ସୁରତ୍‌ରୁ ଆସୁଥିବା ୧୬୭ ଯାତ୍ରୀ ହରିଦ୍ୱାର ଷ୍ଟେସନରୁ ନିଖୋଜ

ହରିଦ୍ୱାର:ହରିଦ୍ୱାର ଷ୍ଟେସନରେ ୧୬୭ ଜଣ ଯାତ୍ରୀ ନିଖୋଜ ହୋଇଯାଇଛନ୍ତି।  ଏହି ଯାତ୍ରୀମାନେ  ସୁରତରୁ ହରିଦ୍ୱାର ଆସୁଥିଲେ।

ସୁରତରେ ଫସି ରହିଥିବା ପ୍ରବାସୀ ଶ୍ରମିକ ମାନଙ୍କୁ ଆଣିବା ପାଇଁ ଏକ ସ୍ୱତନ୍ତ୍ର ଶ୍ରମିକ ଏକ୍ସପ୍ରେସ ଯାଇଥିଲା।  ଏଥିରେ ଉତ୍ତରାଖଣ୍ଡର ବିଭିନ୍ନ ଅଞ୍ଚଳର ଶ୍ରମିକମାନେ ଫେରୁଥିଲେ । ସୁରଟ ପ୍ରଶାସନ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ୧୩୪୦ ଜଣ ଶ୍ରମିକଙ୍କୁ ନେଇ ଏକ ସ୍ୱତନ୍ତ୍ର ଶ୍ରମିକ ଟ୍ରେନ ମେ‘ ୧୨ ତାରିଖ ସୁରଟରୁ ବାହାରିଥିଲା। ହେଲେ ହରିଦ୍ୱାରରେ ପହଞ୍ଚିବା ପରେ ଏଥରୁ ୧୧୭୩ ଜଣ ଯାତ୍ରୀ ଓହ୍ଲାଇଥିଲେ ବୋଲି ହରିଦ୍ୱାର ଜିଲ୍ଲା ମାଜିଷ୍ଟ୍ରେଟ ସି.ରବିଶଙ୍କର କହିଛନ୍ତି।

ଶ୍ରମିକମାନଙ୍କ ନିଖୋଜ ସମ୍ପର୍କରେ ହରିଦ୍ୱାର ଜିଳ୍ଲାପାଳ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଶ୍ରମିକମାନେ ନିର୍ଦ୍ଧାରିତ ଟ୍ରେନରେ ଯାତ୍ରା କରି ଥିଲେ ନା ନାହିଁ ସେ ନେଇ ତଥ୍ୟ ସଂଗ୍ରହ ଚାଲିଛି । ଏଥିସହ ଶ୍ରମିକମାନେ ରାସ୍ତାରେ ଓହ୍ଲାଇପଡିଥିବା ଅଭିଯୋଗ ସମ୍ପର୍କରେ ମଧ୍ୟ ତଦନ୍ତ କରାଯାଉଛି।

You might also like