ବିନା ମାସ୍କରେ ଘରୁ ବାହାରିଲେ ବସ୍‌ଉଠ୍‌

ଦାନାପୁର: ସମଗ୍ର ଦେଶରେ କରୋନା ଭାଇରସ ହୁ ହୁ ହୋଇ  ବଢ଼ିବାରେ ଲାଗିଛି। ଏହା ସତ୍ତ୍ୱେ ବି କିଛି ଅମାନିଆ ଏହି କିଲର ଭାଇରସକୁ ମାନୁନାହାନ୍ତି। ନିଜେ ଅସୁବିଧାରେ ପଡ଼ିବେ, ତା’ସହିତ ଅନ୍ୟମାନଙ୍କୁ ମଧ୍ୟ ବିପଦରେ ପକାଇବେ। ଏନେଇ ସରକାର ଓ ପ୍ରଶାସନ ଜନସାଧାରଣଙ୍କୁ ମାସ୍କ ଓ ସମାଜିକ ଦୂରତା ନିୟମକୁ ପାଳନ କରିବାର ପାଇଁ ବାରମ୍ୱାର ବାରମ୍ୱାର ଅପିଲ ମଧ୍ୟ କରୁଛନ୍ତି। ବିହାରର ଦାନାପୁରରେ ମାସ୍କ ନପିନ୍ଧି ଘରୁ ବାହାରକୁ ଆସୁଥିବା ଲୋକଙ୍କ ବିରୋଧରେ ପ୍ରଶାସନ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ମାସ୍କ ନପିନ୍ଧିଲେ ଅମାନିଆଙ୍କୁ ୫୦ଟଙ୍କା ଜୋରିମାନା ସହିତ ଦଶଥର ଲେଖାଏଁ ବସ୍‌ଉଠ୍‌ କରାଯିବ।

ଖବର ଅନୁଯାୟୀ, ଦାନାପୁରର ସଗୁନାଠାରେ ପୋଲିସ ଓ ପ୍ରଶାସନିକ ଅଧିକାରୀମାନେ ରାସ୍ତାରେ କିଛି ଅମାନିଆଙ୍କୁ ଅଟାକଇ ସେମାନଙ୍କୁ ୫୦ଟଙ୍କା ଜୋରିମାନା ସହିତ ୧୦ଥର ଲେଖାଏଁ ଉଠବସ୍‌ କରିଛନ୍ତି। ଏନେଇ ଦାନାପୁରର ବିଡିଓ କହିଛନ୍ତି ଯେ ଯେଉଁମାନେ କୋଭିଡ-୧୯ର ନିୟମକୁ ମାନୁନାହାନ୍ତି, ସେମାନଙ୍କ ଠାରୁ ଜୋରିମାନା ଆଦାୟ କରାଯାଉଛି। କରୋନା ଭାଇରସଠୁ ବଞ୍ଚିବା ଅତ୍ୟନ୍ତ ଜରୁରୀ। କିନ୍ତୁ କିଛି ଅମାନିଆ ଏହି ନିୟମକୁ ନମାନିବାରୁ ସେମାନଙ୍କ ଠୁ ସରକାରୀ ନିୟମ ଅନୁଯାୟୀ ଜୋରିମାନା ଆଦାୟ କରଯାଉଛି। ଏହାବ୍ୟତୀତ ଯେଉଁମାନେ କୌଣସି ବି ନିୟମକୁ ନମାନିବେ ସେମାନଙ୍କ ବିରୋଧରେ ଆଇନ୍‌ ଅନୁଯାୟୀ ମାମଲା ରୁଜୁ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯିବ।

ଆହୁରି ପଢ଼ନ୍ତୁ

ଭାଙ୍ଗିଲା ପୁରୁଣା ସମ୍ପର୍କ; ଏନ୍‌ଡିଏକୁ ବାଏ ବାଏ କଲା ସିରୋମଣି ଅକାଳି ଦଳ

ଅକ୍ଟୋବର-୧ରୁ ସିନେମା, ନାଟକ, ମୁକ୍ତାକାଶ ରଙ୍ଗମଞ୍ଚ ଓ ଯାତ୍ରା ଆଦିକୁ ଅନୁମତି

ସରକାରଙ୍କୁ ଏସଆଇଆଇ ଅଧ୍ୟକ୍ଷକଙ୍କ ପ୍ରଶ୍ନ; କରୋନା ଭ୍ୟାକ୍ସିନ୍ ପାଇଁ‌ ୮୦ ହଜାର କୋଟି ଅଛି ତ ?

ଜାତିସଂଘର ନିଷ୍ପତ୍ତି ଗ୍ରହଣ ବର୍ଗର ସଦସ୍ୟ ହେବା ପାଇଁ ଆଉ କେତେ ଦିନ ଅପେକ୍ଷା କରିବ ଭାରତ ?

ମିଳିତ ଜାତିସଂଘରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ: କରୋନା ମହାମାରୀ ବେଳେ ଜାତିସଂଘର ଭୂମିକା କୁଆଡ଼େ ଗଲା ?

ଡ୍ରଗ୍ସ ନେଉଥିବା କଥା ଅସ୍ୱୀକାର କଲେ ସାରା ଓ ଶ୍ରଦ୍ଧା

କେନ୍ଦ୍ର ବିଜେପିରେ ବଡ଼ଧରଣର ପରିବର୍ତ୍ତନ; କାହାକୁ କେଉଁ ଦାୟିତ୍ୱ ମିଳିଲା ଜାଣନ୍ତୁ

କଙ୍ଗନାଙ୍କ ବିରୋଧରେ ମାମଲା ରୁଜୁ

WHO ସତର୍କବାଣୀ; କରୋନାରେ ୨୦ ଲକ୍ଷ ଲୋକଙ୍କ ଜୀବନ ଯିବ

ଜାତିସଂଘରେ ପାକିସ୍ତାନ ଉପରେ ବର୍ଷିଲା ଭାରତ: କହିଲା- ‘ନିର୍ଲଜ ଦେଶ ହିଁ ଏଭଳି ମତ ରଖିପାରେ’

ଭାରତର ବନ୍ଧୁ ବୋଲି ପୁଣି ଥରେ ପ୍ରମାଣିତ କଲା ମାଲଦୀପ

NCB ଅଫିସ୍‌ରେ ହାଜର ହେଲେ ଶ୍ରଦ୍ଧା, ସାରା

You might also like