ପତଞ୍ଜଳି ଯୋଗପୀଠରେ ଏଣ୍ଟ୍ରି କଲା କରୋନା : ୮୩ ଜଣ ପଜିଟିଭ୍ ଚିହ୍ନଟ

 ବାବା ରାମଦେବଙ୍କର ହୋଇପାରେ କୋଭିଡ ଟେଷ୍ଟ

ହରିଦ୍ୱାର : ପତଞ୍ଜଳି ଯୋଗପୀଠରେ ପ୍ରବେଶ କଲା ମହାମାରୀ । ଉତ୍ତରାଖଣ୍ଡରେ ତୀବ୍ର ବେଗରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ମଧ୍ୟରେ ଯୋଗଗୁରୁ ବାବା ରାମଦେବଙ୍କ ହରିଦ୍ୱାର ସ୍ଥିତ ବିଭିନ୍ନ ସଂସ୍ଥାନରେ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ସୂଚନା ମିଳିଛି । ଏ‍ବେ ସୁଦ୍ଧା ଯୋଗପୀଠର ବିଭିନ୍ନ ସ୍ଥାନରେ କରୋନାର ସଂକ୍ରମଣର ୮୩ ମାମଲା ସାମ୍ନାକୁ ଆସିଛି । ତେବେ ପତଞ୍ଜଳି ପକ୍ଷରୁ ଦାବି କରାଯାଉଛି, ବାବା ରାମଦେବଙ୍କ ସଂସ୍ଥାନରୁ କୌଣସି ପଜିଟିଭ୍ ଚିହ୍ନଟ ହୋଇନାହାନ୍ତି । କାରଣ  ପତଞ୍ଜଳିରେ ପ୍ରବେଶ ପୂର୍ବରୁ ହିଁ ସମସ୍ତଙ୍କର ପରୀକ୍ଷଣ କରାଯାଉଛି । ଏ‍ବଂ ସଂକ୍ରମିତଙ୍କୁ ପ୍ରବେଶ କରିବାକୁ ଦିଆଯାଉ ନାହିଁ ।

ବାବା ରାମଦେବଙ୍କ ପତଞ୍ଜଳି ଯୋଗପୀଠରେ ୪୬ ଜଣ, ଯୋଗଗ୍ରାମରେ ୨୮ ଜଣ, ଆଚାର୍ଯ୍ୟକୁଲମରେ ୯ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ସୂଚନା ମିଳିଛି । କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ତିନି ସଂସ୍ଥାନରେ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି । ପୀଠରେ ଉପସ୍ଥିତ ଅନ୍ୟମାନଙ୍କର ମଧ୍ୟ କରୋନା ଯାଞ୍ଚ କରାଯାଉଛି। ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଆଇସୋଲେସନରେ ରଖାଯାଇଛି ।  ଆବଶ୍ୟକତା ପଡ଼ିଲେ ବାବା ରାମଦେବଙ୍କର ମଧ୍ୟ କରୋନା ପରୀକ୍ଷା କରାଯିବ ।

ଅନ୍ୟପଟେ ପତଞ୍ଜଳି ପକ୍ଷରୁ ଦାବି କରାଯାଇଛି ମିଡିଆରେ ପ୍ରଘଟ ହୋଇଥିବା ଖବର ସମ୍ପୂର୍ଣ୍ଣ  ମିଥ୍ୟା । ବାବା ରାମଦେବଙ୍କ ସଂସ୍ଥାନରେ ଏବେ ସୁଦ୍ଧା କୌଣସି ସଂକ୍ରମିତ ଚିହ୍ନଟ ହୋଇନାହାନ୍ତି । ଏଠାରେ ରୋଗୀଙ୍କୁ କରୋନା ଟେଷ୍ଟ କରାଯାଇ ଆଡମିଟ୍ କରାଯାଏ । ଯେଉଁ ଲୋକେ ସଂକ୍ରମିତ ଚିହ୍ନଟ ହୁଅନ୍ତି,ତାଙ୍କୁ ସଂସ୍ଥାନ ଭିତରୁକୁ ପ୍ରବେଶ ପାଇଁ ଅନୁମତି ମିଳେ ନାହିଁ । ଯୋଗଗ୍ରାମ, ନିରାମୟମ୍, ଆଚାର୍ଯ୍ୟକୁଳମ, ପତଞ୍ଜଳି ଆଦି ସଂସ୍ଥାନରେ ଏଯାଏଁ କେହି ସଂକ୍ରମିତ ଚିହ୍ନଟ ହୋଇନାହାନ୍ତି ।

ସୂଚନାଯୋଗ୍ୟ ଉତ୍ତରାଖଣ୍ଡରେ କରୋନା ସଂକ୍ରମଣ ରୋକିବା ପାଇଁ ସରକାରଙ୍କ ପକ୍ଷରୁ କଠୋର ପଦକ୍ଷେପ ନିଆଯାଉଛି । ଏବେ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଚିହ୍ନଟ କରିବା ପାଇଁ ଉତ୍ତରାଖଣ୍ଡ ପୋଲିସ ୩ଟି ଟିମ ପ୍ରସ୍ତୁତ କରିଛି  । ଏକ ଡାଟା ପ୍ରସ୍ତୁତ କରି ସେମାନେ ସ୍ୱାସ୍ଥ୍ୟ ବିଭାଗକୁ ପ୍ରଦାନ କରିବେ  । ଅନ୍ୟପଟେ କୁମ୍ଭମେଳା ପାଇଁ କରୋନା ସଂକ୍ରମଣ ତୀବ୍ର ବେଗରେ ବୃଦ୍ଧି ପାଉଛି ବୋଲି ସୂଚନା ମିଳିଛି । ଅନେକ ପୋଲିସ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ସେପଟେ ଜାରି ରହିଥିବା କରୋନାର ଦ୍ୱିତୀୟ ଲହର ଭିତରେ ଏବେ ଦେଶକୁ ଘାରିଲାଣି ଆଉ ଏକ ନୂଆ ଚିନ୍ତା । ତାହା ହେଲା, କରୋନା ଭୂତାଣୁର ଟ୍ରିପଲ୍ ମ୍ୟୁଟାଣ୍ଟ ଭାରିଆଣ୍ଟ । ପୂର୍ବରୁ ଠାବ ହୋଇଥିବା ଡବଲ୍ ମ୍ୟୁଟାଣ୍ଟ ଷ୍ଟ୍ରେନରେ କରୋନାର ୨ଟି ରୂପାନ୍ତରର ଗୁଣ ପ୍ରକାଶ ପାଉଥିବା ବେଳେ, ଏଥିରେ ଆଉ ଏକ ମ୍ୟୁଟେସନ୍ ହୋଇ ମୋଟ ୩ଟି ଷ୍ଟ୍ରେନରେ ଗୁଣ ପ୍ରକାଶ ପାଉଛି । ଏହି ଟ୍ରିପଲ୍ ମ୍ୟୁଟାଣ୍ଟ୍ ଭାରିଆଣ୍ଟରେ ୪ଟି ରାଜ୍ୟ ଯଥା ପଶ୍ଚିମବଙ୍ଗ, ମହାରାଷ୍ଟ୍ର, ଦିଲ୍ଲୀ ଓ ଛତିଶଗଡ଼ରେ ଏହା ଠାବ ହୋଇଥିଲେ ବି ପଶ୍ଚିମବଙ୍ଗକୁ ଏହାର ହଟସ୍ପଟ୍ ବୋଲି ଅନୁମାନ କରାଯାଉଛି । ତେଣୁ ଟ୍ରିପଲ୍ ମ୍ୟୁଟାଣ୍ଟ ଷ୍ଟ୍ରେନକୁ ବେଙ୍ଗଲ୍ ଷ୍ଟ୍ରେନ୍ ବୋଲି ବି କହୁଛନ୍ତି କିଛି ବିଶେଷଜ୍ଞ । ତେବେ ଚିନ୍ତାଜନକ ବିଷୟ ହେଉଛି, ଏହି ଷ୍ଟ୍ରେନ୍ ପୂର୍ବାପେକ୍ଷା ଆହୁରି କ୍ଷୀପ୍ର ଗତିରେ ସଂକ୍ରମିତ କରୁଛିFacebook । ଲୋକଙ୍କ ରୋଗ ପ୍ରତିରୋଧକ ଶକ୍ତିକୁ ଚକମା ଦେଇ ଆକ୍ରାନ୍ତ କରିବା ସହ ସଂକ୍ରମିତଙ୍କୁ ଶୀଘ୍ର ରୋଗଗ୍ରସ୍ତ କରୁଛି ।

You might also like