ଲୁଚି ଲୁଚି ବାହା ହେଉଥିଲେ, ବାନ୍ଧିନେଲା ପୋଲିସ

ନୂଆଦିଲ୍ଲୀ: କରୋନା ଭାଇରସ ପାଇଁ ଚରିଆଡେ ସତର୍କତା ଜାରି କରାଯାଇଛି। ଲୋକଙ୍କୁ ଏକାଠି ନ ହେବା ପାଇଁ କଡା ପଦକ୍ଷେପ ନିଆଯାଉଛି। ସାଂସ୍କୃତିକ କାର୍ଯ୍ୟକ୍ରମକୁ ବି ବାତିଲ କରାଯାଇଛି। ଏମିତି ସମୟରେ ଏକ ଅଜିବ ଘଟଣା ସାମ୍ନାକୁ ଆସିଛି। ପଞ୍ଜାବର ସିଆଲକୋଟ ଅଞ୍ଚଳରେ ଲୁଚାଛପାରେ ଚାଲିଥିଲା ବାହାଘର। ହେଲେ ପୋଲିସ ଜାଣିବା ପରେ ବରକୁ ବାନ୍ଧି ନେଇଛି।

ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ,   ଅଜିମ ନାୱାଜ ନାମକ ଜଣେ ବ୍ୟକ୍ତି ମସ୍‌ଜିଦ୍‌ ଛାତ ଉପରେ ଲୁଚି ଲୁଚି ବାହା ହେଉଥିଲେ। ହେଲେ ସେ ଛାତ ଏତେ ଉଚ୍ଚାରେ ବି ନ ଥିଲା ଯେ ଲୋକେ ଜାଣିପାରିବେନି। ଛାତ ଉପରେ ଏତେ ଲୋକଙ୍କ ଭିଡ ଜମିଥିବା ଖବର ପୋଲିସ ପାଖରେ ପହଞ୍ଚିଲା।

ଖବର ପାଇ ଆସିଷ୍ଟାଣ୍ଡ କମିଶନର ଜାବେରିଆ ମକବୁଲ ଘଟଣାସ୍ଥଳରେ ପହଞ୍ଚି ଛାପା ମାରିଥିଲେ। ଅଜୀମ ନୱାଜଙ୍କ ସହ ସେଠାରେ ଥିବା ଅନ୍ୟମାନଙ୍କ ଗିରଫ କରି ନେଇଛି। ଏଥିସହିତ ନୱାଜ, ତାଙ୍କ ପରିବାର, କେତେକ ପରିଜନ ଏବଂ ମସ୍‌ଜି଼ଦ୍ ପ୍ରବନ୍ଧକଙ୍କ ବିରୋଧରେ ମାମଲା ରୁଜୁ କରିଛି ପୋଲିସ।

You might also like