ଗ୍ରାମାଞ୍ଚଳରେ ଥିବା ଶିଳ୍ପାନୁଷ୍ଠାନକୁ କେବେ ମିଳିବ ଅନୁମତି, ଶବ ସଂସ୍କାର ବେଳେ ଗାଇଡ୍‌ ଲାଇନ୍‌ ନିୟମ କ’ଣ ଜାଣନ୍ତୁ

ନୂଆଦିଲ୍ଲୀ: ଦ୍ୱିତୀୟ ପର୍ଯ୍ୟାୟ ଲକ୍‌ଡାଉନ୍ ପାଇଁ ନୂଆ ଗାଇଡ୍ ଲାଇନ୍ ଜାରି କରିଛନ୍ତି କେନ୍ଦ୍ର ସରକାର। ଗାଇଡ୍ ଲାଇନ୍ ଅନୁଯାୟୀ, ଆସନ୍ତା ମେ ୩ ତାରିଖ ପର୍ଯ୍ୟନ୍ତ ଦେଶରେ କଣ ବନ୍ଦ ରହିବ କଣ ଖୁଲା ରହିବ ଆସନ୍ତୁ ଜାଣିବା।

Coronavirus: MEA pulls out all stops to ensure safety of Indians ...

ଏହିସବୁ ବନ୍ଦ ରହିବ

ସମସ୍ତ ଘରୋଇ ଓ ଅନ୍ତର୍ଜାତୀୟ ବିମାନ ଉଡ଼ାଣ, ଟ୍ରେନ୍ ଯୋଗେ ଯାତ୍ରୀ ପରିବହନ, ବସ୍‌ରେ ଯାତ୍ରୀ ପରିବହନ ଓ ମେଟ୍ରୋ ରେଳ ସେବା ବନ୍ଦ ରହିବ। ଏଥିସହିତ ଆନ୍ତଃ ଜିଲ୍ଲା ଓ ରାଜ୍ୟ ମଧ୍ୟରେ ଗାଡ଼ି ଚଳାଚଳ ଉପରେ ମଧ୍ୟ କଟକଣା ଜାରି ହୋଇଛି। ଟାକ୍ସି, ଅଟୋରିକ୍ସା, ରିକ୍ସା ଓ କ୍ୟାବ୍ ସେବା ବନ୍ଦ ରହିବ।

ସମସ୍ତ ଶିକ୍ଷାନୁଷ୍ଠାନ, ପ୍ରଶିକ୍ଷଣ କେନ୍ଦ୍ର, କୋଚିଂ ସେଣ୍ଟର ବନ୍ଦ ରହିବ। ଏଥିସହିତ ସିନେମା ହଲ୍, ମଲ୍, ଜିମ୍ନାସିୟମ୍, ସ୍ପୋର୍ଟସ୍ କଂପ୍ଲେକ୍ସ, ସୁଇମିଂ ପୁଲ ବି ବନ୍ଦ ରହିବ। ଏହାଛଡ଼ା ସମସ୍ତ ଶିଳ୍ପ ପ୍ରତିଷ୍ଠାନ, ବ୍ୟବସାୟୀକ ପ୍ରତିଷ୍ଠାନ ବି ବନ୍ଦ ରହିବ।

Coronavirus fact-check: Separating fear from fact - CNN Video

ସମସ୍ତ ସାମାଜିକ, ରାଜନୈତିକ, କ୍ରୀଡ଼ା କାର୍ଯ୍ୟକ୍ରମ ବନ୍ଦ। ସେହିପରି ସାଂସ୍କୃତିକ ଓ ଧାର୍ମିକ କାର୍ଯ୍ୟକ୍ରମ ଉପରେ କଟକଣା । ଧାର୍ମିକ ସ୍ଥଳକୁ ସର୍ବସାଧାରଣଙ୍କ ଦର୍ଶନ ଉପରେ ପ୍ରତିବନ୍ଧକ ଲଗାଯାଇଛି।

ଶବ ସଂସ୍କାର ବେଳେ ୨୦ରୁ ଅଧିକ ବ୍ୟକ୍ତିଙ୍କ ସମାବେଶ ହୋଇପାରିବ ନାହିଁ।

There is a more virulent disease than the coronavirus and the ...

କରୋନା ହଟ୍ ସ୍ପଟ୍ ଅଞ୍ଚଳରେ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ ପାଇଁ ଗାଇଡଲାଇନରେ ନିର୍ଦ୍ଦେଶ ଜାରି ହୋଇଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଗାଇଡ୍ଲାଇନ୍ ମାନିବା ପରାମର୍ଶ ଦେବା ସହ କଣ୍ଟେନମେଣ୍ଟ ଜୋନ୍‌ରେ ନିୟମ କଡ଼ାକଡ଼ି ପାଳନ ପାଇଁ କୁହାଯାଇଛି। କଣ୍ଟେନ୍‌ମେଣ୍ଟ ଜୋନ୍‌ରେ ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚାଇବାକୁ ମଧ୍ୟ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ନିର୍ଦ୍ଦେଶ ଜାରି କରିଛି।

Trade impact of coronavirus epidemic in India estimated at $348M ...

କଣ ଖୋଲା ରହିବ

ଲକ୍‌ଡାଉନ ବେଳେ ଅତ୍ୟାବଶ୍ୟକ ସେବା ଜାରି ରହିବ। ରାସନ୍ ସାମଗ୍ରୀ, ଫଳ ଓ ପନିପରିବା ଦୋକାନ ପୂର୍ବ ଭଳି କଟକଣା ମୁକ୍ତ ରଖାଯାଇଛି। ଖିର, ମାଛମାଂସ, ଗୋଖାଦ୍ୟ, ସାର ଓ କୀଟନାଶକ ଦୋକାନ ଖୋଲା ରହିବ। ସେହିଭଳି ବ୍ୟାଙ୍କ ସେବା, ATM, ଇନ୍‌ସୁରାନ୍ସ ଅଫିସ୍‌କୁ କଟକଣା ମୁକ୍ତ କରାଯାଇଛି।

ମୁଦ୍ରିତ ଓ ବୈଦୁତିକ ଗଣମାଧ୍ୟମ, ଟେଲି ଯୋଗାଯୋଗ, ଇଣ୍ଟରନେଟ୍ ଓ ବ୍ରଡକାଷ୍ଟିଂ ସେବା, ଡାକ ସେବା ମଧ୍ୟ ଏହି ସମୟରେ ଜାରି ରହିବ।

The WHO is urging countries to step up COVID-19 testing, but ...

ଇ-କମର୍ସ ଯୋଗେ ଆତ୍ୟାବଶକ ସାମଗ୍ରୀ ଯୋଗାଣ, ପେଟ୍ରୋଲ ପମ୍ପ, ରନ୍ଧନ ଗ୍ୟାସ ଯୋଗାଣ ,କୋଲ୍ଡ ଷ୍ଟୋରେଜ, ୱେର ହାଉସ ଆଦି ଖୋଲା ରହିବ।

MGNREGA କାମକୁ କଟକଣା ମୁକ୍ତ କରାଯାଇଛି। ଏଥିରେ ସାମାଜିକ ଦୂରତ୍ୱକୁ ଗୁରୁତ୍ୱ ଦେଇ କାମ କରି ହେବ। କେବଳ ଜଳସେଚନ ଓ ଜଳ ସଂରକ୍ଷଣ କାମ MGNREGA ଦ୍ୱାରା ହୋଇପାରିବ।

ଏହାବାଦ୍ ମାଲବାହୀ ଗାଡ଼ି ଚଳାଚଳ ସ୍ୱାଭାବିକ ରହିବ। ତେବେ ଏପ୍ରିଲ ୨୦ ପରେ ହାଇୱେ କଡ଼ରେ ଢାବା, ଗାଡ଼ି ମରାତି ଦୋକାନ ଓ କଲ ସେଣ୍ଟର ଖୋଲା ରହିବ।

Coronavirus vaccine in india: How much testing should we do, and ...

ସେହିପରି ସେବା କ୍ଷେତ୍ରରେ ଇଲେକ୍ଟ୍ରିକାଲ୍‌, ମେକାନିକ, IT ମେକାନିକ, ପ୍ଲମ୍ବର, ମୋଟର ମେକାନିକ୍, ବଢ଼େଇଙ୍କୁ ସେବା ଯୋଗାଇବାକୁ ଅନୁମତି ମିଳିବ। ତେବେ କରୋନା ପ୍ରଭାବିତ ଅଞ୍ଚଳ କିମ୍ବା କରୋନା ହଟସ୍ପଟରେ ଏହି ଅନୁମତି ମିଳିବ ନାହିଁ।

Le point sur l'expansion du coronavirus. Le monde « pas prêt à y ...

ଗ୍ରାମାଞ୍ଚଳରେ ଥିବା ଶିଳ୍ପାନୁଷ୍ଠାନକୁ ଏପ୍ରିଲ ୩୦ ପରେ ଅନୁମତି ମିଳିବ। ତେବେ ସାମାଜିକ ଦୂରତ୍ୱକୁ ଗୁରୁତ୍ୱ ଦେଇ ଶିଳ୍ପ ଚଳାଇବାକୁ ଗାଇଡ୍‌ଲାଇନ୍ ଜାରି ହୋଇଛି।Coronavirus anxiety is running so high, all my therapy patients ...

You might also like