ଇମ୍ରାନଙ୍କ ହାତରୁ ଚାଲିଯାଇପାରେ କ୍ଷମତା

ଇସଲାମବାଦ୍‌: ପାକିସ୍ତାନରେ କାୟା ମେଲାଇ ଚାଲିଛି କରୋନା । ଏ ନେଇ ଇମ୍ରାନ ସରକାରକୁ ଦାୟୀ କରାଯାଇଛି । ଲକ୍‌‌ଡାଉନ ନିଷ୍ପତ୍ତି ନେବାରେ ଇମ୍ରାନ ସରକାର ବିଳମ୍ବ କରିବାରୁ ଏପରି ସ୍ଥିତି ସୃଷ୍ଟି ହେଲାବୋଲି ଅଭିଯୋଗ କରି ଇମ୍ରାନ ଖାନଙ୍କୁ କ୍ଷମତାରୁ ହଟାଇବାକୁ ଯୋଜନା କରାଯାଉଛି । ଇମ୍ରାନଙ୍କ ହାତରୁ କ୍ଷମତା ନେଇ ସେନାକୁ ତ୍ତା ସମ୍ଭାଳିବାକୁ ଦାୟିତ୍‌: ଦିଆଯିବ ।

ଇମ୍ରାନଙ୍କ ଉପରେ ସେନା ଅସନ୍ତୁଷ୍ଟ ଥିବା ଜଣାଯାଇଛି । ତେଣୁ ତାଙ୍କୁ କ୍ଷମତାରୁ ହଟାଇବା ପାଇଁ ଯୋଜନା କରାଯାଉଥିବା କୁହାଯାଉଛି । କାରଣ ଲକ୍‌‌ଡାଉନ ନିଷ୍ପତି ନେବାରେ ବିଳମ୍ବ ହେବାରୁ ବର୍ତ୍ତମାନ କରୋନା ସ୍ଥିତି ଦେଶରେ ନିୟନ୍ତ୍ରଣ ବାହାରକୁ ଚାଲି ଯାଇଛି ।
ସୂଚନାଥାଉ କି, ଗତମାସ ୨୨ ତାରିଖରେ ଦେଶରେ ଲକ୍‌‌ଡାଉନ ଘୋଷଣା କରିବାକୁ ଇମ୍ରାନ ଖାନ ବିରୋଧ କରିଥିଲେ । କାରଣ ଲକ୍‌‌ଡାଉନ ଯୋଗୁ ଲକ୍ଷ ଲକ୍ଷ ଲୋକ ବେରୋଜଗାର ହୋଇଯିବେ ବୋଲି ଇମ୍ରାନ ଅଭିଯୋଗ ଆଣିଥିଲେ । ତେବେ ପାକ ସେନା ପକ୍ଷରୁ ପୂରା ଦେଶକୁ ଲକ୍‌‌ଡାଉନ କରାଯାଇଥିଲା ।
ସୂଚନାଥାଉ କି, କରୋନା ମୁକାବିଲା ଲାଗି ଇମ୍ରାନଙ୍କୁ କୌଣସି ଦେଶରୁ ସାହାଯ୍ୟ ମିଳିଲା ନାହିଁ । ଏପରିକି ପାକିସ୍ତାନର ମିତ୍ର ଚୀନ ମଧ୍ୟ ସହାୟତାର ହାତ ବଢାଇ ନ ଥିଲା । ଏପରିକି ଅନ୍ତବସ୍ତ୍ରରୁ ତିଆରି ମାସ୍କ ପାକିସ୍ତାନକୁ ପଠାଇବା ପରେ ଇମ୍ରାନ ସରକାରକୁ ଦେଶରେ କଡ଼ା ସମାଲୋଚନାର ଶିକାର ହେବାକୁ ପଡ଼ିଥିଲା ।
ଏଠି କହି ରଖିବୁ ପାକିସ୍ତାନରେ ବର୍ତ୍ତମାନ ସୁଦ୍ଧା ୧୬୦ରୁ ଅଧିକ ଡାକ୍ତର କରୋନା ଆକ୍ରାନ୍ତ ହୋଇଛନ୍ତି ।

You might also like