୨୪ ଘଣ୍ଟାରେ ୧୦୩ ଜୀବନ ନେଲା କରୋନା

ନୂଆଦିଲ୍ଲୀ: ଦେଶରେ ମହାମାରୀ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢିବାରେ ଲାଗିଛି। ଦେଶରେ କରୋନା ସଂକ୍ରମଣରେ ମୃତ୍ୟୁ ସଂଖ୍ୟା ୨,୭୫୨କୁ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଶତାଧିକ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩ ହଜାର ୯୭୦ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୫ ହଜାର ୯୪୦ ଛୁଇଁଲାଣି। ସେହିପରି ୨୪ ଘଣ୍ଟା ମଧ୍ୟରେ ୧୦୩ ଜଣଙ୍କର ମୃତ୍ୟୁ ଘଟିଲାଣି।

ବର୍ତ୍ତମାନସୁଦ୍ଧା ୫୩ ହଜାର ୩୫ ଆକ୍ଟିଭ୍ କେସ୍ ଥିବା ବେଳେ ସୁସ୍ଥ ହୋଇ ୩୦ ହଜାର ୧୫୨ ଜଣ ଘରକୁ ଫେରିଛନ୍ତି । ମହାରାଷ୍ଟ୍ରରେ ସ୍ଥିତି ଦିନକୁ ଦିନ ବେକାବୁ ହେବାରେ ଲାଗିଛି । ମହାରାଷ୍ଟ୍ରରେ ସର୍ବାଧିକ ୨୯ ହଜାର ୧୦୦ ଆକ୍ରାନ୍ତ ହେବା ସହ ୧୦୬୮ ଜଣଙ୍କ ମୃତ୍ୟୁ ହୋଇଛି।

ବିଶ୍ୱରେ ମଧ୍ୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। କରୋନା ୧୮୦ରୁ ଅଧିକ ଦେଶକୁ ବ୍ୟାପିଥିବାବେଳେ ୪୫ ଲକ୍ଷରୁ ଅଧିକ ଲୋକଙ୍କୁ ସଂକ୍ରମିତ ହୋଇଛି। କରୋନାଜନିତ ମୃତ୍ୟୁ ସଂଖ୍ୟା ୩ ଲକ୍ଷ ଟପିଲାଣି ।

ତେବେ ସବୁଠାରୁ ଚିନ୍ତାର ବିଷୟ ହୋଇଛି, ଭାରତ କରୋନା ସଂକ୍ରମଣରେ ଚାଇନାର ତଳେ ଥିବାବେଳେ ଏବେ ଏହାକୁ ଟପି ଗଲାଣି। ଚାଇନାରେ ମର୍ତ୍ତମାନସୁଦ୍ଧା ଆକ୍ରନ୍ତଙ୍କ ସଂଖ୍ୟା ୮୨, ୯୪୧ ଥିବାବେଳେ ମୃତକଙ୍କ ସଂଖ୍ୟା ୪୬୩୩ ରହିଛି। ଭାରତରେ ମୃତ୍ୟୁ ସଂଖ୍ୟା ଯଦିଓ ଚାଇନାଠାରୁ କମ୍ ରହିଛି ତେବେ ଆକ୍ରାନ୍ତଙ୍କ ସଂଖ୍ୟା ଚାଇନାଠାରୁ ବୃଦ୍ଧି ପାଇ ୮୫ ହଜାର ୯୪୦ରେ ପହଞ୍ଚିଛି । ତେବେ ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢୁଥିବାରୁ ଏହା ଖୁବ୍‌ଶୀଘ୍ର ଚାଇନାକୁ ଟପିଯିବ ବୋଲି ଆଶଙ୍କା କରାଯାଉଛି।

You might also like