ଜଟିଳ ହେଉଛି କରୋନା ସ୍ଥିତି; ୭ ଦିନରେ ୨ ଗୁଣ ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଦେଶରେ କରୋନା କାୟା ଭୟଙ୍କର ରୂପ ନେଉଛି । ଦିନକୁ ଦିନ ମୃତ, ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି।  ଇତି ମଧ୍ୟରେ  ୫୬ ହଜାର ପାର ହେଲା କରୋନା ସଂକ୍ରମିତଙ୍କ ସଂଖ୍ୟା। ଏହି ମହାମାରୀ ଦେଶରେ ଏଯାଏ ୧୮୮୬ ଜଣଙ୍କ ଜୀବନ ନେଲାଣି ।

ଗତ ୨୪ ଘଣ୍ଟା ମଧ୍ୟରେ ୩୩୯୦ ନୂଆ ମାମଲା ସାମ୍ନାକୁ ଆସିଥିବାବାଳେ ୧୦୩ ଜଣଙ୍କର ମୃତ୍ୟୁ ଘଟିଛି।

ତେବେ ସବୁଠାରୁ ଚିନ୍ତାର ବିଷୟ ହେଉଛି କରୋନା ଆକ୍ରାନ୍ତଙ୍କ ହାରବୃଦ୍ଧି। ଗତ କିଛି ଦିନ ତଳେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ ଗୁଣ ହେବା ପାଇଁ ୧୫ ଦିନ ଲାଗୁଥିବାବେଳେ ଏବେ ୭ ଦିନରେ ଆକ୍ରାନ୍ତଙ୍କ ସଂଖ୍ୟା ୨ ଗୁଣ ବୃଦ୍ଧି ପାଉଛି।  ବିଶେଷକରି ମହାରାଷ୍ଟ୍ର, ଗୁଜରାଟ, ଦିଲ୍ଲୀ ଓ ତାମିଲନାଡୁରେ ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତଗତିରେ ବୃଦ୍ଧି ପାଇବାରେ ଲାଗିଛି।

ବର୍ତ୍ତମାନ କରୋନାରେ ଆକ୍ରାନ୍ତ ହୋଇ ବିଭିନ୍ନ ହସ୍ପିଟାଲରେ ୩୭ ହଜାର ୯୧୬ ଜଣ ଚିକିତ୍ସିତ ହେଉଛନ୍ତି । ୧୬ ହଜାର ୫୪୦ ଆକ୍ରାନ୍ତ ଚିକିତ୍ସା ପରେ କରୋନା କବଳରୁ ମୁକ୍ତି ପାଇଛନ୍ତି।

ଦେଶରେ କରୋନା ସଂକ୍ରମଣକୁ ରୋକିବା ପାଇଁ ସାରା ଦେଶରେ ବର୍ତ୍ତମାନ ୩ୟ ପର୍ଯ୍ୟାୟ ଲକ୍‌ଡାଉନ ଜାରି ରହିଛି। ମେ’ ୧୭ ପର୍ଯ୍ୟନ୍ତ ଏହି ଲକ୍‌ ଡାଉନ ଜାରି ରହିବ।

You might also like