ଏବର୍ଷର ସର୍ବାଧିକ ସଂକ୍ରମଣ : ୨୪ ଘଣ୍ଟାରେ ୬୨,୭୧୪ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଉପରମୁହାଁ । ଆଜି ଚଳିତ ବର୍ଷର ସର୍ବାଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଅକ୍ଟୋବର ପରଠାରୁ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ପ୍ରଥମ ଥର ଲାଗି ରେକର୍ଡ ସଂଖ୍ୟକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।  ଗତ ୨୪ ଘଣ୍ଟା ମଧ୍ୟରେ ୬୨ ହଜାର ୭୧୪ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୩୧୨ ଜଣଙ୍କ ମୃତ୍ୟୁ ହୋଇଛି ।  ନୂଆ ଆକ୍ରାନ୍ତଙ୍କୁ ମିଶାଇ ମୋଟ୍ ‌ଆକ୍ରାନ୍ତ ସଂଖ୍ୟା ୧ କୋଟି ୧୯ ଲକ୍ଷ ୭୧ ହଜାର ୬୨୪କୁ ବୃଦ୍ଧି ପାଇଛି । ଦେଶରେ ଏଯାବତ୍ କରୋନା ସଂକ୍ରମଣରେ ୧ ଲକ୍ଷ ୬୧ ହଜାର ୫୫୨ଜଣଙ୍କ ମୃତ୍ୟୁ ହୋଇଛି  । ଏବେ ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୪ ଲକ୍ଷ ୮୬ ହଜାର ୩୧୦ । ଏପର୍ଯ୍ୟନ୍ତ ଦେଶରେ ୬ କୋଟି ୨ ଲକ୍ଷ ୬୯ ହଜାର ୭୮୨ ଜଣ ଟିକା ନେଇଥିବା  ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି ।

ସେହିପରି ମହାରାଷ୍ଟ୍ରରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୩ ଲକ୍ଷରୁ ଅଧିକ ରହିଛି । ମହାରାଷ୍ଟ୍ରରେ ଗତ ୨୪ ଘଣ୍ଟାରେ ୩୫ ହଜାର ୭୨୬ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୬୬ ଜଣ ପ୍ରାଣ ହରାଇଛନ୍ତି। ତେବେ ସଂକ୍ରମଣକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ର ସରକାର ନୂଆ ଗାଇଡଲାଇନ୍ ଜାରି କରିଥିବା ବେଳେ ବିଭିନ୍ନ କାର୍ଯ୍ୟକ୍ରମରେ ଅତିଥିଙ୍କ ସଂଖ୍ୟା ମଧ୍ୟ ହ୍ରାସ କରିଛନ୍ତି । ସଂକ୍ରମଣରେ ବ୍ରେକ ଲଗାଇବା ପାଇଁ ନାଇଟ୍ କର୍ଫ୍ୟୁ ଘୋଷଣା କରାଯାଇଛି ।  ରାଜ୍ୟର ଅନେକ ସ୍ଥାନକୁ କଣ୍ଟେନମେଣ୍ଟ୍ ଜୋନ୍ ଘୋଷଣା କରାଯାଇଛି । ନୂଆ ନିୟମ ଅନୁସାରେ ମଲ୍‌ଗୁଡ଼ିକ ରାତି ୮ଟାରୁ ସକାଳ ୭ଟା ଯାଏ ବନ୍ଦ ହେବ। ନାନ୍ଦେଡ ଓ ଭିଡ୍ ଜିଲ୍ଲାରେ ୧୦ ଦିନ ପାଇଁ ସଂପୂର୍ଣ୍ଣ ଲକ୍‌ଡାଉନ୍ ଘୋଷଣା କରିଛନ୍ତି।ଶନିବାର ଭୋପାଳ ଜିଲ୍ଲା ପ୍ରଶାସନ ସହରର ୨୦ଟି ସ୍ଥାନକୁ କଣ୍ଟେନମେଣ୍ଟ ଜୋନ୍ ଘୋଷିଣା କରିଛି ।

You might also like