ଡାକ୍ତରଙ୍କ ପାଇଁ କାଳ କରୋନା; ସାମ୍ନାକୁ ଆସିଲା ଚାଞ୍ଚଲ୍ୟକର ତଥ୍ୟ

ନୂଆଦିଲ୍ଲୀ: ଦେଶରେ କୋଭିଡ-୧୯ ମୁକାବିଲାରେ ନିୟୋଜିତ ୯୦ରୁ ଅଧିକ ଡାକ୍ତରଙ୍କ ଜୀବନ ଗଲାଣି । ଇଣ୍ଡିଆନ ମେଡିକାଲ ଆସୋସିଏସନ ପକ୍ଷରୁ ଏହି ତଥ୍ୟ ପ୍ରକାଶିତ ହୋଇଥିବା ନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ।

ଏହି ରିପୋର୍ଟ ଅନୁଯାୟୀ,  ଭାରତରେ କୋଭିଡ-୧୯ ଡ୍ୟୁଟି କରୁଥିବା ୯୩ ଜଣ ଡାକ୍ତରଙ୍କର ଇତି ମଧ୍ୟରେ ମୃତ୍ୟୁ ହୋଇସାରିଛି।  ୧ ହଜାର ୨୭୯ ଜଣ ଡାକ୍ତର ସଂକ୍ରମିତ ହୋଇଛନ୍ତି। ଏ ସମ୍ପର୍କରେ ସୂଚନା ଦେଇ IMA ମୁଖ୍ୟ ଡାକ୍ତର ରାଜନ ଶର୍ମା କହିଛନ୍ତି,  ସଂକ୍ରମିତଙ୍କ ମଧ୍ୟରୁ ୭୭୧ ଜଣ ଡାକ୍ତରଙ୍କ ବୟସ ୩୫ ବର୍ଷରୁ କମ ହୋଇଥିବାବେଳେ, ୨୪୭ ଜଣଙ୍କ ବୟସ ୩୫ରୁ ୫୦ ବର୍ଷ ଭିତରେ।

ସେହିଭଳି ସଂକ୍ରମିତ ଡାକ୍ତରଙ୍କ ମଧ୍ୟରୁ ୫୦ ବର୍ଷ ବୟସରୁ ଅଧିକ ବୟସ୍କ ୨୬୧ ଜଣ ଡାକ୍ତର ଅଛନ୍ତି । ତେବେ ମୃତ୍ୟୁର ପ୍ରକୃତ କାରଣ ସହ ଏ ସମ୍ପର୍କିତ ଆହୁରି ଅଧିକ ତଥ୍ୟ ପରେ ପ୍ରକାଶିତ ହେବ ବୋଲି IMA ମୁଖ୍ୟ କହିଛନ୍ତି । କୋଭିଡ ଡ୍ୟୁଟିରେ ୧୧୦ ଡାକ୍ତରଙ୍କ ମୃତ୍ଯୁ ନେଇ IMA କୋଚି ଶାଖା ପକ୍ଷରୁ ପ୍ରକାଶ ପାଇଥିବା ତଥ୍ୟର ଅନୁସନ୍ଧାନ କରାଯିବ ବୋଲି IMA ମୁଖ୍ୟ କହିଛନ୍ତି ।

You might also like