ଦେଶରେ ଚିନ୍ତା ବଢାଉଛି କରୋନା; ଦିନକରେ ୧୭ ହଜାରରୁ ଅଧିକ ଆକ୍ରାନ୍ତ

ନୂଆଦିଲ୍ଲୀ:ଦେଶରେ ଚିନ୍ତା ବଢାଇଛି କରୋନା ପ୍ରକୋପ। ଦିନକୁ ଦିନ ବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଆଜି ସୁଦ୍ଧା ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୫ ହଜାର ଛୁଇଁଛି।

ଗତ ୨୪ ଘଣ୍ଟାରେ ୪୦୭ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।  ଏହାକୁ ମିଶାଇ ଦେଶରେ କରୋନା ମୃତକ ସଂଖ୍ୟା ୧୫ହଜାର ୩୦୧ ପାର୍ କରିଛି।  ସେହିଭଳି ଗୋଟିଏ ଦିନରେ ସର୍ବାଧିକ ୧୭ ହଜାର ୨୯୬ ନୂଆ କୋଭିଡ ମାମଲା ସାମ୍ନାକୁ ଆସିଛି ।

ଦେଶରେ ବର୍ତ୍ତମାନ ମୋଟ କରୋନା ପଜିଟିଭ୍ ସଂଖ୍ୟା ୪ ଲକ୍ଷ ୯୦ ହଜାର ୪୦୧ ରେ ପହଞ୍ଚିଥିବା ବେଳେ ଆକ୍ଟିଭ କେସ୍ ୧ ଲକ୍ଷ ୮୯ ହଜାର ୪୬୩ ରହିଛି । ସୁସ୍ଥ ହୋଇ ମେଡିକାଲରୁ ଡିସଚାର୍ଜ ହୋଇଛନ୍ତି ୨ ଲକ୍ଷ ୮୫ ହଜାର ୬୩୭ ଜଣ ବ୍ୟକ୍ତି । ICMR ରିପୋର୍ଟ ଅନୁସାରେ ଗତକାଲି ସୁଦ୍ଧା ଦେଶରେ ୭୭ ଲକ୍ଷ ୭୬ ହଜାର ଏବଂ ୨୨୮ ସାମ୍ପଲ ପରୀକ୍ଷା ହୋଇଛି।

You might also like