କରୋନା ଚିନ୍ତା ବଢିଲା; ୨୪ ଘଣ୍ଟାରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: କରୋନା ଭାଇସରସ ଆକ୍ରାନ୍ତଙ୍କ ସଂଖ୍ୟା ଦେଶରେ ଦିନକୁ ଦିନ ବଢିବାରେ ଲାଗିଛି। ତେବେ ଗତ ୨୪ ଘଣ୍ଟା ମଧ୍ୟରେ ଆକ୍ରନ୍ତଙ୍କ ସଂଖ୍ୟା ସର୍ବାଧିକ ବୃଦ୍ଧି ପାଇଛି । ଦେଶରେ ଲକ୍‌ଡାଉନ ୪.୦ ଲାଗୁ ହୋଇଯାଇଛି। ୪ର୍ଥ ପର୍ଯ୍ୟାୟର ଏହି ଲକ୍‌ଡାଉନ୍‌ରେ କଟକଣା କୋହଳ କରାଯାଇଥିବାବେଳେ ଆଜି ପ୍ରଥମ ଦିନରେ ସର୍ବାଧିକ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି।

ସୋମବାର ଭାରତରେ କୋଭିଡ-୧୯ ସଂକ୍ରମିତଙ୍କ ସଂଖ୍ୟା ୯୬,୦୦୦ ଅତିକ୍ରମ କରିସାରିଛି। ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଦେଶରେ ବର୍ତ୍ତମାନ ସୁଦ୍ଧା ୩୦୨୯ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଲାଣି। ସଂକ୍ରମିତଙ୍କ ସଂଖ୍ୟା ୯୬,୧୬୯ରେ ପହଞ୍ଚିଛି।

ଗତ ୨୪ ଘଣ୍ଟା ମଧ୍ୟରେ ୫୨୪୨ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିବାବେଳେ ୧୫୭ ଜଣଙ୍କର ମୃତ୍ୟୁ ଘଟିଛି। ୨୪ ଘଣ୍ଟାରେ ଏହା ସର୍ବାଧିକ ମୃତ୍ୟୁ । ତେବେ ବର୍ତ୍ତମାନ ସୁଦ୍ଧା ୩୬, ୮୩୪ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସୁସ୍ଥ ହାର ବୃଦ୍ଧି ପାଇ ୩୮,୨୯ରେ ପହଞ୍ଚିଛି ଯାହା ଏକ ଆଶ୍ୱସ୍ତିର ବିଷୟ।

 

You might also like