କରୋନା ଭୟ; ଲୁଡୋ ଖେଳବେଳେ ଖାସି ଦେବାରୁ ଗୁଳି ମାଡ଼

ନୋଏଡା: ନୋଏଡାର ଜାରଚା ଅଞ୍ଚଳର ଦୟାନଗର ଗାଁରେ ଲକ୍‌ଡାଉନ୍‌ ସମୟରେ ଘରେ ରହି ଚାରିଜଣ ସାଙ୍ଗ ଲୁଡୋ ଖେଳୁଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଖାସି ଦେବାରୁ ଝଗଡା ଆରମ୍ଭ ହୋଇଥିଲା। ଝଗଡାର ରୂପ ଏତେ ଭୟଙ୍କର ଥିଲା ଯେ ଜଣେ ଯୁବକ ଅନ୍ୟ ଜଣଙ୍କ ଉପରକୁ ଗୁଳି ଚଳାଇଥିଲେ। ପରେ ଯୁବକଙ୍କୁ ଗୁରୁତର ଅବସ୍ଥାରେ ଗ୍ରେଟର ନୋଏଡା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ପୋଲିସଙ୍କ କହିବା ଅନୁଯାୟୀ, ଚାରିଜଣ ସାଙ୍ଗ ମନ୍ଦିର ନିକଟରେ ବସି ଲୁଡୋ ଖେଳୁଥିଲେ। ଏହି ସମୟରେ ଜଣେ ସାଙ୍ଗ ଖାସି ଥିଲେ। ଖାସ ହେବାରୁ ଅନ୍ୟ ସାଙ୍ଗମାନେ ତାଙ୍କୁ କହିଥିଲେ ଯେ ତୁମକୁ କରୋନା ହେଇଛି ନା କ’ଣ? ଖାସିକି କରୋନାକୁ ସବୁଆଡେ ବିସ୍ତାର କରୁଛ।

ଏହି ଘଟଣାକୁ ନେଇ ସାଙ୍ଗମାନଙ୍କ ମଧ୍ୟରେ ବିବାଦ ଦେଖାଦେଇଥିଲା। ସେମାନଙ୍କ ମଧ୍ୟରୁ ଜଣେ ରାଗିଯାଇ ଅନ୍ୟ ଜଣଙ୍କ ଉପରକୁ ଗୁଳି ଚଳାଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି।

You might also like