ଗାଁକୁ ଖୁସିରେ ଫେରୁଥିଲେ, ବାଟରେ ଘଟିଲା ବଡ ଅଘଟଣ

ମଥୁରା: କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ଦେଶରେ ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ଜାରି କରାଯାଇଛି। ଏହି ଲକ୍‌ଡାଉନ୍‌ରେ ଜାରି କରାଯାଇଥିବା ନିୟମଗୁଡିକୁ ଟିକେ କୋହଳ କରାଯାଇଛି। ବାହାରେ ଫସିରହିଥିବା ପ୍ରବାସୀମାନଙ୍କୁ ନିଜ ଘରକୁ ଫେରାଇ ଆଣିବା ପାଇଁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଗାଇଡଲାଇନ୍‌ ଜାରି କରିଛି। ଏନେଇ ମଙ୍ଗଳବାର ମଧ୍ୟପ୍ରଦେଶକୁ ଫେରୁଥିବା କିଛି ଲୋକ ମଥୁରା ଠାରେ ଏକ ସଡକ ଦୁର୍ଘଟଣାର ଶିକାର ହୋଇଥିଲେ। ଏହି ଦୁର୍ଘଟଣାରେ ୭ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଦୁଇ ଜଣଙ୍କର ଅବସ୍ଥା ଗୁରୁତର ଥିବା ଜଣାପଡିଛି।

ଖବର ଅନୁଯାୟୀ, ମଥୁରାର ଏକ ଡିସିଏମ୍ ଟେମ୍ପୋକୁ ଧକ୍କା ଦେଇ ଦୁର୍ଘଟଣା ଘଟାଇଥିଲା । ଟେମ୍ପୋରେ ଥିବା ସମସ୍ତ ଲୋକ ମଧ୍ୟପ୍ରଦେଶର ଛତ୍ରପୁର ଅଞ୍ଚଳର ଜଣାପଡିଛି। ଏହି ସମସ୍ତ ବ୍ୟକ୍ତି କରୋନା ଲକଡାଉନ ଯୋଗୁ ବାହାରେ ଫସି ରହିଥିଲେ।  ମୃତ୍ୟୁ ଘଟିଥିବା ସମସ୍ତ ବ୍ୟକ୍ତି ଛତ୍ରପୁରର ବୋଲି କୁହାଯାଉଛି।

ଏହାପୂର୍ବରୁ ଲକ୍‌ଡାଉନ୍‌ ଯୋଗୁ ତେଲେଙ୍ଗାନାରେ ଫସି ରହିଥିବା ପ୍ରବାସୀ ଶ୍ରମିକଙ୍କୁ ନେଇ ଓଡିଶା ଫେରୁଥିବା ଏକ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଦୁର୍ଘଟଣାରେ ବସ୍ ଡ୍ରାଇଭରଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୨ ଜଣ ଆହତ ହୋଇଥିଲେ।

ମଙ୍ଗଳବାର ସକାଳେ ଓଡ଼ିଶାର ଖୋର୍ଦ୍ଧା ଜିଲ୍ଲାର ଏନ୍‌ଏଚ୍‌-୧୬ରେ କୁହୁଡି ନିକଟରେ ଏହି ଦୁର୍ଘଟଣା ଘଟିଥିଲା। ଏହି ବସ୍‌ଟି ହାଇଦ୍ରାବାଦରୁ ଓଡିଶାର ବାଙ୍କି ଅଭିମୁଖେ ଯାଉଥିଲା।

ଏହାପୂର୍ବରୁ ମେ ୩ ତାରିଖ ଦିନ ଗୁଜୁରାଟର ସୁରଟରୁ ପ୍ରବାସୀ ଶ୍ରମିକଙ୍କୁ ନେଇ ଯାଉଥିବା ଏକ ବସ୍ ଓଡ଼ିଶାର ଗଞ୍ଜାମ ଏବଂ କନ୍ଧମାଳ ସୀମାରେ ଥିବା କଳିଙ୍ଗା ଘାଟ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଦୁର୍ଘଟଣାରେ ବସ୍ ଡ୍ରାଇଭରଙ୍କ ସମେତ ୫ଜଣ ଆହତ ହୋଇଛନ୍ତି। ସୂଚନା ପାଇବା ମାତ୍ରେ ପୋଲିସ ଅଗ୍ନିଶମ କର୍ମଚାରୀଙ୍କ ସହ ଘଟଣାସ୍ଥଳରେ ପହଞ୍ଚିଥିଲା। ଏହି ବସ୍‌ରେ ତିନିଜଣ ମହିଳାଙ୍କ ସମେତ ୫୭ ଜଣ ଲୋକ ଥିଲେ। ସମସ୍ତଙ୍କୁ ବସ୍ ଯୋଗେ ଗଞ୍ଜାମକୁ ନିଆଯାଉଥିଲା।

ଆହୁରି ପଢ଼ନ୍ତୁ

ତାଗିଦ ନାଁରେ ବ୍ୟବସାୟ ଉପରେ ଛାଟ !

୨୪ ଘଣ୍ଟାରେ ସୁସ୍ଥ ହେଲେ ୪୧୦୧ କରୋନା ଆକ୍ରାନ୍ତ

ହ୍ୱାଟ୍ସଆପ୍‌ ଜରିଆରେ ଲୋକଙ୍କୁ ମିଳିବ କରୋନା ପରାମର୍ଶ

Bhubaneswar Corona News: ୩୦୫ କରୋନା ପଜିଟିଭ ଚିହ୍ନଟ, ୨୧୫ ଲୋକାଲ୍‌ କେସ

ଦେଶରେ ଦିନକରେ ୯୬ହଜାର ୪୨୪ କରୋନା ଆକ୍ରାନ୍ତ ଚିହ୍ନଟ

Corona Deaths in Odisha: ୨୪ ଘଣ୍ଟାରେ ଆଖି ବୁଜିଲେ ୧୩ କରୋନା ଆକ୍ରାନ୍ତ

ଦିନକରେ ଓଡ଼ିଶାରେ ୪,୧୮୦ କରୋନା ଆକ୍ରାନ୍ତ‌ ଚିହ୍ନଟ: ଖୋର୍ଦ୍ଧାରୁ ୬୮୮, କଟକରୁ ୪୯୨

ପୁରୀରେ ଚିନ୍ତା ବଢ଼ାଉଛି କରୋନା: ୮ ଦିନରେ ଦୁଇଗୁଣା ହେଲା ମୃତ୍ୟୁ ସଂଖ୍ୟା

ଟ୍ୱିନ୍‌ସିଟିରେ ଆକ୍ସନ ମୋଡ୍‌ରେ ପୋଲିସ୍: ସାବାଡ୍‌ ହେଉଛନ୍ତି କୋଭିଡ୍ ନିୟମ ଉଲ୍ଲଂଘନକାରୀ

ଓଡ଼ିଶାରେ ଅତି ଭୟଙ୍କର ହେଲାଣି ଗୋଷ୍ଠୀ ସଂକ୍ରମଣ

ରାଜ୍ୟରେ ହଜାରେ କରୋନା ଆକ୍ରାନ୍ତଙ୍କୁ ପ୍ଲାଜମା ଥେରାପିରେ ଚିକିତ୍ସା

ଦିନକରେ ସୁସ୍ଥ ହେଲେ ୩୬୦୭ କରୋନା ଆକ୍ରାନ୍ତ

You might also like