କରୋନା ମୁକାବିଲା: ଔଷଧ ଯୋଗାଇବା ପାଇଁ ଭାରତକୁ ଅନୁରୋଧ କଲେ ଟ୍ରମ୍ପ

ନୂଆଦିଲ୍ଲୀ:କରୋନା ମୁକାବିଲା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭିଡିଓ କନଫରେନସିଂ ଜରିଆରେ ଆଲୋଚନା କରିଛନ୍ତି । ଆଲୋଚନା ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କରୋନା ମୁ୍‌କାବିଲା ହାଇଡ୍ରୋକ୍ଲୋରକୁଇନ୍‌ ଔଷଧ ଆମେରିକାକୁ ସପ୍ଲାଏ ପାଇଁ ମୋଦିଙ୍କୁ ଅନୁରୋଧ କରିଛନ୍ତି । ଏହାଦ୍‌ ରା କରୋନା ରୋଗୀଙ୍କ ଚିକିତ୍ସା କରାଯାଇ ପାରିବ । ଯାହାକୁ ସେ  ନିଜେ ମଧ୍ୟ ଖାଇବେ ବୋଲି କହିଛନ୍ତି।
କରୋନା ଭାଇରସ ଯୋଗୁ ସାରା ବିଶ୍‌:ରେ ଯେପରି ସ୍ଥିତି ସୃଷ୍ଟି ହୋଇଛି ତାହାର ମୁକାବିଲା କରିବା ପାଇଁ ଶନିବାର ଦୁଇ ଦେଶର ନେତା ଦୀର୍ଘ ସମୟ ଆଲୋଚନା କରିଥିଲେ । ପରସ୍ପର ସହଯୋଗରେ ଦୁଇ ନେତା କୋଭିଡ-୧୯ ବିରୋଧରେ ଲଢିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ।

ଏଠି କହି ରଖିବୁ , ହାଇଡ୍ରୋକ୍ସି କ୍ଲୋରୋକୁଇନ୍ ଏକ ଆଣ୍ଟି ମାଲେରିଆ ଔଷଧ। ଡୋନାଲ୍ଡ ଟ୍ରମ୍ପ ମଧ୍ୟ ଏହାର ଦୁଇ ସପ୍ତାହ ପୂର୍ବରୁ କହିଥିଲେ, କୋଭିଡ-୧୯ର ଚିକିତ୍ସା ବେଳେ ହାଇଡ୍ରୋକ୍ସି କ୍ଲୋରୋକୁଇନ୍ ଔଷଧର ଚାହିଦା ବୃଦ୍ଧି ପାଇଛି। ଦ୍ୱିତୀୟ ବିଶ୍ୱଯୁଦ୍ଧ ବେଳେ ଏଫଡିଏ ଦ୍ୱାରା ଏହି ଔଷଧ ଅନୁମୋଦିତ ହୋଇଛି। ଏବେ କରୋନାକୁ ନେଇ ଅନେକ ଗବେଷକ ଅନୁଧ୍ୟାନ କରୁଥିବା ବେଳେ କିଛି କରୋନା ଆକ୍ରାନ୍ତଙ୍କ ଶରୀରରେ ଏହି ହାଇଡ୍ରୋକ୍ସି କ୍ଲୋରୋକୁଇନ୍ ଔଷଧ ପ୍ରୟୋଗ କରି ସଫଳ ହୋଇଛି ଆମେରିକା। ଯଦିଓ ଏହି ଔଷଧ କରୋନା ଆକ୍ରାନ୍ତଙ୍କ ପାଇଁ ବ୍ୟବହୃତ ହେବ ବୋଲି ସରକାରୀ ଭାବରେ କୁହାଯାଇନାହିଁ। ହେଲେ ଡାକ୍ତରମାନେ ଏହାକୁ ପ୍ରୟୋଗ କରି କିଛି ମାତ୍ରାରେ ସଫଳ ହୋଇଛନ୍ତି। ଭାରତ ମଧ୍ୟ ଏହି ଔଷଧ ରପ୍ତାନୀ ଉପରେ ରୋକ୍ ଲଗାଇଛି। ଭାରତ ରୋକ୍ ଲଗାଇବା ପରେ ଅନ୍ୟାନ୍ୟ ଦେଶ କିନ୍ତୁ ଆମଦାନୀ ପାଇଁ ଭାରତକୁ ନିବେଦନ କରିଛନ୍ତି।
ମୋଦି ଏ ସମ୍ପର୍କରେ ଟୁଇଟ କରି କହିଛନ୍ତି, ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଟେଲିଫୋନରେ ବିସ୍ତୃତ ଆଲୋଚନା ହୋଇଛି । ଆମର ଆଲୋଚନା ଖୁବ ସକାରାତ୍ମକ ଥିଲା । ଆମେ ଆମର ସମସ୍ତ ଶକ୍ତି ଦେଇ କୋଭିଡ ୧୯ ବିରୋଧରେ ଲଢିବା ପାଇଁ ସଙ୍କଳ୍ପ କରିଛୁ । ସୂଚନାଥାଉ କି, ଆମେରିକାରେ ଏବେ ୨,୭୮ , ୪୫୮ କୋଭିଡି ୧୯ ସଂକ୍ରମିତ ହୋଇଛନ୍ତି । ୭ ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଲାଣି । ଭାରତରେ ମଧ୍ୟ ୩ ହଜାରରୁ ଅଧିକ ଲୋକ ସଂକ୍ରମିତ ହୋଇଛନ୍ତି ଏବଂ ୭୦ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଲାଣି ।

You might also like