ଦେଶରେ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୭ ହଜାର କରୋନା ରୋଗୀ

ନୂଆଦିଲ୍ଲୀ: ଦେଶରେ କରୋନା ସ୍ଥିତି ଗୁରୁତର ହେଉଛି। ପ୍ରତିଦିନ ରେକର୍ଡ ଭାଙ୍ଗୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା।  ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୫୭ ହଜାର ୧୧୭ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୭୬୪ ଜଣଙ୍କ ମୃତ୍ୟୁ ହୋଇଛି।  ଏଯାବତ୍ ଦେଶରେ କରୋନାଜନିତ ମୃତ୍ୟୁସଂଖ୍ୟା ୩୬ ହଜାର ୫୧୧କୁ ବୃଦ୍ଧି ପାଇଛି ।

ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୬ ଲକ୍ଷ ୯୫ ହଜାର ୯୮୮ରେ ପହଞ୍ଚିଛି । ୫ ଲକ୍ଷ ୬୫ ହଜାର ୧୦୩ ଜଣ ଚିକିତ୍ସିତ ହେଉଥିବା ବେଳେ ୧୦ ଲକ୍ଷ ୯୪ ହଜାର ୩୭୪ ଆରୋଗ୍ୟ ହୋଇଛନ୍ତି ।

ମହାରାଷ୍ଟ୍ରରେ ସର୍ବାଧିକ ୧୪ ହଜାର ୯୯୫ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ବେଳେ ଦିଲ୍ଲୀରେ ୩ହଜାର ୯୬୫, ତାମିଲନାଡୁ ୩୯୩୫ ଓ ଗୁଜରାଟରେ ୨,୪୪୦ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।

ତେବେ ଏସବୁ ଭିତରେ ଖୁସିର ଖବର, ଭାରତରେ ସୁସ୍ଥ ହାର ଦିନକୁ ଦିନ ବଢି ଚାଲିଛି। ପୂର୍ବରୁ ସୁସ୍ଥ ହାର ୬୪.୪% ଥିବାବେଳେ ଏହା ବୃଦ୍ଧି ପାଇ ୬୪.୫%ରେ ପହଞ୍ଚିଛି।

 

 

 

 

You might also like