ମହାରାଷ୍ଟ୍ରରେ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୮ ହଜାରରୁ ଅଧିକ କରୋନା ରୋଗୀ

ମୁମ୍ବାଇ: ଦେଶରେ କରୋନା ସଂକ୍ରମଣ ଦିନକୁ ବଢିବାରେ ଲାଗିଛି। ବିଶେଷ କରି ମହାରାଷ୍ଟ୍ରରେ ରେକର୍ଡ ସଂଖ୍ୟାକ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଗୁରୁବାର ମହାରାଷ୍ଟ୍ରରୁ ସର୍ବାଧିକ ୮, ୭୦୨ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଦିଆଯାଇଥିବା ତଥ୍ୟରୁ ଜଣାଯାଇଛି, ଗତ ୨୪ ଘଣ୍ଟା ମଧ୍ୟରେ  ଦେଶରେ ୧୬ ହଜାର ୫୭୭ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଏହି ସମୟ ମଧ୍ୟରେ ୧୨୦ ରୋଗୀଙ୍କର ଜୀବନ ଯାଇଛି।

ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ ଦେଶରେ ବର୍ତ୍ତମାନ ସୁଦ୍ଧା କରୋନା ରୋଗୀଙ୍କ ସଂଖ୍ୟା ୧ କୋଟି ୧୦ ଲକ୍ଷ ୬୩ ହଜାର ୪୯୧ ଛୁଇଁଲାଣି। ଏଥିମଧ୍ୟରୁ ୧ କୋଟି ୫୦ ହଜାର ଲୋକ ବର୍ତ୍ତମାନ ସୁଦ୍ଧା ସୁସ୍ଥ ହୋଇ ଫେରିଲେଣି। କରୋନରେ ବର୍ତ୍ତମାନ ସୁଦ୍ଧା ଦେଶରେ ୧ ଲକ୍ଷ  ୫୬ ହଜାର ୮୨୫ ଜଣ ଲୋକଙ୍କର ମୃତ୍ୟୁ ଘଟିଛି।

ଦୈନିକ ଚିହ୍ନଟ ହେଉଥିବା କରୋନା ରୋଗୀଙ୍କ ତାଲିକା ଦେଖିଲେ ଭାରତର ସ୍ଥାନ ବିଶ୍ୱରେ ୪ର୍ଥରେ ରହିଛି। ଏକ ସପ୍ତାହ ପୂର୍ବରୁ ଟପ୍‌-୧୦ ଦେଶ ତାଲିକାରେ ଭାରତ ୧୦ମ ସ୍ଥାନରେ ଥିଲା। ମାତ୍ର ଚଳିତ ସପ୍ତାହରେ ଦେଶରେ ଏତେମାତ୍ରାରେ କରୋନା ସଂକ୍ରମଣ ବୃଦ୍ଧି ପାଉଛି ଯଦ୍ୱାରା ଭାରତ ସ୍ଥାନ ଉପରକୁ ଉଠିଛି। ଦୈନିକ ଭାରତରେ ୧୩ ହଜାରରୁ ଅଧିକ ରୋଗୀ ଚିହ୍ନଟ ହଉଛନ୍ତି

ତାଲିକାର ପ୍ରଥମ ତାଲିକାରେ ରହିଛି ଆମେରିକା। ଏଠାରେ ଏବେ ବି ଦୈନିକ ୭୦ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି।ଦ୍ୱିତୀୟ ସ୍ଥାନରେ ରହିଛି ବ୍ରାଜିଲ୍‌। ଏଠାରେ ମଧ୍ୟ ଦୈନିକ ୬୦ ହଜାରରୁ ଅଧିକ ରୋଗୀ ଚିହ୍ନଟ ହେଉଛନ୍ତି। ଫ୍ରାନ୍ସରେ ଦୈନିକ ୨୦ ହଜାରରୁ ଅଧିକ ରୋଗୀ ଚିହ୍ନଟ ହେଉଛନ୍ତି।

ମହାରାଷ୍ଟ୍ରରେ ଦୈନିକ ୮, ୭୦୨ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ୨୪ ଘଣ୍ଟା ମଧ୍ୟରେ ଏଠାରେ ୩, ୭୪୪ ଜଣ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଏବଂ ୫୬ ଜଣଙ୍କର ମୃତ୍ୟୁ ଘଟିଛି। ବର୍ତ୍ତମାନ ସୁଦ୍ଧ ମହାରାଷ୍ଟ୍ରରେ ଆକ୍ଟିଭ କେସ ବୃଦ୍ଧି ପାଇ ୬୪, ୨୬୦ରେ ପହଞ୍ଚିଛି।

 ଅନ୍ୟପକ୍ଷେ କେରଳରେ ଗୁରୁବାର ୪, ୧୦୬ ଜଣ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ୫, ୮୮୮ ରୋଗୀ ସୁସ୍ଥ ହୋଇଥିବାବେଳେ ୧୭ ସଂକ୍ରମିତ ଜୀବନ ହାରିଛନ୍ତି। ଦେଶରେ ମୋଟ ୧୦ ଲକ୍ଷ ୪୫ ହଜାର ଲୋକ ସଂକ୍ରମିତ ହୋଇଥିବାବେଳେ ଏମାନଙ୍କ ମଧ୍ୟରୁ ୯ ଲକ୍ଷ ୮୭ ହଜାର ୭୨୦ ଜଣ ରୋଗୀ ସୁସ୍ଥ ହୋଇ ଫେରିଛନ୍ତି। ୪, ୧୩୭ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ  ରାଜ୍ୟରେ ମୋଟ ୫୨ ହଜାର ୮୬୫ ଜଣଙ୍କର ଚିକିତ୍ସା ଚାଲିଛି। ଗତ ୨୪ ଘଣ୍ଟା ମଧ୍ୟରେ ଗୁଜରାଟରେ ୩୮୦, ଦିଲ୍ଲୀରେ ୨୦୦ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି।

ଏଠି କହିରଖିବୁ, ଦେଶରେ କରୋନା ଭିକ୍ସିନେଶନର ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟକ୍ରମ ମାର୍ଚ୍ଚ ୧ ତାରିଖରୁ ଆରମ୍ଭ ହେବ। ୧୦ ହଜାର ସରକାରୀ କେନ୍ଦ୍ର, ୨୦ ଘରୋଇ ଡାକ୍ତରଖାନାରେ ଏହି ଟିକା ଲଗାଯିବା ବ୍ୟବସ୍ଥା କରାଯିବ। ଏହି ପର୍ଯ୍ୟାୟରେ ୪୫ ବର୍ଷରୁ ଅଧିକ ବୟସର କରୋନା ରୋଗୀ ଏବଂ ୬୦ରୁ ଅଧିକ  ବୟସ୍କ ଲୋକଙ୍କୁ ଭାକ୍ସିନ ଦିଆଯିବ। ଏହି ବୟସର ରୋଗୀ ସରକାରୀ କେନ୍ଦ୍ରକୁ   ଗଲେ ତାଙ୍କୁ ମାଗଣାରେ ଟିକା ଦିଆଯିବାର ବ୍ୟବସ୍ଥା କରାଯାଇଛି।

You might also like