ସାମାଜିକ ଦୂରତାକୁ ମାନି ଏମିତି ବିକ୍ରି କଲେ କ୍ଷୀର, ଫଟୋ ଭାଇରାଲ

ନୂଆଦିଲ୍ଲୀ: କରୋନା ଭାଇରସ୍‌କୁ ଦୃଷ୍ଟିରେ ରଖି ଦେଶରେ ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ଜାରି କରାଯାଇଛି। ଏହାକୁ ମେ’୧୭ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। ଏହି ସମୟରେ, ସାମାଜିକ ଦୂରତାର ଆବଶ୍ୟକତା ଅନୁସରଣ କରି କେବଳ ଆବଶ୍ୟକ ଦୋକନଗୁଡିକ ଖୋଲା ଯାଇଛି।

ଲୋକେ ସୋଶିଆଲ ଡିଷ୍ଟାନ୍ସିଂ ପ୍ରତି ଯଥେଷ୍ଟ ସଚେତନ ଅଛନ୍ତି। ଦୋକାନ ବଜାରରେ ଭିଡ କମାଇବା ପାଇଁ ହୋମ ଡେଲିଭରି ଉପରେ ଗୁରୁତ୍ୱ ଦିଆଯାଉଛି । ଏହି ସମୟରେ ଜଣେ ବ୍ୟକ୍ତି ସୋଶାଲ ଡିଷ୍ଟାନ୍ସିଂ ରକ୍ଷା ପାଇଁ ଯେପରି ମଜାଦାର ଶୈଳୀରେ କ୍ଷୀର ବିକୁଛନ୍ତି ତାହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଏହି ଭାଇରାଲ ଫଟୋରେ ଜଣେ ବ୍ୟକ୍ତି ବାଇକରେ କ୍ଷୀର କେନ୍‌କୁ ରଖି ଏକ ଘରକୁ ଘର ବୁଲି ଅଭିନବ ଉପାୟରେ କ୍ଷୀର ବିକ୍ରି କରୁଥିବା ଦେଖିବାକୁ ମିଳିଛି। ଏହି ବ୍ୟକ୍ତି ଜଣଙ୍କ ମୁହଁରେ ମାସ୍କ ପିନ୍ଧିଛନ୍ତି, କିନ୍ତୁ ଏହି ଫଟୋଟି ଅନେକ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଛି। ସାମାଜିକ ଦୂରତାକୁ ଯେଉଁଭଳି ଉପାୟରେ ଅନୁସରଣ କରୁଛନ୍ତି ତାହା ଦେଖିବା ଯୋଗ୍ୟ ବୋଲି କୁହାଯାଉଛି।

ଏହି ବ୍ୟକ୍ତି ଜଣଙ୍କ କ୍ଷୀରକୁ କେନ୍‌ରୁ ସିଧାସଳଖ ହାତରେ ବାହାର ନକରି, ଏକ ପାଇପ୍‌ ମାଧ୍ୟମରେ  ଗ୍ରାହକଙ୍କୁ ଦେଉଛନ୍ତି । ଏକ ଲମ୍ବା ପାଇପ ତାଙ୍କ ଗାଡିରେ ସଂଯୋଗ କରି ସେଥିରେ ଏକ କାହାଳୀ ଳଗାଇଛନ୍ତି। କାହାଳୀରେ କ୍ଷୀର ଢାଳିଲେ ଏହା ଏକଫୁଟ ଦୂରରେ ଥିବା ଗ୍ରାହକଙ୍କ ପାତ୍ରରେ ପଡ଼ିବ। ଏହି ଫଟୋଟି ଏବେ ଭାଇରାଲ ହେବାରେ ଲାଗିଛି। ଲୋକମାନେ ଏହି ଫଟୋରେ ବିଭିନ୍ନ ପ୍ରକାରର ମତ ମଧ୍ୟ ଦେଉଛନ୍ତି। ଏହି ଫଟୋଟିକୁ ଦେଖି ଅନ୍ୟ କ୍ଷୀର ବିକ୍ରେତାମାନେ ଏହିପରି ଭାବେ କ୍ଷୀରକୁ ବିକ୍ରି କରୁଥିବାର ଜଣାପଡିଛି।

ଏହି ଫଟୋକୁ ବନ ଅଧିକାରୀ ପ୍ରବୀଣ କାସୱାନ ତାଙ୍କ ଟ୍ୱିଟରେ ସେୟାର କରିଛନ୍ତି। ସେ କହିଛନ୍ତି, ‘ଏହି ବ୍ୟକ୍ତି ଜଣଙ୍କ ସାମାଜିକ ଦୂରତାକୁ ଯେଉଁଭଳି ଭାବରେ ମାନି କ୍ଷୀରକୁ ବିକ୍ରି କରୁଛନ୍ତି, ତାହା ଦେଖିବା ଯୋଗ୍ୟ’।  ପ୍ରବୀଣ କାସୱାନଙ୍କ ଦ୍ୱାରା ସେୟାର ହୋଇଥିବା ଏହି ଫଟୋ ଉପରେ ଲୋକମାନେ ମଜାଦାର କମେଣ୍ଟ ମଧ୍ୟ ଦେଉଛନ୍ତି।

ଆହୁରି ପଢ଼ନ୍ତୁ

ହର୍ଡ ଇମ୍ୟୁନିଟିଠୁ ବହୁ ଦୂରରେ ଭାରତ: ହର୍ଷବର୍ଦ୍ଧନ

NCB ରାଡାର୍‌ରେ ବଲିଉଡର୍ ୨୦ରୁ ଅଧିକ ଆଗଧାଡ଼ିର କଳାକାର

ଜେପି ନଡ୍ଡାଙ୍କୁ ଭେଟିଲେ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା

ପତ୍ନୀଙ୍କୁ ନିର୍ଦ୍ଦୟ ଭାବେ ପିଟିଲେ ପୋଲିସ ଡିଜି, ଭିଡିଓ ଭାଇରାଲ

EPFO Recruitment 2020: ଖାଲି ପଡ଼ିଥିବା ଏହି ପଦବୀ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ବଡ ଧରଣର ବିସ୍ଫୋରଣରୁ ଯବାନଙ୍କ ଜୀବନ ବଞ୍ଚାଇଲା ‘ସୋଫିଆ’

ଆକାଶରେ ଉଡୁଥିବାବେଳେ ହଠାତ୍‌ ବିମାନର ଇଞ୍ଜିନ୍‌ ବନ୍ଦ ହୋଇଗଲା; ରତନ ଟାଟା ବଞ୍ଚାଇଲେ ସମସ୍ତଙ୍କ ଜୀବନ

କୃଷି ବିଲକୁ ବିରୋଧ ଜାରି, ଇଣ୍ଡିଆ ଗେଟ୍ ସମ୍ମୁଖରେ ଟ୍ରାକ୍ଟର ପୋଡ଼ିଦେଲେ ଆନ୍ଦୋଳନକାରୀ

କୃଷି ବିଲ୍‌କୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ

ରବି କିଶନଙ୍କୁ ମିଳୁଛି କି ହତ୍ୟା ଧମକ ?

ଜେଡିୟୁରେ ମିଶିଲେ ବିହାରର ପୂର୍ବତନ ଡିଜିପି

ଆଜି ଦିନକରେ ଯେତିକି ଆକ୍ରାନ୍ତ ଚିହ୍ନଟ ହେଲେ ତା’ଠୁ ଅଧିକ ସୁସ୍ଥ ହେଲେ

You might also like