୨୪ ଘଣ୍ଟାରେ ୩୫୩୫ କରୋନା ରୋଗୀ ଚିହ୍ନଟ, ୧୨୨ ମୃତ

ନୂଆଦିଲ୍ଲୀ:ଦେଶରେ କରୋନା ଭାଇରସ ମାମଲା ଦ୍ରୁତ ଗତିରେ ବଢିବାରେ ଲାଗିଛି। ଦେଶରେ Covid-19 ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ ୭୪ ହଜାରରେ ପହଞ୍ଚିଛି। ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ବୁଧବାର ମିଳିଥିବା ସୂଚନା ଅନୁସାରେ ଦେଶରେ କରୋନାରେ ବର୍ତ୍ତମାନ ସୁଦ୍ଧା ୨୪୧୫ ଜଣଙ୍କର ମୃତ୍ୟୁ ଘଟିଲାଣି। ଗତ ୨୪ ଘଣ୍ଟା ମଧ୍ୟରେ ୩୫୩୫ ନୂଆ ମାମଲା ସାମ୍ନାକୁ ଆସିଛି ଏବଂ ୧୨୨ ଜଣଙ୍କର ମୃତ୍ୟୁ ଘଟିଛି।

ତେବେ କରୋନାକୁ ନେଇ ଏକ ଭଲ ଖବର ସାମ୍ନାକୁ ଆସିଛି । ବର୍ତ୍ତମାନ ସୁଦ୍ଧା ଏହି ରୋଗରୁ ୨୪୩୮୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସୁସ୍ଥ ହେଉଥିବା ରୋଗୀଙ୍କ ହାର ୩୨.୮୨ ରହିଛି। ତେବେ କରୋନା ସଂକ୍ରମଣକୁ ରୋକିବା ପାଇଁ ୩ୟ ପର୍ଯ୍ୟାୟ ଲକ୍‌ ଡାଉନ ଜାରି ରହିଛି। ତେବ ୪ର୍ଥ ପର୍ଯ୍ୟାୟ ଲକଡାଉନ ଲାଗୁ କରାଯିବାର ସମ୍ଭାବନା ରହିଛି।

ତେବେ ବୁଧବାର ସକାଳେ ପ୍ରକାଶ ପାଇଥିବା କରୋନା ରିପୋର୍ଟ ଅନୁଯାୟୀ ମହାରାଷ୍ଟ୍ରରେ ଗୋଟିଏ ଦିନରେ ୧,୦୨୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୨୪,୪୨୭ ଛୁଇଁଛି। ରାଜ୍ୟରେ ଏବେ ୧୮,୩୮୧ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଥିବା ସୂଚନା ରହିଛି। ସେହିଭଳି ରାଜ୍ୟରେ ୫,୧୨୫ ଜଣ ଆରୋଗ୍ୟ ହୋଇଥିବା ବେଳେ ମୋଟ୍ ୯୨୧ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ରହିଛି। ତୃତୀୟ ପର୍ଯ୍ୟାୟ ଲକଡାଉନ୍ ଶେଷ ହେବା ବେଳକୁ ମହାରାଷ୍ଟ୍ରରେ ଆକ୍ରାନ୍ତଙ୍କ ସଂଖ୍ୟା ୩୦ ହଜାର ଅତିକ୍ରମ କରିଥିବ ବୋଲି ଆକଳନ କରାଯାଉଛି।

ତେବେ ଆକ୍ରାନ୍ତଙ୍କ ସଂଖ୍ୟା ଅନୁସାରେ ବିଶ୍ୱରେ ସବୁଠାରୁ ପ୍ରଭାବିତ ହୋଇଥିବା ଦେଶ ତାଲିକାରେ ଏବେ ଭାରତର ସ୍ଥାନ ୧୨ ରହିଛି। ବିଶ୍ୱରେ ଏଯାବତ ସର୍ବାଧିକ ପ୍ରଭାବିତ ଦେଶ ଆମେରିକା ରହିଛି। ଏହାପରେ ସ୍ପେନ୍, ରୁଷିଆ, ବ୍ରିଟେନ୍, ଇଟାଲୀ, ଫ୍ରାନ୍ସ, ବ୍ରାଜିଲ୍, ଜର୍ମାନୀ, ତୁର୍କୀ, ଇରାନ, ଚୀନ୍ ରହିଛି। ଏହାପରେ ଭାରତ ରହିଛି। ଚୀନରେ ଏଯାବତ ଆକ୍ରାନ୍ତଙ୍କ ସଂଖ୍ୟା ୮୨,୯୧୬ ରହିଛି।

ଭାରତରେ ଲଗାତାର ଭାବରେ ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ହଜାର ଉପରେ ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୩୫୨୫ ଜଣ କରୋନାରେ ଆକ୍ରାନ୍ତ ହେବା ପରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୭୪, ୨୮୧+ ରହିଛି। ଭାରତ ଏହି ସଂଖ୍ୟା ଛୁଇଁବା ପରେ ଭାରତ କାନାଡାକୁ ଟପିଛି। ଏହି ତୁଳନା ଗତ ଦୁଇ ଦିନର ଆକ୍ରାନ୍ତଙ୍କ ସଂଖ୍ୟାକୁ ତୁଳନା କରି କୁହାଯାଇଛି।

ଆହୁରି ପଢ଼ନ୍ତୁ

ଡ୍ରଗ୍ସ ନେଉଥିବା କଥା ଅସ୍ୱୀକାର କଲେ ସାରା ଓ ଶ୍ରଦ୍ଧା

କେନ୍ଦ୍ର ବିଜେପିରେ ବଡ଼ଧରଣର ପରିବର୍ତ୍ତନ; କାହାକୁ କେଉଁ ଦାୟିତ୍ୱ ମିଳିଲା ଜାଣନ୍ତୁ

କଙ୍ଗନାଙ୍କ ବିରୋଧରେ ମାମଲା ରୁଜୁ

WHO ସତର୍କବାଣୀ; କରୋନାରେ ୨୦ ଲକ୍ଷ ଲୋକଙ୍କ ଜୀବନ ଯିବ

ଜାତିସଂଘରେ ପାକିସ୍ତାନ ଉପରେ ବର୍ଷିଲା ଭାରତ: କହିଲା- ‘ନିର୍ଲଜ ଦେଶ ହିଁ ଏଭଳି ମତ ରଖିପାରେ’

ଭାରତର ବନ୍ଧୁ ବୋଲି ପୁଣି ଥରେ ପ୍ରମାଣିତ କଲା ମାଲଦୀପ

NCB ଅଫିସ୍‌ରେ ହାଜର ହେଲେ ଶ୍ରଦ୍ଧା, ସାରା

ଗୋଟିଏ ପ୍ରଶ୍ନ ଦୀପିକାଙ୍କ ପାଇଁ ସାଜିଛି କଣ୍ଟା

ଦୀପିକା, ଶ୍ରଦ୍ଧା ଓ ସାରାଙ୍କୁ ଆଜି ଏନ୍‌ସିବିର ଜେରା

ସୁଶାନ୍ତ ସିଂ ମୃତ୍ୟୁ ମାମଲା; ’ମୁଖ୍ୟ ଅଭିଯୁକ୍ତଙ୍କୁ ଛାଡ଼ି ତଦନ୍ତ ଡ୍ରଗ୍ସ ଆଡ଼କୁ ମୁହାଁଉଛି କାହିଁକି ?’

କରୋନା ଆକ୍ରାନ୍ତ ବି ଦେବେ ଭୋଟ୍

ଲଦାଖରେ ବଡ଼ ଧରଣର ଭୂକମ୍ପ

You might also like