ଦିଲ୍ଲୀରେ କରୋନା ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା କମିଲା

ନୂଆଦିଲ୍ଲୀ: ଦିଲ୍ଲୀରେ କରୋନା ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ଗତଦିନ ତୁଳାରେ ଏବେ ସାମାନ୍ୟ ହ୍ରାସ ପାଇଛି। ଏହା କହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ। ସାଧାରଣ ଲୋକଙ୍କର ଦ୍ରୁତ ପରୀକ୍ଷା ସହ ବିଭାଗୀୟ ସମନ୍ୱୟ ପାଇଁ ଏହି ସଂଖ୍ୟାରେ ହ୍ରାସ ଅଣାଯାଇପାରିଛି। ହେଲେ ସଚେତନ ନରହିଲେ, ଆଗକୁ ପୁଣି ସଂଖ୍ୟା ବଢ଼ିପାରେ ବୋଲି କେଜ୍ରି କହଛନ୍ତି।

ତେଣୁ ମାସ୍କ, ସାନିଟାଇଜର ବ୍ୟବହାର ସହ ସାମାଜିକ ଦୂରତ୍ୱକୁ ଲୋକେ ମାନିଲେ, ଏହି ରୋଗକୁ ନିୟନ୍ତ୍ରଣ କରାଯାଇପାରିବ ବୋଲି ତା ଉପରେ ଗୁରୁତ୍ୱ ଦେଇଛନ୍ତି କେଜ୍ରିୱାଲ୍।

ବର୍ତ୍ତମାନ ସୁଦ୍ଧା ଦିଲ୍ଲୀରେ ୧ ଲକ୍ଷ ୧୩ ହଜାର ୭୪୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୯ ହଜାର ୧୭ଟି ଆକ୍ଟିଭ୍‌ କେସ୍ ଏବଂ ୯୧ ହଜାର ୩୧୨ଲୋକେ କରୋନାରୁ ସୁସ୍ଥ ହୋଇସାରିଲେଣି। ମୃତ୍ୟୁ ସଂଖ୍ୟା ଏଯାବତ ୩ ହଜାର ୪୧୧ରେ ପହଞ୍ଚିଛି।

You might also like