କରୋନା ମୁକାବିଲାରେ ଭାରତୀୟଙ୍କ ବିଜୟ ପାଇଁ ସ୍ୱିଜରଲ୍ୟାଣ୍ଡର ପାହାଡ଼ରେ ଝଲସିଲା ଜାତୀୟ ପତାକା

ସ୍ୱିଜରଲ୍ୟାଣ୍ଡ: ତ୍ରିରଙ୍ଗାରେ ଝଲସିଲା ସ୍ୱିଜରଲ୍ୟାଣ୍ଡର ଆଲପସ୍ ପର୍ବତଶ୍ରେଣୀରେ ଥିବା ମ୍ୟାଟର୍ହର୍ଣ୍ଣ୍ ପର୍ବତ। ସାରା ବିଶ୍ୱ ଏବେ କରୋନା ବିଭୀଷିକା କବଳରେ ଥିବାବେଳେ, ଏଠାରେ ପ୍ରତି ରାତିରେ ବିଭିନ୍ନ ଦେଶର ପତାକାକୁ ଏହି ୪ ହଜାର ୪୭୮ ମିଟର ବରଫାବୃତ ପର୍ବତ ଉପରେ ପ୍ରତିଫଳିତ କରାଯାଇଥାଏ।

କରୋନା ସଂକଟ ବେଳେ ଭାରତୀୟଙ୍କୁ ମନରେ ଆଶା ଓ ଦୃଢ଼ତା ବଜାୟ ରଖିବାକୁ ବାର୍ତ୍ତା ଦେଇ ଏଠାରେ ଜାତୀୟ ପତାକା ପ୍ରତିଫଳନ କରାଯାଇଥିଲା। ଏହାକୁ ରିଟ୍ୱିଟ୍ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲେଖିଛନ୍ତି ସାରା ବିଶ୍ୱ ଏକାଠି ଏହି ସଂକଟର ମୁକାବିଲା କରୁଛି। ମଣିଷ ଏହି ମହାମାରୀ ଉପରେ ନିଶ୍ଚୟ ବିଜୟଲାଭ କରିବ।

ସାରା ବିଶ୍ୱରେ ଏବେ ସୁଦ୍ଧା ୧ ଲକ୍ଷ ୫୬ ହଜାରରୁ ଅଧିକ ଜୀବନ ନେଲାଣି ଘାତକ କରୋନା ଭୂତାଣୁ। ଏହି ମୃତକଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି ଜଣାଇ ମିଳିତ ଜାତିସଂଘ ପକ୍ଷରୁ ନ୍ୟୁୟର୍କ ସ୍ଥିତ ମୁଖ୍ୟାଳୟରେ ଥିବା ପତାକାକୁ ଅର୍ଦ୍ଧନମିତ କରାଯାଇଛି। ମୃତକଙ୍କ ପ୍ରତି ସମ୍ମାନ ଜଣାଇବା ପାଇଁ ଜାତିସଂଘ ପକ୍ଷରୁ ଏପରି ପଦକ୍ଷେପ ନିଆଯାଇଛି। ଅର୍ଦ୍ଧନମିତ ପତାକାର ଫଟୋ ସହ ଏନେଇ ୟୁନାଇଟେଡ୍ ନେସନ୍ସ ପକ୍ଷରୁ ଟ୍ୱିଟ୍ କରାଯାଇଛି।

ସେପଟେ ୨୧୦ ଦେଶରେ କାୟା ବିସ୍ତାର କରିଥିବା ଏହି ଭାଇରସରେ ଆଜି ସୁଦ୍ଧା ୨୨ ଲକ୍ଷ ୭୫ହଜାରରୁ ଅଧିକ ଲୋକ ଆକ୍ରାନ୍ତ ହେଲେଣି। ସର୍ବାଧିକ ପ୍ରଭାବିତ ଆମେରିକାରେ ମୃତ୍ୟୁ ସଂଖ୍ୟା ୩୭ ହଜାର ଟପିଛି  ସେଠାରେ ୭ ଲକ୍ଷରୁ ଅଧିକ ଲୋକ କୋଭିଡ୍ ୧୯ରେ ଆକ୍ରାନ୍ତ ହୋଇଛନ୍ତି। କରୋନାରେ ଦ୍ୱିତୀୟ ସର୍ବାଧିକ ମୃତ୍ୟୁ ଘଟିଛି।

ଇଟାଲୀରେ ଏଠାରେ ୨୨ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ ୧ଲକ୍ଷ ୭୨ ହଜାରରୁ ଅଧିକ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ସେହିଭଳି ସ୍ପେନରେ ୧ ଲକ୍ଷ ୯୦ ହଜାର ଲୋକ ଆକ୍ରାନ୍ତ ହୋଇଥିବାବେଳେ ୨୦ହଜାରରୁ ଅଧିକ ଲୋକଙ୍କ ଜୀବନ ନେଇଛି କରୋନା। …

You might also like