ଲକଡାଉନ ୨ୟ ଦିନ:ହଜିଯାଇଛି କୋଳାହଳ, ସବୁଆଡେ ଖାଲି ନୀରବତାର ରାଜୁତି

ନୂଆଦିଲ୍ଲୀ: ଭାରତରେ କରୋନା ଭାଇରସର ସଂକ୍ରମଣକୁ ଦେଖି ପ୍ରଧାନମନ୍ତ୍ରୀ ମଙ୍ଗଳବାର ପୁରା ଦେଶ ୨୧ ଦିନ ପାଇଁ ଲକ୍‌୍‌ଡାଉନ ଘୋଷଣା କରିଛନ୍ତି । ଲକଡାଉନ ମଙ୍ଗଳବାର ରାତି ୧୨ଟାରୁ ଘୋଷଣା କରାଯାଇଛି । ଆଜି ଦ୍ବିତୀୟ ଦିନରେ ଲକ୍‌୍‌ଡାଉନ୍‌୍ । ଏଥିଯୋଗୁ ସହର, ବଜାର, ରାସ୍ତାଘାଟ ସବୁ ଶୁନଶାନ, ଖାଁ..ଖାଁ.. । ଯେମିତି ସାରା ଦୁନିଆ ନୀରବି ଯାଇଛି । ସମୟର ଚକ ଅଟକି ଯାଇଛି । ସମସ୍ତଙ୍କ ଆଶା, ଏମିତି ସୁରକ୍ଷା ଭିତରେ ରହିଲେ ଭାରତ ଖୁବ୍‌ ଶୀଘ୍ର କରୋନା ଭାଇରସକୁ କାବୁ କରପାରିବ । କୋଳାହଳରେ ଫାଟି ପଡୁଥିବା ସହର, ବଜାର, ରାସ୍ତାଘାଟ ଏହି ଦୁଇ ଦିନରେ କେମିତି ଥମି ଯାଇଛି ଦେଖନ୍ତୁ ତାହାର କିଛି ଦୃଶ୍ୟ ।

You might also like