୨ ପ୍ରତିଶତରୁ କମିଲା କରୋନା ମୃତ୍ୟୁହାର

ନୂଆଦିଲ୍ଲୀ: ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। କିନ୍ତୁ ଅନ୍ୟପଟେ ଦେଶରେ ମୃତ୍ୟୁହାର ହ୍ରାସ ପାଇଥିବା ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଓଏସଡି ରାଜେଶ ଭୂଷଣ କହିଛନ୍ତି। ଓଏସଡିଙ୍କ ମୁତାବକ, ଚଳିତ ସପ୍ତାହରେ କରୋନା ଆକ୍ରାନ୍ତଙ୍କ ସୁସ୍ଥ ସଂଖ୍ୟା ୧୫ଲକ୍ଷ ଟପିଛି ଏବଂ ମୃତ୍ୟୁହାର ୨ ପ୍ରତିଶତରୁ ତଳକୁ ଖସିଛି।

ରାଜେଶ ଭୂଷଣ କହିଛନ୍ତି, ପ୍ରଥମଥର ଦେଶରେ ମୃତ୍ୟୁ ହାର ପ୍ରତିଶତରୁ କମ୍ ହୋଇଛି। ଆଜି ଏହି ହାର ୧.୯୯ରେ ପହଞ୍ଚିଛି। ଦେଶରେ ପ୍ରତି ୧୦ଲକ୍ଷ ଜନସଂଖ୍ୟାରେ ୧୮ହଜାରରୁ ଅଧିକ ପରୀକ୍ଷା କରାଯାଉଛି। ଗତମାସରେ ଦେଶରେ ମୃତ୍ୟୁ ହାର ୨.୭୦ ପ୍ରତିଶତ ଥିଲାବେଳେ ଜୁନରେ ଏହାର ୨.୮୩ ପ୍ରତିଶତ ଥିଲା। ତେଣୁ ଦେଶରେ ଉଚିତ୍ ସମୟରେ କଣ୍ଟାକ୍ଟ ଟ୍ରେସିଂ ହୋଇପାରୁଥିବାରୁ ମୃତ୍ୟୁ ସଂଖ୍ୟା କମ୍ ହେଉଛି।

ସେହିପରି ଭ୍ୟାକସିନକୁ ନେଇ ରାଜେଶ କହିଛନ୍ତି, ଭାରତରେ ତିନୋଟି ପ୍ରକାରର ଭ୍ୟାକସିନ୍ ଉପରେ ଅଲଗା ଅଲଗା କାମ ଚାଲିଛି। ଏଥିରେ ପ୍ରଥମ ଅକ୍ସଫୋର୍ଡର ଅଛି, ଯାହାକୁ ବ୍ରିଟେନ୍ ପ୍ରସ୍ତୁତ କରିଛି। ଏଥିପାଇଁ ଭାରତୀୟ କମ୍ପାନୀ ସୀରମ ଇନଷ୍ଟିଚ୍ୟୁଟ୍ ଏକାଠି ମିଶି କାମ କରୁଛି।

ଭ୍ୟାକସିନର ପ୍ରଥମ ପର୍ଯ୍ୟାୟ ଟ୍ରାଏଲ୍ ଶେଷ ହୋଇଛି ଏବଂ ୨ୟ ଓ ତୃତୀୟ ପର୍ଯ୍ୟାୟ ଟ୍ରାଏଲ୍ ଆଫ୍ରିକା, ବ୍ରାଜିଲ୍ ଭଳି ଦେଶରେ ଚାଲିଛି। ଭାରତରେ ମଧ୍ୟ ଏହାର ଟ୍ରାଏଲ୍ ଚାଲିଛି। ଭାରତର ବାକି ଦୁଇଟି କମ୍ପାନୀ ଭାରତ ବାୟୋଟେକ୍ ଓ ଜାଇଡସ୍ କେଡିଲା ୨ୟ ପର୍ଯ୍ୟାୟର ଟ୍ରାଏଲ୍ କରୁଛନ୍ତି। ଏହା ପରେ ତୃତୀୟ ପର୍ଯ୍ୟାୟର ଟ୍ରାଏଲ୍ ସଫଳ ହେବା ପରେ ଏହି ଭ୍ୟାକସିନର ପ୍ରସ୍ତୁତି ପାଇଁ ମଞ୍ଜୁରୀ ମିଳିବ।

ଆହୁରି ପଢ଼ନ୍ତୁ

ଫିଲ୍ମ ‘ABCD’ ଫେମ୍‌ ଆକ୍ଟର କିଶୋର ଅମନ୍ ଗିରଫ, ଡଗ୍ସ ଜବତ

ଧାର୍ଯ୍ୟ ସମୟ ଆଗରୁ ଶେଷ ହୋଇପାରେ ମୌସୁମୀ ଅଧିବେଶନ

ରାଜ୍ୟସଭାରେ କୃଷି ବିଲକୁ ବିରୋଧ କଲା ବିଜେଡି

ରାୟୁଡୁଙ୍କ ଧମାକା: ମୁମ୍ବାଇକୁ ଚକମା ଦେଲା ଚେନ୍ନାଇ

ଅନ୍ତିମ ଯାତ୍ରାରେ ବାହାରିଲା INS ବିରାଟ

କରୋନା ଆରୋଗ୍ୟ ହାର: ଆମେରିକାକୁ ପଛରେ ପକାଇ ଭାରତ ଆଗରେ

ଲକ୍‌‌ଡାଉନ ସମୟରେ ସ୍ୱତନ୍ତ୍ର ଶ୍ରମିକ ଟ୍ରେନ୍‌‌ରେ ୯୭ ଶ୍ରମିକଙ୍କ ମୃତ୍ୟୁ ଘଟିଛି

ସାମ୍ବାଦିକଙ୍କ ସମେତ ଚୀନ ଓ ନେପାଳ ନାଗିରକ ଗିରଫ; ଚୀନ ଗୁଇନ୍ଦା ସଂସ୍ଥାକୁ ଦେଉଥିଲେ ଗୁପ୍ତ ଖବର

COVID-19କୁ ନେଇ ବଢ଼ିଲା ଚିନ୍ତା; ରୂପ ବଦଳାଇ ସୁସ୍ଥ ହୋଇଥିବା ରୋଗୀଙ୍କ ଶରୀରରେ ପୁଣି ସଂକ୍ରମିତ ହେଉଛିି

୨୪ ଘଣ୍ଟାରେ ୯୩, ୩୩୭ କରୋନା ଆକ୍ରାନ୍ତ ଚିହ୍ନଟ

ରେଡ୍‌ ବେଳେ ୯ ଆତଙ୍କବାଦୀ ଗିରଫ, ଦେଶରେ ବଡ଼ ଧରଣର ହମ୍‌ଲା ପାଇଁ କରିଥିଲେ ଯୋଜନା

କରୋନା ଭ୍ୟାକ୍‌ସିନ୍‌ ପରେ ଔଷଧ ତିଆରି କଲା ଋଷ

You might also like