କରୋନା ଭାଇରସ ଏକ ଜୀବ..ତା’ର ବି ବଞ୍ଚିବାର ଅଧିକାର ଅଛି- ଏମିତି ମନ୍ତବ୍ୟ ଦେଇ ଟ୍ରୋଲ ହେଲେ ପୂର୍ବତନ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: କରୋନା ସଙ୍କଟ ସାରା ଦେଶରେ ହାହାକାର ପରିସ୍ଥିତି ସୃଷ୍ଟି କରିଛି । ଭାରତର ସ୍ଥିତିକୁ ନେଇ ବିଶ୍ୱ ଚିନ୍ତିତ । ଏଠି କରୋନାକୁ କିପରି ନିୟନ୍ତ୍ରଣ କରାଯିବ, କେମିତି ଚିକିତ୍ସା ଉପକରଣ ମିଳିବ ସେ ନେଇ ସମସ୍ତେ ବ୍ୟଗ୍ର, ବ୍ୟସ୍ତ । ଏମିତି ଏକ ଗମ୍ଭୀର ପରିସ୍ଥିିତିରେ ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦର ସିଂହ ରାୱତ୍ ଏକ ଅଜିବ ବୟାନ ଦେଇଛନ୍ତି । ଏହି ବୟାନ ପାଇଁ ସୋସିଆଲ ମିଡିଆରେ ବେଶ ଟ୍ରୋଲ ବି ହୋଇଛନ୍ତି ରାୱତ୍ ।

ତ୍ରିବେନ୍ଦର ସିଂହ ରାୱତ୍ ଗୁରୁବାର କହିଛନ୍ତି, ‘କରୋନା ଭାଇରସ ଏକ ଜୀବ, ଯାହାର ବଞ୍ଚି ରହିବାର ଅଧିକାର ରହିଛି ।’ ରାୱତ୍ ଏକ ଟିଭି ଚାନେଲରେ କଥାବାର୍ତ୍ତା ସମୟରେ କହିଛନ୍ତି, ‘ଦାର୍ଶନିକ ଦୃଷ୍ଟିକୋଣରୁ ଯଦି ଦେଖାଯାଏ ତେବେ କରୋନା ଭାଇରସ ଏକ ଜୀବିତ ଜୀବ ଅଟେ । ଅନ୍ୟ ଲୋକଙ୍କ ପରି ତାହାର ମଧ୍ୟ ବଞ୍ଚିବାର ଅଧିକାର ରହିଛି । ହେଲେ ଆମେ (ମନୁଷ୍ୟ) ନିଜକୁ ସବୁଠାରୁ ବୁଦ୍ଧିମାନ ବୋଲି ନିଜକୁ ଭାବୁଛୁ ଏବଂ ଏହାକ ଶେଷ କରିଦେବାକୁ ଭାବୁଛୁ । ସେଥିପାଇଁ ଏହି ଭାଇରସ ବାରମ୍ବାର ନିଜ ରୂପ ବଦଳାଉଛି ।’

ରାୱତ୍ ଆହୁରି କହିଛନ୍ତି, ନିଜକୁ ସୁରକ୍ଷିତ ରଖିବାକୁ ହେଲେ ମଣିଷକୁ ଭାଇରସଠାରୁ ଆଗରେ ଦୌଡ଼ିବାକୁ ପଡ଼ିବ । ନିଜର ଏପରି ମନ୍ତବ୍ୟ ପାଇଁ ରାତାରାତି ସୋସିଆଲ ମିଡିଆରେ ଖୁବ୍‌ ଟ୍ରୋଲ ହୋଇଛନ୍ତି ରାୱତ୍ । ଦେଶ କରୋନା ବିରୋଧରେ ଏକ ପ୍ରକାର ଯୁ୍‌ଦ୍ଧ ଚଲାଇଥିବାବେଳେ ରାୱତଙ୍କ ଏପରି କଥାକୁ ନେଇ ତାଙ୍କୁ ଲୋକେ ଟ୍ରୋଲ କରିଛନ୍ତି । ଟୁଇଟରରେ ୟୁଜର୍ସମାନେ ତାଙ୍କୁ କହିଛନ୍ତି, ‘ଏହି ଭାଇରସ ଜୀବକୁ ସେଣ୍ଟ୍ରାଲ ଭିଷ୍ଟାରେ ଆଶ୍ରୟ ଦେବା ଦରକାର ।’

 

View this post on Instagram

 

A post shared by NDTV India (@ndtvindia)

You might also like