରେ କରୋନା ଆକ୍ରାନ୍ତ ସଂଖ୍ୟା ୪ ହଜାର ୩୨୮ ରହିଛି ।

ଆହୁରି ପଢ଼ନ୍ତୁ

କରୋନା ଚିକିତ୍ସାରୁ ବାଦ୍ ପଡ଼ିପାରେ ପ୍ଲାଜ୍‌ମା ଥେରାପି

ବଜେପି ଛାଡ଼ିଲେ ବରିଷ୍ଠ ନେତା ଏକନାଥ ଖଡ଼ସେ; କହିଲେ, ଫଡ଼ନାଭିସଙ୍କ ପାଇଁ ଛାଡ଼ିଲି ଦଳ

ଆନ୍ଧ୍ର କନକ ଦୁର୍ଗା ମନ୍ଦିର ନିକଟରେ ଭୂସ୍ଖଳନ: ୪ ଫସି ରହିଥିବା ଆଶଙ୍କା

କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ବୋନସ୍ ଘୋଷଣା

ମଦ୍ରାସାକୁ ନେଇ ବିବାଦୀୟ ମନ୍ତବ୍ୟ ଦେଲେ ବିଜେପି ସାଂସଦ

କିଛି ଦିନ ତଳେ କମିଥିଲା, ଏବେ ପୁଣି ବଢ଼ିଲା ସୁନା ଦର

୨୩ ଜଣ ବନ୍ଧୁଙ୍କୁ ନେଇ ରେଷ୍ଟୁରାଣ୍ଟରେ ପହଞ୍ଚିଲେ ଗର୍ଲଫ୍ରେଣ୍ଡ; ବିଲ୍‌ ଦେଖି ଦୌଡି ପଳାଇଲେ ପ୍ରେମିକ

ହାଥରସ୍‌ ଘଟଣା ପରେ ଧର୍ମ ପରିବର୍ତ୍ତନ କଲେ ବାଲ୍ମିକୀ ସମାଜର ୫୦ ପରିବାର

ପାକିସ୍ତାନରେ ବିସ୍ଫୋରଣ: ୩ ମୃତ

ଶତ୍ରୁ ପାଖରେ ବି ମହନୀୟତା ଦେଖାଇଲେ ଭାରତୀୟ ଯବାନ; ଧରାପଡ଼ିଥିବା ଚୀନ ସେନାଙ୍କୁ ଫେରାଇ ଦେଲେ

ପାକିସ୍ତାନ ଅନୁପ୍ରବେଶକାରୀକୁ ଧରିଲା ସେନା; ୫ ହଜାର ପାକିସ୍ତାନୀ ଟଙ୍କା ଜବତ

‘ପାପ, ଭୁଲ ଓ ବେମାରୀକୁ ଛୋଟ ଭାବିବା ଉଚିତ ନୁହେଁ’

You might also like