ମଣିଷ ପରେ ପଶୁଙ୍କୁ ଗ୍ରାସ କଲାଣି କରୋନା ଭାଇରସ୍‌

ମଣିଷ ପରେ ପଶୁଙ୍କୁ ଗ୍ରାସ କଲାଣି କରୋନା ଭାଇରସ୍ । ଏଭଳି ଚାଞ୍ଚଲ୍ୟକର ତଥ୍ୟ ଦେଇଛି ପରିବେଶ ମନ୍ତ୍ରଣାଳୟ । କରୋନାରେ ଏସୀୟ ସିଂହ ସକ୍ରମିତ ହୋଇ ପ୍ରାଣ ହରାଉଛନ୍ତି ବୋଲି ରିପୋର୍ଟ ଦେଇଛି । ଏହି ତଥ୍ୟ ପଦାକୁ ଆସିବା ପରେ ମନ୍ତ୍ରାଳୟ ସତର୍କ କରାଇବା ସହ ପଶୁଙ୍କୁ କରୋନା ଭୂତାଣୁ ବ୍ୟାପିବାର ସମ୍ଭାବନା ରହିଥିବା କହିଛି । ପଶୁମାନେ କରୋନାରେ ସଂକ୍ରମିତ ହେବା ପରେ ରାଜ୍ୟର ସମସ୍ତ ଜାତୀୟ ପାର୍କ, ଚିଡିଆଖାନା ଓ ନନ୍ଦନକାନନ ଆଦି ବନ୍ଦ କରିବାକୁ କୁହାଯାଇଛିା ଏହାସହ ପଶୁମାନଙ୍କ କିପରି ସୁରକ୍ଷିତ ରହିପାରିବେ ସେ ନେଇ ଆଡଭାଇଜରି ଜାରି କରିଛି ମନ୍ତ୍ରାଳୟ । ଏହାକୁ ନିଷେଦ୍ଧାଞ୍ଚଳ କରାଯାଇ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ।

ପରିବେଶ ମନ୍ତ୍ରଣାଳୟ, ଫରେଷ୍ଟ ଆଣ୍ଡ୍ କ୍ଲାଇମେଟ୍ ଚେଞ୍ଜ୍ ୱାଇଲ୍ଡ ଲାଇଫ୍ ଡିଭିଜନର ପ୍ରକାଶିତ ବିଜ୍ଞପ୍ତି ଉଲ୍ଲେଖ କରାଯାଇଛି ଯେ, ଜାତୀୟ ପାର୍କ ଓ ନିଷେଧାଞ୍ଚଳରେ ସାଧାରଣ ଲୋକ ତଥା ପର୍ଯ୍ୟଟକଙ୍କ ଯାତାୟତ ଉପରେ କଟକଣା ଜାରି କରାଯାଇଛି । ଏହାସହ ମାର୍ଗଦର୍ଶିକା ଜାରି ହୋଇଥିବା ଗାଇଡ ଲାଇନକୁ ମାନିବା ପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ କର୍ମଚାରୀ ଓ ଗ୍ରାମବାସୀଙ୍କୁ ଅନୁରୋଧ କରିଛି ।

ବିଜ୍ଞପ୍ତିରେ ଆହୁରି ଉଲ୍ଲେଖ କରାଯାଇଛି ଯେ, କରୋନା ଭୂତାଣୁ ମଣିଷ ଶରୀରରୁ ପଶୁଙ୍କୁ ବ୍ୟାପିବାର ସମ୍ଭାବନା ରହିଛି । ଏପରିକି ନ୍ୟାସନାଲ ପାର୍କ ଓ ଚିଡିଆଖାନାରେ ଲୋକଙ୍କ ସମାଗମ ହେଲେ ଉଭୟ ପଶୁ ଠାରୁ ମଣିଷଙ୍କୁ ଓ ମଣିଷ ଠାରୁ ପଶୁଙ୍କୁ କରୋନା ସଂକ୍ରମିତ କରିପାରେ ।

ତେବେ ପଶୁମାନଙ୍କ ସୁରକ୍ଷା, ଅତ୍ୟାବଶ୍ୟକ ସେବା, ଜରୁରୀକାଳୀନ ଚିକିତ୍ସା ସୁବିଧା ଯୋଗାଇ ଦେବା ପାଇଁ ମନ୍ତ୍ରାଳୟ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରେସ୍ ରିଲିଜରେ ଆହୁରି ଲେଖାଯାଇଛି ଯେ, ମଣିଷ-ପଶୁଙ୍କ ସଂସ୍ପର୍ଶରେ ଆସିବା କିପରି କମାଯାଇପାରିବ ସେ ଦିଗ ପ୍ରତି ଧ୍ୟାନ ଦେବେ । ଏପରି ଲକ୍ଷଣଯୁକ୍ତ ଓ ଲକ୍ଷଣବିହୀନଙ୍କ ଠାରୁ ସଂକ୍ରମିତ ହୋଇପାରନ୍ତି ।

You might also like