ଦେଶରେ ୨୪ ଘଣ୍ଟାରେ ଆଖି ବୁଜିଲେ ୮୩୬ କରୋନା ରୋଗୀ
ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ରେକର୍ଡ ସଂଖ୍ୟକ କରୋନା ରୋଗୀଙ୍କ ମୃତ୍ୟୁ ହୋଇଛି । ଗୋଟିଏ ଦିନରେ ୮୩୬ ଜଣଙ୍କ ମୃତ୍ୟୁ ଘଟିବା ପରେ ଦେଶରେ ବର୍ତ୍ତମାନ ଏହି ସଂଖ୍ୟା ୫୭,୫୪୨ ଛୁଇଁଛି।
ମହାରାଷ୍ଟ୍ରରେ ସର୍ବାଧିକ ୨୨ ହଜାର ୨୫୩ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ତାମିଲନାଡୁ- ୬୫୧୭, କର୍ଣ୍ଣାଟକ- ୪୬୮୩, ଦିଲ୍ଲୀରେ ୪୩୦୦ଙ୍କ କରୋନାଜନିତ ମୃତ୍ୟୁ ହୋଇଥିବା ସୂଚନା ରହିଛି ।
ଅନ୍ୟପକ୍ଷେ ଦେଶରେ ଦିନକରେ ୬୧ ହଜାର ୪୦୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ମୋଟ ସଂଖ୍ୟା ୩୧ ଲକ୍ଷ ଟପିଲାଣି। ସେହିପରି ମୋଟ୍ ଆକ୍ଟିଭ୍ କେସ୍- ୭ଲକ୍ଷ ୧୦ ହଜାର ୭୭୧। ୨୩ଲକ୍ଷ ୩୮ ହଜାର ୩୫ ଜଣ କରୋନାରୁ ସୁସ୍ଥ ହୋଇଥିବା ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ।
ସୂଚନାଥାଉ କି, ବିଶ୍ୱରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା୨.୩୪ କୋଟି ଅତିକ୍ରମ କରିସାରିଥିବାବେଳେ ମୃତ୍ୟୁ ସଂଖ୍ୟା ୮.୧୦ଲକ୍ଷ ପାର କରିସାରିଛି। ଆମେରିକାରେ କରୋନା ପଜିଟିଭଙ୍କ ସଂଖ୍ୟା ୫୮.୫୨ ଲକ୍ଷ ଅତିକ୍ରମ କରିଥିବେଳେ ବ୍ରାଜିଲ୍ରେ ଆକ୍ରାନ୍ତଙ୍କ ସଂଖ୍ୟା ୩୬ ଲକ୍ଷ ଛୁଇଁଲାଣି। ଭାରତ ତାଲିକାର ତୃତୀୟ ସ୍ଥାନରେ ରହିଛି।