ଦେଶରେ ୪୮୮ ଛୁଇଁଲା କରୋନା ମୃତ୍ୟୁସଂଖ୍ୟା: ୨୪ ଘଣ୍ଟାରେ ଗଲା ୪୩ ଜୀବନ

ନୂଆଦିଲ୍ଲୀ: ଦେଶରେ ୪୮୮ ଛୁଇଁଲା କରୋନା ମୃତ୍ୟୁସଂଖ୍ୟା। ୨୪ ଘଣ୍ଟାରେ ଗଲାଣି ୪୩ ଜଣଙ୍କ ଜୀବନ। ସ୍ୱାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ ଏହି ତଥ୍ୟ ଦିଆଯାଇଛି।

ବର୍ତ୍ତମାନ ସୁଦ୍ଧା ଦେଶରେ ୧୪ ହଜାର ୩୭୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଗତ ୨୪ଘଣ୍ଟା ମଧ୍ୟରେ ୯୯୧ ନୂଆ ଆକ୍ରାନ୍ତ  ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ଦେଶରେ ୨ ହଜାର ୧୫ ଜଣ ଆରୋଗ୍ୟ ଲାଭ କଲେଣି।

ତେବେ ଭାରତରେ ଆରୋଗ୍ୟ ହାର ୧୩. ୮୫ ପ୍ରତିଶତ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ୍ ଅଗ୍ରୱାଲ୍‌ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ତବଲିଗି ଜମାତ୍ ପାଇଁ ଦେଶରେ ୨୯.୮ ପ୍ରତିଶତ କରୋନା ଆକ୍ରାନ୍ତ ହୋଇଛନ୍ତି।

ଦେଶରେ ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୨୩ଟି ରାଜ୍ୟରେ ୪,୨୯୧ ଜଣଙ୍କ ନିଜାମୁଦ୍ଦିନ ଲିଙ୍କ ଥିବା ସ୍ପଷ୍ଟ କରିଛନ୍ତି ଯୁଗ୍ମ ସଚିବ।

ତେବେ ଆଶ୍ୱସ୍ତିକର ସୂଚନା ହେଉଛି, ୧୨ଟି ରାଜ୍ୟର ୨୨ଟି ଜିଲ୍ଲାରେ ଗତ ୧୪ ଦିନ ହେଲା ଗୋଟିଏ ବି ପଜିଟିଭ ମିଳିନାହିଁ। ଏଥିରେ ଓଡ଼ିଶାର ୨ଟି ଜିଲ୍ଲା ପୁରୀ ଓ ଭଦ୍ରକ ରହିଛି। ଯେଉଁଠି ପୂର୍ବରୁ ଅକ୍ରାନ୍ତ ଚିହ୍ନଟ ହୋଇଥିଲେ ମଧ୍ୟ ୧୪ ଦିନ ହେଲା ଗୋଟିଏ ହେଲେ ବି ପଜିଟିଭ ବାହାରି ନାହିଁ।

You might also like