୫ ରାଜ୍ୟର ଲୋକଙ୍କୁ କର୍ଣ୍ଣାଟକ ପ୍ରବେଶ ମନା

ବେଙ୍ଗାଲୁରୁ: ଦେଶର ୫ ରାଜ୍ୟର ଲୋକଙ୍କୁ କର୍ଣ୍ଣାଟକ ମନା। ମହାରାଷ୍ଟ୍ର,ଗୁଜରାଟ, ତାମିଲନାଡୁ, ମଧ୍ୟପ୍ରଦେଶ ଏବଂ ରାଜସ୍ଥାନରୁ ଆସୁଥିବା ଲୋକମାନଙ୍କୁ କର୍ଣ୍ଣାଟକରେ ପ୍ରବେଶ କରିବାକୁ ବ୍ୟାନ୍ ଲଗାଇଛନ୍ତି ରାଜ୍ୟସରକାର। କରୋନା ଭାଇରସ୍‌ରେ ଏହି ରାଜ୍ୟଗୁଡ଼ିକ ଅଧିକ ପ୍ରଭାବିତ ହୋଇଥିବାରୁ ଏଠାକାର ନାଗରିକଙ୍କ କର୍ଣ୍ଣାଟକା ପ୍ରବେଶ ଉପରେ ବ୍ୟାନ୍‌ ଲଗାଇଛନ୍ତି ରାଜ୍ୟ ସରକାର।

ଗୁରବାର ରାଜ୍ୟ କ୍ୟାବିନେଟ୍ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି। ନିଷ୍ପତ୍ତିକ୍ରମେ  ଏହି ରାଜ୍ୟରୁ ଆସୁଥିବା ଟ୍ରେନ୍‌ ଓ ଫ୍ଲାଇଟ୍‌କୁ କର୍ଣ୍ଣାଟକରେ ଲ୍ୟାଣ୍ଡ କରିବାକୁ ଦିଆଯିବନି। ଏଥିସହିତ ଯେଉଁମାନେ ଚାଲି ଚାଲି ଆସିବେ ସେମାନଙ୍କୁ ରାଜ୍ୟ ଭିତରେ ପ୍ରବେଶ କରାଇ ଦିଆଯିବନି ବୋଲି କର୍ଣ୍ଣାଟକ ସରକାର କହିଛନ୍ତି। କର୍ଣ୍ଣାଟକରେ କରୋନା ଭାଇରସ୍‌ର ନୂଆ ମାମଲା ସାମ୍ନାକୁ ଆସିବା ପରେ ଏପରି ଘୋଷଣା କରିଛନ୍ତି ସରକାର।

ଆଜି କର୍ଣ୍ଣାଟକରେ ୭୫ ଜଣ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଏହି ୭୫ ଜଣଙ୍କୁ ମିଶାଇ ରାଜ୍ୟରେ ୨୪୯୩ରେ ପହଞ୍ଚିଛି।

 

You might also like