କ୍ଷୀର କେନ୍‌ ଖୋଲିବା ପରେ ପୋଲିସର ହୋସ୍‌ ଉଡ଼ିଗଲା

ହରିୟାଣା: ସମଗ୍ର ବିଶ୍ୱରେ କରୋନା ବିପର୍ଯ୍ୟୟ। ଏହି ଭାଇରସଠୁ ରକ୍ଷା ପାଇବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଭାରତ ଭଳି ସମସ୍ତ ଦେଶରେ ଲକ୍‌ଡାଉନ୍‌ ଜାରି କରାଯାଇଛି। ଲୋକମାନେ ନିଜର ଘରେ ବନ୍ଦୀ ଜୀବନ ବିତାଉଛନ୍ତି। ଏନେଇ ଭାରତରେ ମଦ ଦୋକାନଗୁଡିକ ମଧ୍ୟ ବନ୍ଦ ରହିଛି, କିନ୍ତୁ ମଦକୁ ନେଇ ଅଜବ ଘଟଣାସବୁ କ୍ରମାଗତ ଭାବେ ସାମ୍ନାକୁ ଆସୁଛି। ମଦ କାରବାରର ଏଭଳି ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି।

ହରିୟାଣାର ହିସାରରେ ଥିବା ମଦ ଚୋରା ଚାଲାଣକାରୀମାନେ ଲକ୍‌ଡାଉନ୍‌ ସମୟରେ ମଦକୁ ବିକ୍ରି କରିବା ପାଇଁ ଏକ ନୂଆ ଫର୍ମୁଲାକୁ ବ୍ୟବହାର କରିଥିଲେ। ଯାହା ପୋଲିସର ହୋସ୍‌ ଉଡାଇ ଦେଇଥିଲା।। ଚେକିଙ୍ଗ୍ ସମୟରେ ପୋଲିସ ଏକ ଦୁଗ୍ଧ ଡ୍ରମଥିବା ଗାଡ଼ିକୁ ଅଟକାଇଥିଲା। କିନ୍ତୁ ଦୁଗ୍ଧ ଡ୍ରମରେ ଦୁଗ୍ଧ ବଦଳରେ ମଦ ବୋତଲ ଭର୍ତ୍ତି ହୋଇଥିଲା। ଏହାକୁ ଦେଖି ପୋଲିସର ହୋସ୍‌ ଉଡ଼ିଯାଇଥିଲା।

ହିସାର ପୋଲିସ ଷ୍ଟେସନର ଦାୟିତ୍ୱରେ ଥିବା ଜସବୀର ସିଂ ଏବଂ ଟ୍ରାଫିକ ଷ୍ଟେସନ ଦାୟିତ୍ୱରେ ଥିବା ବିଜୟ କୁମାର କହିଛନ୍ତି ଯେ ଏକ ଜିପ୍‌ରେ ମଦ ବ୍ୟବସାୟୀମାନେ ଦୁଗ୍ଧ ଡ୍ରମରେ ମଦ ବୋତଲ ନେଇ ଯାଉଥିଲେ। ଯାଞ୍ଚ ସମୟରେ ଗାଡ଼ିଟି ଧରାପଡିଲା ପରେ ସମ୍ପୂର୍ଣ୍ଣ ଘଟଣାଟି ସାମ୍ନାକୁ ଆସିଥିଲା।

କ୍ଷୀର ଡ୍ରମରେ ଭର୍ତ୍ତି ମଦ ବୋତଲ ଘଟଣାସ୍ଥଳରୁ ଉଦ୍ଧାର କରାଯାଇଛି। ପୋଲିସ ଏହାକୁ ସିଜ୍‌ କରି ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରିଛି।

ଖବର ଅନୁଯାୟୀ, ପଞ୍ଜାବ ସରକାର ମଦ ଦୋକାନ ଖୋଲିବାକୁ ଗୃହ ମନ୍ତ୍ରଣାଳୟର ଅନୁମତି ମାଗିଥିଲେ। କିନ୍ତୁ ପଞ୍ଜାବ ସରକାରଙ୍କ ଏହି ଦାବିକୁ କେନ୍ଦ୍ର ପ୍ରତ୍ୟାଖ୍ୟାନ କରିଦେଇଥିଲେ।  ଗୃହ ମନ୍ତ୍ରଣାଳୟର ଶୁକ୍ରବାର ନିର୍ଦ୍ଦେଶରେ ବାର ଏବଂ କ୍ଲବ ତଥା ମଦ ଦୋକାନ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଲକଡାଉନ୍ ଶେଷ ହେବା ପରେ ଏ ବାବଦରେ ନିଷ୍ପତ୍ତି ନିଆଯିବ।

You might also like