ଦେଶରେ ୨୪ ଘଣ୍ଟାରେ କରୋନା ନେଲା ୫୭ ମୁଣ୍ଡ

ନୂଆଦିଲ୍ଲୀ: ଭାରତରେ କରୋନା ଭାଇରସ୍ ଦିନକୁ ଦିନ ନିଜର କାୟାକୁ ବିସ୍ତାର କରିବାରେ ଲାଗିଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ଦେଶରେ କୋଭିଡ-୧୯ରେ ମୃତ୍ୟୁ ସଂଖ୍ୟା ୭୭୫ରେ ପହଞ୍ଚିଥିବାବେଳେ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ୨୪,୫୦୬କୁ ବୃଦ୍ଧି ପାଇଛି।

ଗତ ୨୪ ଘଣ୍ଟା ମଧ୍ୟରେ ୧୪୨୯ଟି ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବାସହ ୫୭ଜଣଙ୍କର ମୃତ୍ୟୁ ଘଟିଛି। ୨୪ ଘଣ୍ଟା ମଧ୍ୟରେ ମୃତ୍ୟୁ ସଖ୍ୟା ସର୍ବାଧିକ ହୋଇଥିବା ସୂଚନା ମିଳିଛି। ଏହି ଭାଇରସରେ ୫,୦୬୨ଜଣ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। କରୋନା ଭାଇରସ ବଢ଼ୁଥିବାରୁ ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ମେ’୩ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ଅବଧିକୁ ବଢାଇ ଦେଇଛନ୍ତି।

ଗୃହ ମନ୍ତ୍ରଣାଳୟ ଶୁକ୍ରବାର ଦିନ କହିଛିନ୍ତି ଯେ ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରେ ଦୋକାନ ଏବଂ ପ୍ରତିଷ୍ଠାନ ଖୋଲାଯିବ। କେବଳ ପଞ୍ଜୀକୃତ ଦୋକାନଗୁଡିକ ୫୦ ପ୍ରତିଶତ ଖୋଲାଯିବ। ସେମାନେ ସାମାଜିକ ଦୂରତା ଭଳି ସତର୍କତା ଅବଲମ୍ୱନ କରିବେ। ତେବେ ଏହି ନିୟମ କଣ୍ଟେନମେଣ୍ଟ ଜୋନରେ ଲାଗୁ ହେବ ନାହିଁ। ମଲ୍ଟି ବ୍ରାଣ୍ଡ ମଲ ସମେତ ଅନ୍ୟାନ୍ୟ ବଡ଼ ପ୍ରତିଷ୍ଠାନଗୁଡ଼ିକ ମଧ୍ୟ ଖୋଲାଯାଇ ପାରିବ ନାହିଁ।

ଆହୁରି ପଢ଼ନ୍ତୁ

You might also like