କରୋନାରେ ଚାଲିଗଲା ଆଉ ଏକ ଜୀବନ

ନୂଆଦିଲ୍ଲୀ: କରୋନା ନେଇଗଲା ଆଉ ଏକ ମୁଣ୍ଡ। ଏହାପରେ  ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ଛୁଇଁଛି। ମୁମ୍ବାଇର କସ୍ତୁରବା ହସ୍ପିଟାଲରେ ୬୪ ବର୍ଷ ବୟସର ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି।

ଏହାପୂର୍ବରୁ ଦିଲ୍ଲୀରେ ଜଣେ ଏବଂ କର୍ଣ୍ଣାଟକରେ ଜଣକଙ୍କ ମୃତ୍ୟୁ ଘଟିଛି। ସେପଟେ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୧୨୫ରେ ପହଞ୍ଚିଛି । ସେମାନଙ୍କ ମଧ୍ୟରେ ୧୦୩ ଭାରତୀୟ, ୨୨ ବିଦେଶୀ ନାଗରିକ ଅଛନ୍ତି।  ମହାରାଷ୍ଟ୍ରରେ ସର୍ବାଧତ୍କ ୩୬ ଓ କେରଳରେ ୨୨ ଆକ୍ରାନ୍ତ ଚିହ୍ନଟ ହୋଇଥିବା ପ୍ରେସ୍ ରିଲିଜ୍ ଜରିଆରେ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି।

ସଂକ୍ରମଣ ଯେମିତି ଅଧିକ ନ ବ୍ୟାପେ ସେଥିପାଇଁ ଆସନ୍ତା ୩୧ ତାରିଖ ଯାଏ ଦେଶର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ କରିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ । ଏହାଛଡ଼ା ଜିମ୍,  ମ୍ୟୁଜିୟମ, ସାଂସ୍କୃତିକ ଓ ସାମାଜିକ କେନ୍ଦ୍ର, ସୁଇମିଂ ପୁଲ, ସିନେମା ହଲ, ବନ୍ଦ ପାଇଁ ନିର୍ଦ୍ଦେଶ ଜାରି ହୋଇଛି । ପିଲା ମାନଙ୍କୁ ଘରେ ରହିବା ସହ ଅନଲାଇନରେ ପାଠ ପଢିବାକୁ ପରାମର୍ଶ ଦିଆଯାଇଛି।

 

You might also like