ସର୍ବନିମ୍ନ ଜୀବନହାନି ଦେଶର ମୂଳ ଲକ୍ଷ୍ୟ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ସର୍ବନିମ୍ନ ଜୀବନହାନି ଦେଶର ମୂଳ ଲକ୍ଷ୍ୟ। ମୁଖ୍ୟମନ୍ତ୍ରୀମାନଙ୍କ ସହ ଭିଡିଓ କନଫରେନସିଂରେ ପ୍ରଧାନମନ୍ତ୍ରୀ ଏହା ଉପରେ ଗୁରୁତ୍ୱ ଦେଇଛନ୍ତି।

ଲକ୍ ଡାଉନ୍‌ରେ ସହଯୋଗ ନେଇ ରାଜ୍ୟମାନଙ୍କୁ ଧନ୍ୟବାଦ ଜଣାଇବା ସହ କିଛି ରାଷ୍ଟ୍ରରେ ପୁଣି ସଂକ୍ରମଣ ଫେରିବା ଆଶଙ୍କା ଥିବା ମୋଦି କହିଛନ୍ତି।

ଆଗାମୀ କିଛି ସପ୍ତାହ ପାଇଁ ଟେଷ୍ଟିଂ, ଟ୍ରେସିଂ, ଆଇସୋଲେସନକୁ ଫୋକସ ଦିଆଯାଉ। କରୋନା ମୁକାବିଲା ପାଇଁ ପୃଥକ ହସ୍ପିଟାଲ ଉପରେ ଗୁରୁତ୍ୱ ଦେବା ସହ ଡାକ୍ତର ଅଭାବ ଦୂର ପାଇଁ ଆୟୁଷ ଡାକ୍ତରଙ୍କୁ ନିୟୋଜନ କରାଯାଉ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ.

ପାରା ମେଡିକ୍ ଷ୍ଟାଫ୍, NCC/NSS ସ୍ୱେଚ୍ଛାସେବୀଙ୍କୁ ଟ୍ରେନିଂ ଦିଆଯାଉ। ଜିଲ୍ଲାରେ ଆପଦ ପରିଚାଳନା ଗୋଷ୍ଠୀ, ସର୍ଭେଲାନ୍ସ ଅଫିସର ନିଯୁକ୍ତି ହେଉ। ସବୁ ମତ, ପନ୍ଥ, ବିଚାରଧାରା ଲୋକ ଏକାଠି ହୋଇ କରୋନାକୁ ହରାନ୍ତୁ। ଏଥିପାଇଁ ବିଭିନ୍ନ ଧର୍ମଗୁରୁ, ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ମିଟିଂ ଡାକିବାକୁ ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ।

ପ୍ରଧାନମନ୍ତ୍ରୀଙ୍କ ସହ ବୈଠକରେ ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଉପସ୍ଥିତ ଥିଲେ। ଅନ୍ୟପଟେ ଆସନ୍ତା କାଲି ସକାଳ ୯ଟାରେ ଦେଶବାସୀଙ୍କ ଉଦ୍ଦେଶ୍ୟରେ ମୋଦି ଭିଡିଓ ବାର୍ତ୍ତା ଦେବେ ବୋଲି ଟୁଇଟ କରିଛନ୍ତି।

 

You might also like