କରୋନାକୁ ଭାଇରସକୁ ମାରିବ ଏହି ସ୍ପ୍ରେ; ସଂକ୍ରମଣ ରୋକିବାରେ ୯୯% ସଫଳ

ଓଟାବା: କରୋନା ଭାଇରସ ବିରୋଧରେ ଲଢିବା ପାଇଁ ସାରା ବିଶ୍ୱ ଅଣ୍ଟା ଭିଡିଛି। ତଥାପି ଭାଇରସର ସମ୍ପୂର୍ଣ୍ଣ ମୁକାବିଲା କରିବାରେ ଅସମର୍ଥ । କୋଭିଡ ମୁକାବିଲା ପାଇଁ ଏକମାତ୍ର ବିକଳ୍ପ ଭ୍ୟାକ୍ସିନ। ତେବେ ଟିକାକରଣ ପରେ କରୋନା ସଂକ୍ରମଣ ବଢିବାରେ ଲାଗିଛି। ଏସବୁ ଦ୍ୱନ୍ଦ୍ୱ ଏବଂ ଭୟ ଭିତରେ ଗୋଟିଏ ଆଶ୍ୱାସନା ସାମ୍ନାକୁ ଆସିଛି। ଗବେଷକମାନେ ଏପରି ଏକ ନାଜାଲ ସ୍ପ୍ରେ ବାହାର କରିଛନ୍ତି, ଯାହା କରୋନା ଭାଇରକୁ ମାରିବାରେ ପ୍ରାୟ ଶତ ପ୍ରତିଶତ ସଫଳ ହୋଇଛି।

କାନାଡାର ଏକ କମ୍ପାନୀ SaNOtize ଏହିଳ ସ୍ପ୍ରେ ବାହାର କରିଛି । କମ୍ପାନୀ ପକ୍ଷରୁ କୁହାଯାଇଛି, ଏହି ସ୍ପ୍ରେକୁ ନାକରେ ପକାଇଲେ, ସଂକ୍ରମଣ ପ୍ରଭାବ ବହୁ ସଂଖ୍ୟାରେ କମି ଯାଉଛି। ଏଥି ସହିତ ସ୍ପ୍ରେ ସାହାଯ୍ୟରେ ରୋଗୀଙ୍କ ଚିକିତ୍ସା ମଧ୍ୟ କମ୍‌ ସମୟ ମଧ୍ୟରେ ହୋଇ ପାରୁଛି। ଏପରକି ଏହି ସ୍ପ୍ରେ ସାହାଯ୍ୟରେ ଗୁରୁତର ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥାରେ ବେଶ ପରିବର୍ତ୍ତନ ଆସି ପାରୁଛି।

ଦ ସନ୍‌ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି, ଏହି ସ୍ପ୍ରେ  ୯୯.୯୯ ପ୍ରତିଶତ ଭାଇରସକୁ ମାରି ପାରୁଛି। ଏଥିସହିତ ଏକ ସ୍ପ୍ରେ ସଂକ୍ରମଣକୁ ରୋକି ପାରୁଛି। ଆମେରିକା ଏବଂ ବ୍ରିଟେନ୍‌ରେ ହୋଇଥିବା ଲାବ ଟେଷ୍ଟରୁ ଜଣାଯାଇଛି, SaNOtize କମ୍ପାନୀର ଏହି ସ୍ପ୍ରେ ବାୟୁମଣ୍ଡଳରେ ଥିବା ଭାଇରସକୁ ମାରି ଦେଇଥାଏ। ଏହାଦ୍ୱାରା ସଂକ୍ରମଣ ରୋକାଯିବା ସହ ନିଃଶ୍ୱାସରେ ଯାଇ ସହ ଲଙ୍ଗସକୁ ପ୍ରଭାବିତ କରିପାରି ନ ଥାଏ। ଏହି ସ୍ପ୍ରେ ଦ୍ୱାରା ୨୪ ଘଣ୍ଟା ମଧ୍ୟରେ ରୋଗୀଙ୍କ ଦେହରେ ଥିବା ଭାଇରଲ ରିଡକ୍ସନ ୧.୩୬୨କୁ ହ୍ରାସ ପାଇଥାଏ।

ପରିଂସଖ୍ୟାନକୁ ଦେଖିଲେ ସ୍ପ୍ରେ ଦ୍ୱାରା ସଂକ୍ରମଣ୯୬ ପ୍ରତିଶତ ହ୍ରାସ ପାଇଥାଏ। ୭୨ ଘଣ୍ଟାରେ ଭାଇରସ ୯୯ ପ୍ରତିଶତକୁ ହ୍ରାସ ପାଇଥାଏ। ବ୍ରିଟେନ୍‌ରେ ହୋଇଥିବା ଏହି ପରୀକ୍ଷାର ମୁଖ୍ୟ ଡାକ୍ତର ଷ୍ଟିଫନ ଭିନ୍‌ଚେଷ୍ଟରଙ୍କ କହିଛନ୍ତି, ‘ମୋର ବିଶ୍ୱାସ ରହିଛି, ସାରା ବିଶ୍ୱ ମହାମାରୀ ବିରୋଧରେ ଲଢୁଥିବାବେଳେ ଏହା ଆମକୁ ଏକ ବଡ ସଫଳତା ଦେବ। ଏହା ଏକ କ୍ରାନ୍ତିକାରୀ ପ୍ରତିଷେଧକ।‘

ଭାରତରେ ଏପରି ଔଷଧ ତିଆରି ପାଇଁ ପ୍ରସ୍ତୁତି ଚାଲିଛି। ଭାରତରେ ଭ୍ୟାକ୍ସିନ ତିଆରି କରୁଥିବା କମ୍ପାନୀ ବାୟୋଟେକ କୋରୋଫ୍ଲୁ ନାମକ ଏକ ଔଷଧ ପ୍ରସ୍ତୁତି କରୁଛି । ଏହି ଔଷଧର ପ୍ରୟୋଗ ସିରିଞ୍ଜ ବଦଳରେ ସ୍ପ୍ରେ ମାଧ୍ୟମରେ କରାଯିବ। ଏହି ଔଷଧ ବାହାରବା ପରେ କରୋନା ସହ ଲଢୁଥିବା ରୋଗୀଙ୍କ ଚିକିତ୍ସା ସହଜ ହୋଇଯିବ। କାରଣ କମ୍‌ ସମୟରେ ଏବଂ ସହଜ ପ୍ରକ୍ରିୟାରେ ରୋଗୀଙ୍କ ଚିକିତ୍ସା କରାଯାଇ ପାରିବ। ସ୍ପ୍ରେର ବ୍ୟବହାର ସ୍ୱାସ୍ଥ୍ୟକର୍ମୀ ଏବଂ ରୋଗୀ ଉଭୟଙ୍କ ପାଇଁ ସହଜ ହେବ।

You might also like