ଟାଇପ୍-୨ ଡାଇବେଟିସ୍ ଓ ମେଦବହୁଳ ପାଇଁ କୋଭିଡ୍-୧୯ କ୍ଷତିକାରକ

କରୋନା ଭାଇରସ୍ ଯଦିଓ ଏକ ଶ୍ୱାସଜନିତ ରୋଗ ତଥାପି ଏହା କାହାରିକୁ ଛାଡୁନି। ଏହାର ରିସ୍କ୍ ଫ୍ୟାକ୍ଟର୍ ଭିନ୍ନ ଭିନ୍ନ ଲୋକଙ୍କୁ ନେଇ ଅଲଗା ରହିଛି। ନିକଟରେ ଏକ ଅଧ୍ୟୟନରୁ କରୋନା ଭାଇରସଜନିତ ଏକ ନୂଆ ରିସ୍କ ପଦାକୁ ଆସିଛି।
ପ୍ଲସ୍ ୱାନ୍ ପତ୍ରିକା ଅନୁସାରେ, ଟାଇପ୍-୨ ଡାଇବେଟିସ୍ ରୋଗୀ ଓ ମେଦବହୁଳ ବ୍ୟକ୍ତିମାନଙ୍କ ପକ୍ଷେ କୋଭିଡ୍-୧୯ ଅଧିକ କ୍ଷତିକାରକ।

ୟୁକେର ମାରିଲ୍ୟାଣ୍ଡ୍ ସ୍ଲୁଲ୍ ଅଫ୍ ମେଡିସିନ୍ ୟୁନିଭର୍ସିଟି ୪୦ ବର୍ଷରୁ ଊର୍ଦ୍ଧ ପାଞ୍ଚ ଶହ ଲୋକଙ୍କୁ ନେଇ ଏକ ରିସର୍ଚ୍ଚ କରିଥିଲା। ରିସର୍ଚ୍ଚର୍ସମାନେ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପରୀକ୍ଷା ପରେ ସେମାନଙ୍କ ମଧ୍ୟରେ ବାହାରିଥିବା ପଜେଟିଭ୍ ଓ ନେଗେଟିଭମାନଙ୍କୁ ନେଇ ତୁଳନା କରିଥିଲେ। ସେମାନେ ଏହି ସିଦ୍ଧାନ୍ତରେ ପହଞ୍ଚିଥିଲେ ଯେ ଯେଉଁମାନେ ପଜିଟିଭ୍ ବାହାରିଛନ୍ତି ସେମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ଟାଇପ୍-୨ ଡାଇବେଟିସ୍ ରୋଗୀ ଓ ମେଦବହୁଳ ବ୍ୟକ୍ତି। ଯେଉଁମାନେ ନେଗେଟିଭ୍ ବାହାରିଛନ୍ତି ସେମାନଙ୍କ କୋଲେଷ୍ଟ୍ରଲ୍ ପରିମାଣ ଠିକ୍ ଥିବା ସହ ଓଜନ ମଧ୍ୟ ସାଧାରଣ ଥିବା ଦେଖାଯାଇଛି।

କିଛି ଆଧାରଭୁକ୍ତ କାର୍ଡିଓମେଟାବୋଲିକ୍ କାରକ ବ୍ୟକ୍ତିଙ୍କୁ କୋଭିଡ୍-୧୯ ସଂକ୍ରମଣରୁ ରକ୍ଷାକରିବା ନେ‍ଇ ସମର୍ଥ ହେଉଥିବା ବେଳେ ଆଉ କିଛି ବ୍ୟକ୍ତିଙ୍କ ପାଇଁ ଏହା ଅତ୍ୟନ୍ତ ସମ୍ବେଦନଶୀଳ ହେଉଥିବା ଏହି ୟୁନିଭର୍ସିଟିର କାର୍ଡିଓଲୋଜି ବିଭାଗର ପ୍ରଫେସର୍ ଚାର୍ଲସ୍ ହଙ୍ଗ୍ କହିଛନ୍ତି। କିନ୍ତୁ ଏହି ଅଧ୍ୟୟନ କରୋନାର କାରଣ ନିର୍ଦ୍ଧାରଣ କରିବା ପାଇଁ ପ୍ରସ୍ତୁତ କରାଯାଇ ନ ଥିଲା । ବରଂ କୋଭିଡ ସଂକ୍ରମଣକୁ ରୋକିବା ଦିଗରେ ସୁସ୍ଥ ଇମ୍ୟୁନିଟି ସିଷ୍ଟମ ଭୂମିକା କେତେ ରହିଛି ତାହାର ଏକ ପରିସଂଖ୍ୟାନ ଥିଲା।

ଏହି ଅଧ୍ୟୟନ ଏହା ମଧ୍ୟ କହିଛି ଯେ,  କିଛି ଉପାୟ ଅଛି ଲୋକେ ଯଦି ଏହାକୁ ମାନିବେ ତେବେ କୋଭିଡ୍-୧୯ ସଂକ୍ରମଣରୁ କିଛିମାତ୍ରାରେ ରକ୍ଷା ପାଇପାରିବେ। ଡକ୍ଟର୍ ହଙ୍ଗଙ୍କ କହିବା କଥା, ଏହି ସମୟରେ ଆମର ପ୍ରଥମ ଉପାୟ ହେଉଛି

୧- ନିଜ ଶରୀରର ଓଜନ ଉପରେ ନିୟନ୍ତ୍ରଣ ରକ୍ଷା କରିବା।

୨-ତା ସହିତ ନିୟମିତ ଭାବେ ବ୍ୟାୟାମ କରିବା ସହ ଠିକ୍ ଜୀବନଶୈଳୀ ଓ ଆବଶ୍ୟକ ମୁତାବକ ପୁଷ୍ଟିକର ଖାଦ୍ୟ ଗ୍ରହଣ କରିବାକୁ ସେ ପରାମର୍ଶ ଦେଇଛନ୍ତି।

 

 

 

You might also like