କରୋନା ଅପଡେଟ୍: ୨୪ ଘଣ୍ଟାରେ କେତେ ଆକ୍ରାନ୍ତ ହେଲେ ଓ ମୃତ୍ୟୁ ସଂଖ୍ୟା କେତେ ଟପିଲା ଜାଣନ୍ତୁ

ଦେଶର ଅଧିକାଂଶ କରୋନା ମତ୍ୟୁ ବୟସାଧିକ ଓ ବିଭିନ୍ନ ରୋଗ କାରଣରୁ ହୋଇଛି

ନୂଆଦିଲ୍ଲୀ: ଦେଶରେ ଏଯାବତ ଚିହ୍ନଟ ହୋଇଥିବା କରୋନା ମାମଲାର ୩୦ ପ୍ରତିଶତ ନୂଆଦିଲ୍ଲୀର ନିଜାମୁଦ୍ଦିନ ମରକଜ ସହିତ ଲିଙ୍କ୍ ରହିଛି।ଦେଶର ମୋଟ ୨୯୦୨ଟି ପଜିଟିଭ୍ ମାମଲା ଆସିଥିବା ବେଳେ ଏଥିରୁ ୧୦୨୩ଟି ତବଲିଗି ଜମାତ ସହିତ ଲିଙ୍କ ଅଛି। ମୋଟ ୧୭ଟି ରାଜ୍ୟରେ ନିଜାମୁଦ୍ଦିନ ଫେରନ୍ତାଙ୍କୁ ଠାବ କରାଯାଇଛି। ଏହି ତାଙ୍କ ଲିଙ୍କରେ ୨୨ ହଜାର ଲୋକଙ୍କୁ କ୍ୱାରେଣ୍ଟିନ୍ କରାଯାଇଛି। କୋଭିଡ୍-19 ମୁକାବିଲାକୁ ନେଇ ଆଜି କେନ୍ଦ୍ର ସରକାରଙ୍କ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲଭ୍ ଅଗ୍ରଓ୍ୱାଲ।

ସେ କହିଛନ୍ତି, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ମୋଟ ୬୦୧ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।  ଏଯାବତ ୬୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଗତକାଲି ଗୋଟିଏ ଦିନରେ ୧୨ ଜଣଙ୍କ ମୃତ୍ୟୁ ଘଟିଛି।  ଆଉ ୧୮୩ ଆକ୍ରାନ୍ତ ସୁସ୍ଥ ହୋଇ ମେଡିକାଲରୁ ଡିସଚାର୍ଜ ହୋଇଛନ୍ତି। ଦେଶରେ ଅଧିକାଂଶ କରୋନା ଜନିତ ମୃତ୍ୟୁ ବୟସାଧିକ ଏବଂ ବହୁବିଧ ରୋଗ ଯୋଗୁଁ ହୋଇଥିବା ସେ ସୂଚନା ଦେଇଛନ୍ତି। ତେଣୁ ହାଇରିସ୍କ ଲୋକ କରୋନା ପାଇଁ ସରକାରଙ୍କ ଗାଇଡ୍ଲାଇନ୍ ପାଳନ କରନ୍ତୁ ବୋଲି ଲଭ୍ ଅଗ୍ରଓ୍ୱାଲ  କହିଛନ୍ତି।

You might also like