ଜାଣନ୍ତି, କେତେ ପ୍ରତିଶତ କରୋନା ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ?

ନୂଆଦିଲ୍ଲୀ:ବିଶ୍ୱରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଭାରତରେ ମଧ୍ୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି। ବର୍ତ୍ତମାନ ସୁଦ୍ଧା ଦେଶରେ ୨୫୧ ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି। ସାରା ବିଶ୍ୱରେ ଆକ୍ରାନ୍ତଙ୍କ ସଂଖ୍ୟା ବର୍ତ୍ତମାନ ସୁଦ୍ଧା ୨ ଲକ୍ଷ ୭୫ ହଜାର ୮୬୪ ଛୁଇଁଲାଣି। ୧୧ ହଜାର ୩୯୮ଙ୍କର କରୋନାରେ ମୃତ୍ୟୁ ଘଟିଲାଣି। ମୃତ୍ୟୁ ସଂଖ୍ୟା ବିଶ୍ୱବାସୀଙ୍କ ନିଦ ହଜାଇ ଦେଇଥିବାବେଳେ ସେମାନଙ୍କ ପାଇଁ ଏକ ଖୁସି ଖବର।

ସାରା ବିଶ୍ୱରେ କରୋନା ଆକ୍ରାନ୍ତ ହୋଇଥିବା ୨ ଲକ୍ଷ ୭୫ ହଜାର ୮୬୪ଜଣଙ୍କ ମଧ୍ୟରୁ  ୯୧ ହଜାର ୯୧୨ ଜଣ ସୁସ୍ଥ ହୋଇ ଫେରିଛନ୍ତି। ଅର୍ଥାତ ଆକ୍ରାନ୍ତଙ୍କ ମଧ୍ୟରୁ ୮୯ ପ୍ରତିଶତ ରୋଗୀ ସୁସ୍ଥ ହୋଇ ଫେରୁଛନ୍ତି। ଆଜି ସୁଦ୍ଧା ୧ ଲକ୍ଷ ୭୨ ହଜାର ୫୫୪ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି। ସେମାନଙ୍କ ମଧ୍ୟରୁ ୧ ଲକ୍ଷ ୬୪ ହଜାର ୭୮୯ ସାମାନ୍ୟ ଆକ୍ରାନ୍ତ ହୋଇଥିବାବେଳେ  ୭ ହଜାର ୭୬୫ ଜଣଙ୍କ ଅବସ୍ଥା ଗୁରୁତର ଥିବା ସୂଚନା ମିଳିଛି। 

କେନ୍ଦ୍ରୀୟ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରାଳୟ ଦ୍ୱାରା ଶୁକ୍ରବାର ସକାଳେ ଜାରି ତଥ୍ୟରୁ ଜଣାଯାଇଛି, ଭାରତର୨୦ ରାଜ୍ୟ ତଥା କେନ୍ଦ୍ର ଶାସିତ ପ୍ରଦେଶରେ ମୋଟ ୨୫୮ କରୋନା ଆକ୍ରନ୍ତଙ୍କୁ ଚିହ୍ନଟ କରାଯାଇଛି। ଏମାନଙ୍କ ମଧ୍ୟରୁ ୧୯୧ ଜଣ ଭାରତୀୟ ନାଗରିକ ହୋଇଥିବାବେଳେ ୩୨ ଜଣ ବିଦେଶୀ ନାଗରିକ। ବର୍ତ୍ତମାନ ସୁଦ୍ଧ ଭାରତରେ କରୋନାରେ ୫ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୨୩ ଜଣଙ୍କୁ ଚିକିତ୍ସା ପରେ ଛାଡ଼ି ଦିଆଯାଇଛି।

You might also like