ଭାରତରେ ରେକର୍ଡ ଭାଙ୍ଗୁଛି କରୋନା ମୃତ୍ୟୁ ସଂଖ୍ୟା

ପ୍ରତି ଘଣ୍ଟାରେ ୧୫୦ ଲୋକଙ୍କ ଜୀବନ ନେଉଛି ମହାମାରୀ

ନୂଆଦିଲ୍ଲୀ : ଭାରତରେ ଦିନକୁ ଦିନ ରେକର୍ଡ ଭାଙ୍ଗୁଛି କରୋନା ମୃତକଙ୍କ ସଂଖ୍ୟା । ଦେଶରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ମୃତକଙ୍କ ସଂଖ୍ୟା ମଧ୍ୟ ବଢ଼ି ବଢ଼ି ଚାଲିଛି । ଲୋକେ ଭୟରେ ଜୀବନ ବିତାଉଛନ୍ତି । ଦେଶରେ ଗତ ୨୪ ଘଂଟାରେ ୪, ୧୪,୧୮୨ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୩,୯୧୫ ଜଣଙ୍କର ମୃତ୍ୟୁ ହୋଇଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୧୦ ଦିନ ମଧ୍ୟରେ କରୋନା ମହାମାରୀର ମୃତ୍ୟୁ ହାର ୩୦୦୦୦ ଅତିକ୍ରମ କରିଛି। ୧୦ ଦିନରେ ୩୬,୧୧୦ ଲୋକ ପ୍ରାଣ ହରାଇଛନ୍ତି । ପରିସଂଖ୍ୟାନ ଅନୁଯାୟୀ ଦେଶର ପ୍ରତି ଘଣ୍ଟାରେ ୧୫୦ ଶହ ରୋଗୀ ପ୍ରାଣ ହରାଉଛନ୍ତି ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁସାରେ ଯୁକ୍ତରାଷ୍ଟ୍ର ଆମେରିକାରେ ପୂର୍ବରୁ ୧୦ ଦିନ ମଧ୍ୟରେ ୩୪,୭୯୮ ଜଣ ପ୍ରାଣ ହରାଇଥିବା ବେଳେ ବ୍ରାଜିଲରେ ଏହି ସଂଖ୍ୟା ରହିଥିଲା ୩୨,୬୯୨। ସମାନ ଅବଧିରେ ଯଥାକ୍ରମେ ମେକ୍ସିକୋ ଓ ବ୍ରିଟେନରେ ୧୩,୮୯୭ ଏବଂ ୧୩,୨୬୬ ଜଣଙ୍କର ସର୍ବାଧିକ ମୃତ୍ୟୁ ରେକର୍ଡ ହୋଇଥିଲା । ଭାରତରେ କରୋନାର ଦ୍ୱିତୀୟ ଲହରୀ ଯୋଗୁଁ ପରିସ୍ଥିତି ଅଣାୟତ ହୋଇପଡିଛି।

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରୁ ୪, ୧୪,୧୮୨ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହି ସମୟ ମଧ୍ୟରେ ୩,୯15 ଜଣଙ୍କର ମୃତ୍ୟୁ ଘଟିଛି । ଗତକାଲି ଦେଶରେ ମୃତକଙ୍କ ସଂଖ୍ୟା ୩,୯୮୦ ଥିବାବେଳେ ସଂକ୍ରମିତଙ୍କ ସଂଖ୍ୟା ଥିଲା ୪ ଲକ୍ଷ ୧୨ ହଜାର ୨୬୨ । ଆଜିର ସଂଖ୍ୟାକୁ ମିଶାଇଲେ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୨, ୧୪,୯୧,୫୯୨ରେ ପହଞ୍ଚିଛି । ଏପଟେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇ ୨,୩୪,୦୮୮ରେ ପହଞ୍ଚିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩, ୨୮, ୧୪୧ ଜଣ ସୁସ୍ଥ ହୋଇ ଫେରିଛନ୍ତି । ଦେଶରେ କରୋନା ବର୍ତ୍ତମାନ ସୁଦ୍ଧା ୧,୭୨,୮୦,୮୪୪ ଜଣ କରୋନାକୁ ମାତ୍‌ ଦେଇଛନ୍ତି । ଯାହା ବି ହେଉ, ଦେଶରେ ବର୍ତ୍ତମାନ ଆକ୍ଟିଭ କେସ୍‌ ୩୫,୬୬,୩୯୮ ରହିଛି ।

 

You might also like