ଦେଶରେ ଏକ ଲକ୍ଷ ଛୁଇଁଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଦେଶରେ ଦ୍ରୁତଗତିରେ ବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ମଙ୍ଗଳବାର କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଲକ୍ଷେ ଛୁଇଁଲା। ସକାଳ ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ୧,୦୧,୧୩୯ରେ  ପହଞ୍ଚିଛି ।ତେବେ ଏମାନଙ୍କ ମଧ୍ୟମରୁ ୩୬ ହଜାର ୮୨୪ ଜଣ ସୁସ୍ଥ ହୋଇ ଫେରିଥିବାବେଳେ ୩୦୨୯ ଜଣଙ୍କ ମୃତ୍ୟୁ ହୋଇଛି ।

ଗତକାଲି ଗୋଟିଏ ଦିନରେ ୫ ହଜାର ୨୪୨ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।୨୪ ଘଣ୍ଟା ମଧ୍ୟରେ ୧୩୪ ଜଣଙ୍କର ମୃତ୍ୟୁ ଘଟିଛି। ତେବେ ଆଶ୍ୱାସନାର କଥା ସୁସ୍ଥ ହାର ୩୮.୭୩ ରହିଛି।

ମହାରାଷ୍ଟ୍ରରେ ସର୍ବାଧିକ ୩୩ ହଜାର ୫୩ ଜଣ ଆକ୍ରାନ୍ତ ଥିବାବେଳେ ୧୧୯୮ ଜଣ ପ୍ରାଣ ହରାଇଛନ୍ତି। ସେହିପରି ଗୁଜରାଟରେ ୧୧ ହଜାର ୩୭୯ ଜଣ ଆକ୍ରାନ୍ତ ଓ ୬୫୯ ଜଣଙ୍କର ମୃତ୍ୟୁ ହୋଇଛି । ଦିଲ୍ଲୀରେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ହଜାର ୫୪ରେ ପହଞ୍ଚିଛି।

You might also like