ଡାକ୍ତର, ନର୍ସଙ୍କ ଉପରକୁ ଆକ୍ରମଣ କଲେ ହୋଇପାରେ ୭ ବର୍ଷ ଜେଲ

ନୂଆଦିଲ୍ଲୀ: ସ୍ୱାସ୍ଥ୍ୟସେବାରେ ନିୟୋଜିତ ଲୋକଙ୍କ ଉପରେ ଆକ୍ରମଣ ହେଲେ ଦୋଷୀଙ୍କୁ ୬ ମାସରୁ ୭ ବର୍ଷ ଯାଏଁ ହେବ ଜେଲଦଣ୍ଡ। କରୋନା ରୋଗୀଙ୍କ ଚିକିତ୍ସା ଓ ସେବାରେ ନିୟୋଜିତ ଡାକ୍ତର, ନର୍ସ ଓ ସ୍ୱାସ୍ଥ୍ୟକର୍ମୀଙ୍କ ଉପରେ ଆକ୍ରମଣ ଘଟଣାକୁ ଧର୍ତ୍ତବ୍ୟ ଏବଂ ଜାମିନ ବିହୀନ ଅପରାଧ ଭାବେ ବିବେଚନା କରାଯିବ ।

କରୋନା ଯୋଦ୍ଧାଙ୍କ ସୁରକ୍ଷା ଲାଗି କେନ୍ଦ୍ର ସରକାର ଅଣିଛନ୍ତି ନୂଆ ଅଧ୍ୟାଦେଶ। ଏହି ଅଧ୍ୟାଦେଶରେ ରହିଛି କଠୋର ଦଣ୍ଡବିଧାନ ବ୍ୟବସ୍ଥା । ଏପିଡେମିକ ଡିଜିଜ ଆଇନ-୧୮୯୭ରେ ସଂଶୋଧନକୁ କେନ୍ଦ୍ର କ୍ୟାବିନେଟ ମଂଜୁରୀ ଦେଇଛି । ଏହା ଆଇନ ଅନ୍ତର୍ଗତ ଦୋଷୀଙ୍କୁ ତିନି ମାସରୁ ୫ ବର୍ଷ ଜେଲ ଦଣ୍ଡ ସହ ୫୦ ହଜାରରୁ ୨ ଲକ୍ଷ ଟଙ୍କା ଯାଏ ଜରିମାନା ଦେବାକୁ ହେବ।  ତେବେ ଅତି ସାଂଘାତିକ ମାମଲା କ୍ଷେତ୍ରରେ ୭ ବର୍ଷ ଯାଏଁ ଜେଲ ଓ ୧ ଲକ୍ଷରୁ ୫ ଲକ୍ଷ ଟଙ୍କା ଯାଏ ଜରିମାନା ଦେବାକୁ ପଡିବ। ସେହିପରି ୩୦ ଦିନ ଭିତରେ ଅଭିଯୋଗର ତଦନ୍ତ ଶେଷ କରିବାକୁ ମଧ୍ୟ ଏଥିରେ ବ୍ୟବସ୍ଥା ରହିଛି।
ଅନ୍ୟପକ୍ଷେ ଉପଯୁକ୍ତ ସୁରକ୍ଷା ନେଇ ଗୃହମନ୍ତ୍ରୀ ଅମିତ ଶାହ ପ୍ରତିଶ୍ରୁତି ପରେ ଇଣ୍ଡିଆନ ମେଡିକାଲ ଆସୋସିଏସନ ଦେଶବ୍ୟାପୀ ପ୍ରତିବାଦରୁ ଓହରି ଯାଇଛି । ଶାହା ଓ ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନଙ୍କ ସହ ଆଲୋଚନା ପରେ IMA ନିଷ୍ପତ୍ତି ବଦଳାଇଛି। କଠିନ ପରିସ୍ଥିତି ସମୟରେ ଡାକ୍ତରମାନେ ଆନ୍ଦୋଳନ ନ କରିବାକୁ ଶାହ ଅପିଲ କରିଥିଲେ । ଡାକ୍ତରମାନଙ୍କ କାର୍ଯ୍ୟକୁ ପ୍ରଶଂସା କରି ସେମାନଙ୍କୁ ଆବଶ୍ୟକ ସୁରକ୍ଷା ଯୋଗାଇ ଦିଆଯିବ ବୋଲି ଶାହ ପ୍ରତିଶ୍ରୁତି ଦେଇଥିଲେ।

 

ଆହୁରି ପଢ଼ନ୍ତୁ

କେନ୍ଦ୍ର ବିଜେପିରେ ବଡ଼ଧରଣର ପରିବର୍ତ୍ତନ; କାହାକୁ କେଉଁ ଦାୟିତ୍ୱ ମିଳିଲା ଜାଣନ୍ତୁ

କଙ୍ଗନାଙ୍କ ବିରୋଧରେ ମାମଲା ରୁଜୁ

WHO ସତର୍କବାଣୀ; କରୋନାରେ ୨୦ ଲକ୍ଷ ଲୋକଙ୍କ ଜୀବନ ଯିବ

ଜାତିସଂଘରେ ପାକିସ୍ତାନ ଉପରେ ବର୍ଷିଲା ଭାରତ: କହିଲା- ‘ନିର୍ଲଜ ଦେଶ ହିଁ ଏଭଳି ମତ ରଖିପାରେ’

ଭାରତର ବନ୍ଧୁ ବୋଲି ପୁଣି ଥରେ ପ୍ରମାଣିତ କଲା ମାଲଦୀପ

NCB ଅଫିସ୍‌ରେ ହାଜର ହେଲେ ଶ୍ରଦ୍ଧା, ସାରା

ଗୋଟିଏ ପ୍ରଶ୍ନ ଦୀପିକାଙ୍କ ପାଇଁ ସାଜିଛି କଣ୍ଟା

ଦୀପିକା, ଶ୍ରଦ୍ଧା ଓ ସାରାଙ୍କୁ ଆଜି ଏନ୍‌ସିବିର ଜେରା

ସୁଶାନ୍ତ ସିଂ ମୃତ୍ୟୁ ମାମଲା; ’ମୁଖ୍ୟ ଅଭିଯୁକ୍ତଙ୍କୁ ଛାଡ଼ି ତଦନ୍ତ ଡ୍ରଗ୍ସ ଆଡ଼କୁ ମୁହାଁଉଛି କାହିଁକି ?’

କରୋନା ଆକ୍ରାନ୍ତ ବି ଦେବେ ଭୋଟ୍

ଲଦାଖରେ ବଡ଼ ଧରଣର ଭୂକମ୍ପ

୧୬ ବର୍ଷର ଝିଅ ଆକାଉଣ୍ଟରେ ୧୦ କୋଟି ଟଙ୍କା !

You might also like