ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨୫୧ ଛୁଇଁଲା

ନୂଆଦିଲ୍ଲୀ: ଲକ୍ ଡାଉନ୍ ଘୋଷଣା ହେବାର ସାତ ଦିନ ମଧ୍ୟରେ ଗତକାଲି ଦେଶରେ ସବୁଠାରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଗତକାଲି ୨୨୭ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି। ଏଥିସହ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୨୫୧ରେ ପହଞ୍ଚିଛି।

ବର୍ତ୍ତମାନ ସୁଦ୍ଧା ୧୦୨ଜଣ ଆରୋଗ୍ୟ ଲାଭ କରିଥିବା ବେଳେ ୩୨ଜଣଙ୍କ ମୃତ୍ୟ  ହୋଇଛି । ୧୧୧୭ଜଣ ବିଭିନ୍ନ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଗତକାଲି ଦିଲ୍ଲୀରେ ସବୁଠୁ ଅଧିକ ୨୫ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ଟଟ ହୋଇଛନ୍ତି । ପ୍ରତିଦିନ ମୃତକ ଓ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ଯୋଗୁ ଏହା ଅଧିକ ଚିନ୍ତା ବଢ଼ାଇଛି ।

କରୋନା ଯୋଗୁ ସବୁଠୁ ଅଧିକ ପ୍ରଭାବିତ ହୋଇଛି ମହାରାଷ୍ଟ୍ର। ସେପଟେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ କରୋନାର ମୁକାବିଲା ପାଇଁ ଆକ୍ରାନ୍ତଙ୍କ ଚିକିତ୍ସା ସହ ଗବେଷଣା ଉପରେ ଗୁରୁତ୍ୱ ଦେଇଛନ୍ତି।

You might also like